ନୂଆଦିଲ୍ଳୀ,୯ା୮(ପି.ଟି.): ଚାଇନାର ହାଙ୍ଗଝୌରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍ ଗେମ୍ସ ୨୦୨୩ର ହକି କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ପୁରୁଷ ବର୍ଗରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପ୍ରେ ସ୍ଥାନ ପାଇଛନ୍ତି। ଉଭୟ ଦଳ ଗ୍ରୁପ୍ ଏ’ରେ ସ୍ଥାନ ପାଇଥିବା ବେଳେ ଜାପାନ, ବାଂଲାଦେଶ, ସିଙ୍ଗାପୁର ଓ ଉଜବେକିସ୍ତାନ ମଧ୍ୟ ସମାନ ଗ୍ରୁପ୍ରେ ସାମିଲ ଅଛନ୍ତି। ଭାରତ ସେପ୍ଟେମ୍ବର ୨୪ ତାରିଖରେ ଉଜ୍ବେକିସ୍ତାନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଅନ୍ୟପକ୍ଷରେ ସେପ୍ଟେମ୍ବର ୩୦ ତାରିଖରେ ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯିବ। ମହିଳା ହକି ଦଳ ମଧ୍ୟ ପୁଲ୍ ଏ’ରେ ସ୍ଥାନ ପାଇଛି। ହଂକଂ, ସିଙ୍ଗାପୁର, ଦକ୍ଷିଣ କୋରିଆ ଓ ମାଲେସିଆ ଏହି ଗ୍ରୁପ୍ରେ ସାମିଲ ଅଛନ୍ତି। ମହିଳା ଦଳ ସେପ୍ଟେମ୍ବର ୨୭ ତାରିଖରେ ସିଙ୍ଗାପୁର ବିପକ୍ଷରୁ ଅଭିଯାନ ଆରମ୍ଭ କରିବ।
୨୦୧୮ର ଜାକାର୍ତ୍ତା ଏସିଆନ୍ ଗେମ୍ସ ପରି ଆମେ ଏକ ଶକ୍ତିଶାଳୀ ଗ୍ରୁପ୍ରେ ସ୍ଥାନ ପାଇଛୁ ବୋଲି ଭାରତୀୟ ପୁରୁଷ ଦଳ ଅଧିନାୟକ ହରମନ୍ପ୍ରୀତ ସିଂ କହିଛନ୍ତି। ଉକ୍ତ ସଂସ୍କରଣର ସ୍ବର୍ଣ୍ଣ ବିଜେତା ଜାପାନ ଏହି ଗ୍ରୁପ୍ରେ ରହିଛି। ତେବେ ସମସ୍ତ ଦଳକୁ ଆମେ ସମାନ ଢଙ୍ଗରେ ଦେଖୁଛୁ। କୌଣସି ମୁକାବିଲାକୁ ଆମେ ହାଲୁକା ଭାବରେ ନେଉନାହୁଁ ବୋଲି ହରମନପ୍ରୀତ କହିଛନ୍ତି। ବର୍ତ୍ତମାନ ଏହି ଦଳଗୁଡ଼ିକ ମଧ୍ୟରୁ କିଛି ଦଳଙ୍କ ସହିତ ଆମେ ଏସିଆନ୍ ଚାମ୍ପିୟନ୍ସ ଟ୍ରଫିରେ ଅଂଶଗ୍ରହଣ କରୁଛୁ। ଏହି ଅଭିଜ୍ଞତା ଏସିଆନ୍ ଗେମ୍ସରେ ଆମକୁ ଫାଇଦାରେ ରଖିବ ବୋଲି ହରମନ୍ପ୍ରୀତ୍ କହିଛନ୍ତି। ସମସ୍ତ ବିପକ୍ଷ ଦଳର ଶକ୍ତି ଓ ସାମର୍ଥ୍ୟ ଅନୁସାରେ ରଣନୀତି ପ୍ରସ୍ତୁତ କରିବୁ ବୋଲି ସେ କହିଛନ୍ତି। ପୁରୁଷ ଗ୍ରୁପ୍ ବି’ରେ ଦକ୍ଷିଣ କୋରିଆ, ମାଲେସିଆ, ଚାଇନା, ଓମାନ, ଥାଇଲାଣ୍ଡ ଓ ଇଣ୍ଡୋନେସିଆ ସ୍ଥାନ ପାଇଛନ୍ତି। ମହିଳା ବର୍ଗର ଗ୍ରୁପ୍ ବି’ରେ ଜାପାନ, ଚାଇନା, ଥାଇଲାଣ୍ଡ, କାଜାଖସ୍ତାନ ଓ ଇଣ୍ଡୋନେସିଆ ସହ ସ୍ଥାନ ପାଇଛନ୍ତି।
ପୁରୁଷ ଦଳ ଉଜବେକିସ୍ତାନ ସହ ପ୍ରଥମ ମ୍ୟାଚ୍ ଖେଳିବା ପରେ ସେପ୍ଟେମ୍ବର ୨୬ରେ ସିଙ୍ଗାପୁର, ୨୮ରେ ଜାପାନ ଓ ପାକିସ୍ତାନ ଏବଂ ବାଂଲାଦେଶ ସହିତ ଯଥାକ୍ରମେ ସେପ୍ଟେମ୍ବର ୩୦ ଓ ଅକ୍ଟୋବର ୨ ତାରିଖରେ ମ୍ୟାଚ୍ ଖେଳିବ। ୨୦୧୮ରେ ରୌପ୍ୟ ଜିତିଥିବା ଭାରତୀୟ ମହିଳା ଦଳ ଚଳିତ ସଂସ୍କରଣରେ ସ୍ବର୍ଣ୍ଣ ଜିତିବାକୁ ପ୍ରୟାସ କରିବ ବୋଲି କହିଛନ୍ତି ଅଧିନାୟିକା ସବିତା ପୁନିଆ। ଦଳର କ୍ୟାମ୍ପ ଓ ପ୍ରସ୍ତୁତି ଶିବିର ଚମତ୍କାର ରହିଥିବା ବେଳେ ଏଥିରୁ ଭଲ ଫଳ ମିଳିବ ବୋଲି ସେ ଆଶା ରଖିଛନ୍ତି। ଗୋଙ୍ଗସୁ କାନାଲ ସ୍ପୋଟର୍ସ ପାର୍କ ଷ୍ଟାଡିୟମରେ ସମସ୍ତ ହକି ମ୍ୟାଚ ଖେଳାଯିବ। ଅକ୍ଟୋବର ୬ ତାରିଖରେ ପୁରୁଷ ଓ ଏହାର ଗୋଟିଏ ଦିନ ପରେ ମହିଳା ବର୍ଗର ଫାଇନାଲ ମ୍ୟାଚ୍ ଖେଳାଯିବ।
ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ
ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...
‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…
ନୂଆଦିଲ୍ଲୀ, ୨୭।୧୨: ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...
ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍
ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍ ଟ୍ରେନ୍ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....
ଯୁବକଙ୍କୁ ଚାପିଦେଲା ଟ୍ରକ୍: ଆଉ ତା’ପରେ…
କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍ ଧକ୍କାରେ ଜଣେ...
ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ
ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...
ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ
ବ୍ୟାଙ୍କକ୍,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...
ଟି୨୦ରେ ହରମନପ୍ରୀତ୍ଙ୍କ ବିଶ୍ୱ ରେକର୍ଡ
ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...
ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ
ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...
Archives


