Posted inଫୁରସତ

ଶାନ୍ତିପ୍ରିୟ ଗାଁ ନାକୋ

ହୀମାଚଳ ପ୍ରଦେଶର କିନ୍ନାଉର୍‌ ଜିଲା ଅନ୍ତର୍ଗତ ଏକ ଆକର୍ଷଣୀୟ ଗାଁ ହେଉଛି ନାକୋ। ପାହାଡ଼, ପର୍ବତ, ନଦୀ, ହ୍ରଦର ଅପୂର୍ବ ସୌନ୍ଦର୍ଯ୍ୟ ଏହି ଗାଁକୁ ଦେଇଥାଏ ଏକ ନିଆରା ପରିଚୟ। ନାକୋ ହ୍ରଦ, ନାକୋ ମଠ ତଥା ଏକାଧିକ ବୌଦ୍ଧ ସ୍ତୂପ ଦେଖିବାକୁ ମିଳୁଥିବା ଏହି ସ୍ଥାନରେ ପର୍ଯ୍ୟଟକ ମୁଖ୍ୟତଃ ଶାନ୍ତି ପାଇବା ଆଶାରେ ବୁଲି ଆସିଥାନ୍ତି…

ହୀମାଚଳ ପ୍ରଦେଶର କିନ୍ନାଉର୍‌ ଜିଲା ଅନ୍ତର୍ଗତ ହାଙ୍ଗରାଙ୍ଗ ଉପତ୍ୟକାରେ ଗଢ଼ି ଉଠିଥିବା ଏକ ସୁନ୍ଦର ଗାଁ ହେଉଛି ନାକୋ। ସମୁଦ୍ରପତ୍ତନରୁ ପ୍ରାୟ ୧୧,୮୯୩ ଫୁଟ ଉଚ୍ଚତାରେ ଥିବା ଏହି ଗାଁର ଚତୁଃପାର୍ଶ୍ୱରେ ରହିଛି ବହୁ ଉଚ୍ଚ ଉଚ୍ଚ ପାହାଡ଼ ଓ ପର୍ବତ। ତା’ସାଙ୍ଗକୁ ଏଠାକାର ନଦୀ, ହ୍ରଦର ଅପୂର୍ବ ସୌନ୍ଦର୍ଯ୍ୟ ବି ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। କେବଳ ସେତିକି ନୁହେଁ, ସହରର କୋଳାହଳରୁ ଦୂରରେ ଥିବା ଏହି ସ୍ଥାନରେ ରହିଛି ଅନେକ ବୌଦ୍ଧ ସ୍ତୂପ ଓ ମଠ; ଯାହାର ଶାନ୍ତ ପରିବେଶ ମନକୁ ବେଶ୍‌ ଆନନ୍ଦ ଦେଇଥାଏ। ସ୍ଥାନୀୟ ଲୋକ ବି ଖୁବ୍‌ ଶାନ୍ତିପ୍ରିୟ। ଖାସ୍‌ ସେଥିପାଇଁ ଟିକେ ଶାନ୍ତି ପାଇବା ଆଶାରେ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଏଠାକୁ ବୁଲିବା ଲାଗି ଆସିଥାନ୍ତି।
କ’ଣ ଦେଖିବେ
ପର୍ଯ୍ୟଟକଙ୍କ ଦେଖିବା ପାଇଁ ନାକୋରେ ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ରହିଛି। ଯେମିତି କି: ନାକୋ ମଠ, ନାକୋ ହ୍ରଦ, ନାକୋ ନଦୀ, ଚାଙ୍ଗୋ ଗୋମ୍ପା ଇତ୍ୟାଦି। ତା’ସହିତ ଏକାଧିକ ବୌଦ୍ଧ ସ୍ତୂପ ବି ଏଠାରେ ଦେଖିବାକୁ ମିଳେ। ନାକୋ ହ୍ରଦର ଆକର୍ଷଣ ତ ବେଶ୍‌ ମନଛୁଆଁ। ସନ୍ଧ୍ୟା ସମୟରେ ଏହି ହ୍ରଦ ନିକଟରେ ନାନା ଜାତିର ପକ୍ଷୀଙ୍କୁ ଦେଖିବାକୁ ମିଳେ, ଯାହା କି ଖୁବ୍‌ ଆଖିଦୃଶିଆ ହୋଇଥାଏ। ସେହିପରି ଏହି ହ୍ରଦ ନିକଟରେ ଥିବା ଏକ ବଡ଼ ପଥର ଖଣ୍ଡ ଉପରେ ବୌଦ୍ଧ ଗୁରୁ ପଦ୍ମସମ୍ଭବଙ୍କର ପାଦଚିହ୍ନ ଥିବାର ବିଶ୍ୱାସ କରାଯାଏ। ସେଥିପାଇଁ ପରବର୍ତ୍ତୀ ସମୟରେ ଉକ୍ତ ପଥର ନିକଟରେ ଗୁରୁ ପଦ୍ମସମ୍ଭବଙ୍କର ପ୍ରତୀମା ଗଢ଼ାଯାଇ ତାଙ୍କର ଆରାଧନା କରାଯାଉଛି। ପର୍ଯ୍ୟଟକ ବି ଏଠାକୁ ଯାଇ ଅପୂର୍ବ ଆନନ୍ଦ ଲଭି ପାରୁଛନ୍ତି। କେବଳ ସେତିକି ନୁହେଁ, ଖରାଦିନେ ଏହି ହ୍ରଦରେ ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ବୋଟିଂର ସୁବିଧା ରହିଛି। ତେବେ ଶୀତଦିନେ ଉକ୍ତ ହ୍ରଦର ଜଳ ଓ ଆଖପାଖ ଅଞ୍ଚଳରେ ବରଫର ଚାଦର ଘୋଡ଼େଇ ହୋଇଯାଉଥିବାରୁ କିଛି ପର୍ଯ୍ୟଟକ ଏଠାକୁ ଆଇସ୍‌ ସ୍କେଟିଂ କରିବାକୁ ମଧ୍ୟ ଆସିଥାନ୍ତି।
ସେଓ ଓ ଆପ୍ରିକଟ୍‌ର ଚାହିଦା
ଏହି ଅଞ୍ଚଳରେ ସେଓ ଓ ଆପ୍ରିକଟ୍‌ ଚାଷ ଭଲ ହୋଇଥାଏ ବୋଲି ସୂଚନା ରହିଛି। ତେଣୁ ପର୍ଯ୍ୟଟକ ଚାହିଁଲେ ଫେରିବା ସମୟରେ ସୁଲଭ ଦରରେ ଏହି ସବୁ ଜିନିଷ ଏଠାରୁ କିଣି ଆଣିପାରିବେ।
କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ବୁଲି ଯିବାର ସୁବିଧା ଥିଲେ ହେଁ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ, ଏପ୍ରିଲ୍‌ରୁ ଅକ୍ଟୋବର ହେଉଛି ନାକୋକୁ ବୁଲିଯିବା ପାଇଁ ସବୁଠୁ ଉପଯୁକ୍ତ ସମୟ। କାରଣ ଏହି ସମୟରେ ଏଠାକାର ପାଣିପାଗ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହିଥାଏ। ତା’ପରେ ଆସିଯାଏ ଶୀତଋତୁ। ଶୀତରେ ଏଠାରେ ପ୍ରବଳ ତୁଷାରପାତ ହେଉଥିବାର ସୂଚନା ରହିଛି। ଏଠାକୁ ଯିବାପାଇଁ ଗମନାଗମନର ମଧ୍ୟ ଭଲ ସୁବିଧା ରହିଛି। ଶିମ୍‌ଲା ହେଉଛି ଏଠାକାର ନିକଟତମ ରେଳଷ୍ଟେଶନ, ଯାହା ପ୍ରାୟ ୨୫୦ କି.ମି ଦୂରରେ ଅବସ୍ଥିତ। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ କିନ୍ନାଉର୍‌କୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ। କିନ୍ନାଉର୍‌ରୁ ମାତ୍ର ଦେଢ ଘଣ୍ଟାର ରାସ୍ତା ହେଉଛି ନାକୋ; ଯେଉଁଠାକୁ କିଛି ବାଟ ଗାଡ଼ିରେ ଯାଇହେବ ଆଉ ତା’ପରେ ଟ୍ରେକିଂ କରି ଯିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri