୯ରେ ହୋଇପାରେ ମହାପ୍ରଭୁଙ୍କ ବନକଲାଗି

ପୁରୀ,୨ ।୮(ଅଜିତ ମହାନ୍ତି): ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ଦୀର୍ଘ ୧ ମାସ ଧରି ଲାଗିରହିଥିବା ବିବାଦ ଅନିଶ୍ଚିତତା ମଧ୍ୟରେ ରହିଛି। ନୀଳାଦ୍ରି ବିଜେ ପରଠାରୁ ହୋଇ ନ ଥିବା ବନକଲାଗି ନୀତି ଆସନ୍ତା ୯ତାରିଖ(ବୁଧବାର)ରେ ହୋଇପାରେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ କୁହାଯାଇ ନାହିଁ। ଏପରି କି ପ୍ରଶାସନ ତାଙ୍କୁ ଯେଉଁଦିନ ବନକଲାଗି କରିବା ପାଇଁ ନିର୍ଦ୍ଦେଶ ଦେବ, ସେମାନେ ମାନିବେ
ବୋଲି କହିଛନ୍ତି। ସୂଚନାଯୋଗ୍ୟ, ନୀଳାଦ୍ରି ବିଜେ ପରେ ମହାପ୍ରଭୁଙ୍କ ବନକଲାଗି ହେବା କଥା। ମାତ୍ର କେଉଁବାରରେ ମହାପ୍ରଭୁଙ୍କ ବନକଲାଗି ହେବ ତାକୁ ନେଇ ଦତ୍ତ ମହାପାତ୍ର ନିଯୋଗ ଏବଂ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ ଦେଖାଦେଇଥିଲା। ଦତ୍ତମହାପାତ୍ର ସେବକମାନେ ରେକର୍ଡ ଅଫ୍‌ ରାଇଟସ୍‌ ଅନୁଯାୟୀ ବନକଲାଗି ଗୁରୁବାର କରିବାକୁ କହୁଥିବା ବେଳେ ୨୦୧୮ ମସିହାରେ ଅନୁଷ୍ଠିତ ହୋଇଥିବା ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ ବୁଧବାର ବନକଲାଗି କରିବା ପାଇଁ ପ୍ରଶାସନ କହିଥିଲା। ଉଭୟ ନିଜ ଜିଦରେ ଅଟଳ ରହିଥିଲେ। ଫଳରେ ପ୍ରଶାସନ ପକ୍ଷରୁ ଦତ୍ତ ମହାପାତ୍ର ନିଯୋଗକୁ ନୋଟିସ କରାଯାଇଥିଲା। ଏପରିକି ବନକଲାଗି ପାଇଁ ଗୁରୁବାର ଯାଇଥିବା ଦତ୍ତମହାପାତ୍ର ସେବକମାନଙ୍କୁ ପ୍ରଶାସନ ପକ୍ଷରୁ କୌଣସି ନିର୍ଦ୍ଦେଶ ନ ଥିବାରୁ ଫେରିବାକୁ ପଡ଼ିଥିଲା। ବିବାଦ ଅଧିକ ବଢ଼ିବାରୁ ନୀତି ସବ୍‌କମିଟି ବୈଠକ କରାଯାଇ ଆଲୋଚନା ହୋଇଥିଲା। ମାତ୍ର ଉକ୍ତ ବୈଠକରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ନ ଥିଲା। ତେଣୁ ମଙ୍ଗଳବାର ପରିଚାଳନା କମିଟି ବୈଠକରେ ସମସ୍ୟାର ସମାଧାନ ହେବ ବୋଲି ଆଶ କରାଯାଇଥିଲା। କିନ୍ତୁ କୌଣସି କାରଣରୁ ପରିଚାଳନା କମିଟି ବୈଠକ ମଙ୍ଗଳବାର ସ୍ଥଗିତ ରହିଥିଲା। ଅପରପକ୍ଷେ ନୀତି ସବ୍‌କମିଟ୍‌ି ବୈଠକ ପରେ ଦତ୍ତ ମହାପାତ୍ରମାନେ ନରମିଥିବା ପରିଲିଖିତ ହୋଇଥିଲା। ପରେ ପ୍ରଶାସନ ଯାହା ନିର୍ଦ୍ଦେଶ ଦେବ ସେହି ଦିନ ବନକଲାଗି କରିବେ ବୋଲି ସୂଚନା ଦେଇଥିଲେ। ଏ ନେଇ ସେମାନେ ପ୍ରଶାସନକୁ ଲିଖିତ ଭାବରେ ଜଣାଇଛନ୍ତି।
ବୁଧବାର ବନକଲାଗି ହେବା ସମ୍ପର୍କରେ ନୀତି ପ୍ରଶାସନ ଜିତେନ୍ଦ୍ର ସାହୁ କହିଛନ୍ତି, ୨ ତାରିଖ ବୁଧବାର ଶ୍ରୀମନ୍ଦିରରେ ନକ୍ଷତ୍ର ବନ୍ଦାପନା ଥିବାରୁ ମହାପ୍ରଭୁଙ୍କ ବନକଲାଗି ହୋଇପାରିବ ନାହିଁ। ସେହିପରି ୩ ତାରିଖ ଗୁରୁବାର ମାଜଣା ଏବଂ ଏକାନ୍ତ ନୀତି ରହୁଥିବାରୁ ବନକଲାଗି ନୀତିରେ ବିଳମ୍ବ ପରିଲିଖିତ ହେବାକୁ ଥିବାରୁ ସେଦିନ ବି ନୀତି ହେବା ସମ୍ଭବ ନୁହେଁ। ତେଣୁ ଆସନ୍ତା ୯ ତାରିଖ ବୁଧବାର ବନକଲାଗି କରାଯିବ। ହେଲେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ଲିଖିତ ଭାବେ ନିର୍ଦ୍ଦେଶ ଦିଆଯାଇନାହିଁ। ଅନ୍ୟପଟେ ଦତ୍ତ ମହାପାତ୍ର ନିଯୋଗର ସମ୍ପାଦକ ମଦନମୋହନ ଦତ୍ତମହାପାତ୍ର କହିଛନ୍ତି, ପ୍ରଶାସନ ଯେବେ ତାଙ୍କୁ ମହାପ୍ରଭୁଙ୍କ ବନକଲାଗି ପାଇଁ ନିର୍ଦ୍ଦେଶ ଦେବ, ସେମାନେ ମହାପ୍ରଭୁଙ୍କ ବନକଲାଗି କରିବୁ। ୯ ତାରିଖରେ ବନକଲାଗି ପାଇଁ ପ୍ରସ୍ତୁତ ରହିଛୁ। ଏଠାରେ ପ୍ରଶ୍ନ ଉଠୁଛି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୂର୍ବରୁ କହିଥିଲେ, ଯଦି ବୁଧବାର କୌଣସି ବିଶେଷ ନୀତି ରୁହେ, ତେବେ ଗୁରୁବାର ବନକଲାଗି କରାଯିବ। ତେବେ ଚଳିତ ବୁଧବାର ନକ୍ଷତ୍ର ବନ୍ଦାପନା ଥିବାରୁ ମହାପ୍ରଭୁଙ୍କ ବନକଲାଗି ହେବ ନାହିଁ। ମାତ୍ର ଗୁରୁବାର ବନକଲାଗି ନକରି ପୁଣି ଗୋଟିଏ ସପ୍ତାହ ଘୁଞ୍ଚାଇବାର କାରଣ କ’ଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ପ୍ରଶାସନ ପକ୍ଷରୁ ଗୁରୁବାର ମାଜଣା ଏକାନ୍ତ ନୀତି ଥିବା ଦର୍ଶାଇ ବୁଧବାର ବନକଲାଗି କରିବା ପାଇଁ ସ୍ଥିର କରିଥିବା ନେଇ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri