Posted inଖେଳ

ଶୁଟିଂରେ ଭାରତକୁ ଆଉ ୪ ପଦକ

ଚେଙ୍ଗ୍‌ଡ଼ୁ, ୨।୮: ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସର ଶୁଟିଂ ଇଭେଣ୍ଟରେ ଭାରତୀୟ ଶୁଟରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ଏହି ଇଭେଣ୍ଟରୁ ଭାରତ ଆଉ ୪ ପଦକ ହାସଲ କରିଛି। ଫଳରେ ମୋଟ ୨୧ (୧୧ ସ୍ବର୍ଣ୍ଣ, ୪ ରୌପ୍ୟ, ୬ ବ୍ରୋଞ୍ଜ୍‌) ପଦକ ସହ ଭାରତ ତାଲିକାର ୪ର୍ଥ ସ୍ଥାନ ଅଧିକାର କରିଛି। ପ୍ରତିଯୋଗିତାର ୪ର୍ଥ ଦିବସରେ ଭାରତ ୧୦ ମିଟର ଏୟାର ପିସ୍ତଲ ପୁରୁଷ ଟିମ୍‌ ଇଭେଣ୍ଟରୁ ପ୍ରଥମ ପଦକ ହାସଲ କରିଥିଲା। ବରୁଣ ତୋମାର, ଅର୍ଜୁନ ସିଂ ଚିମା ଓ ଅନମୋଲ ଜୈନଙ୍କୁ ନେଇ ଗଠିତ ଭାରତୀୟ ଦଳ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏଥିରୁ କୋରିଆ ସ୍ବର୍ଣ୍ଣ ଓ ଚାଇନା ରୌପ୍ୟ ପଦକ ପାଇଥିଲା। ୫୦ ମିଟର ରାଇଫଲ ଥ୍ରୀ ପୋଜିଶନ୍ସ ମହିଳା ଇଭେଣ୍ଟରେ ଭାରତୀୟ ବିଶ୍ୱବିଦ୍ୟାଳୟ ଶୁଟରମାନେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଥିଲେ। ଏଥିରେ ଭାରତର ସିଫ୍ଟ କୌର ଶର୍ମା ସ୍ବର୍ଣ୍ଣ, ଆଶି ଚୌକସେ ରୌପ୍ୟ ଓ ଚାଇନାର ଜେରୁ ଓ୍ବାଙ୍ଗ୍‌ ବ୍ରୋଞ୍ଜ ପଦକ ପାଇଥିଲେ। ଭାରତୀୟ ମହିଳାମାନେ ଆଧିପତ୍ୟ ବିସ୍ତାର କରି ୫୦ ମିଟର ରାଇଫଲ ଥ୍ରୀ ପୋଜିଶନ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଭାରତ ପକ୍ଷରୁ ମନିଶ କୌଶିକ, ଆଶି ଚୌକସେ ଓ ସିଫ୍ଟ କୌର ପ୍ରତିନିଧିତ୍ୱ କରିଥିଲେ। ଭାରତୀୟ ଦଳ ଫାଇନାଲରେ ଚାଇନାକୁ ପରାସ୍ତ କରିଥିଲା। ଚେକ୍‌ ରିପବ୍ଲିକ୍‌ ବ୍ରୋଞ୍ଜ ପଦକ ପାଇଥିଲା।
ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସର ଆଥ୍‌ଲେଟିକ୍ସ ଇଭେଣ୍ଟରେ ଭାରତୀୟ ପ୍ରତିଯୋଗୀମାନେ ଅଭିଯାନ ଆରମ୍ଭ କରିଛନ୍ତି। ମହିଳା ଶଟ୍‌ପୁଟ୍‌ରେ ଶିକ୍ଷା ୧୪.୪ ମିଟର ଥ୍ରୋ କରି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ମାତ୍ର ଫେଭରାଇଟ ନିଧି ପାଓ୍ବାୟା ବିଫଳ ହୋଇଛନ୍ତି। ମହିଳା ଲଙ୍ଗ୍‌ଜମ୍ପରେ ଭାରତର ଭବାନୀ ଯାଦବ ଭଗବତୀ ଫାଇନାଲ୍ସରେ ପ୍ରବେଶ କରିଛନ୍ତି। ୪୦୦ ମିଟର ହର୍ଡଲ୍ସରେ ଦିବ୍ୟା ଜୟରାମ ସେମିଫାଇନାଲରେ ଏବଂ ମହିଳା ୧୦୦ ମିଟର ହିଟ୍ସରେ ଅବନ୍ତିକା ସନ୍ତୋଷ ନରାଲେ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ବ୍ୟାଡ୍‌ମିଣ୍ଟନ ମିକ୍ସଡ ଟିମ୍‌ ଗ୍ରୁପ୍‌ ‘ସି’ରେ ଭାରତ ୫-୦ରେ ସୁଇଜରଲାଣ୍ଡକୁ ପରାସ୍ତ କରିଛି। ମିକ୍ସଡ ଟିମ୍‌ କ୍ୱାର୍ଟର ଫାଇନାଲ ମ୍ୟାଚ-୨ରେ ଭାରତ ୩-୦ରେ ବ୍ରାଜିଲକୁ ହରାଇଛି। ଦୀପ୍‌ ରୋହିତ ରାମ୍ଭିୟାଙ୍କୁ ସାଥିକରି ଓଡ଼ିଶାର ଋତପର୍ଣ୍ଣା ପଣ୍ଡା ଉଭୟ ସୁଇଜରଲାଣ୍ଡ ଓ ବ୍ରାଜିଲ ବିପକ୍ଷରେ ବିଜୟୀ ହୋଇଥିଲେ। ସୁଇଜରଲାଣ୍ଡ ବିପକ୍ଷ ମହିଳା ଡବଲ୍ସରେ ତାଙ୍କର ପାର୍ଟନର ଥିଲେ ଭଉଣୀ ଶ୍ୱେତପର୍ଣ୍ଣା ପଣ୍ଡା। ପଦକ ବିଜୟୀ ଶୁଟରଙ୍କୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri