Posted inଜାତୀୟ

ରୋଗ ସୃଷ୍ଟି କରିଛି ଏଏପି , ଆମେ କରୁଛୁ ଚିକିତ୍ସା: ଭାଜପା…

ନୂଆଦିଲ୍ଲୀ,୧।୮ : ଦିଲ୍ଲୀ ସେବା ବିଲ୍‌ ନେଇ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ବିବାଦ ଦେଖାଦେଇଛି। ମଙ୍ଗଳବାର ଲୋକସଭାରେ ଏହାର ଉପସ୍ଥାପନା ସମୟରେ ଅନେକ ହଟ୍ଟଭୋଳ ହୋଇଛି। କେନ୍ଦ୍ର ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ତଥା ଦିଲ୍ଲୀର ଲୋକସଭା ଏମପି ମୀନାକ୍ଷୀ ଲେଖି ଦିଲ୍ଲୀ ସେବା ବିଲ ଉପରେ କହିଛନ୍ତି ଭାରତ ସରକାରଙ୍କର ଏହି ଆଇନ ତିଆରି କରିବାର ଅଧିକାର ଅଛି। କାରଣ ଭାରତ ଏକ ସଂଘୀୟ ଦେଶ ଏବଂ ଏହାର ପ୍ରାଥମିକତାକୁ କେହି ଚ୍ୟାଲେଞ୍ଜ କରିପାରିବେ ନାହିଁ। ଯେତେବେଳେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଲା ସେତେବେଳେ କୋର୍ଟ କହିଥିଲେ ନିୟମ, ଆଇନ ଏବଂ ବିଲ ଉପରେ ଆମେ ନୀରବ ରହିବା ଆବଶ୍ୟକ। କେନ୍ଦ୍ର ଚାହିଁଲେ ନିୟମ ପ୍ରସ୍ତୁତ କରିପାରିବ। ସେହି ଦୃଷ୍ଟିକୋଣକୁ ଗୁରୁତ୍ୱାରୋପ କରି ଆମେ ଏହି ବିଲ ଆଣିଛୁ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ଆଠ ଦିନ ମଧ୍ୟରେ ଏହି ବିଲ ଅଣାଯାଇଛି। ଆମେ କହିବୁ ସୁପ୍ରିମକୋର୍ଟଙ୍କ ରାୟ ଆସିବା ମାତ୍ରେ ଯେଉଁ ଅଧିକାରୀମାନେ ଦୁର୍ନୀତିଗ୍ରସ୍ତ ମନ୍ତ୍ରୀଙ୍କ ବିରୋଧରେ ଅନୁସନ୍ଧାନ କରୁଥିଲେ ଏଏପି ସରକାର ସେମାନଙ୍କୁ ଟ୍ରାନ୍ସଫର କରିବା ଆରମ୍ଭ କଲେ। ସେମାନଙ୍କୁ ଧମକ ଦେଲେ। ମୁଖ୍ୟ ଶାସନ ସଚିବଙ୍କୁ ମାଡ ମାରିଲେ।

ଏଏପି ରୋଗ ସୃଷ୍ଟି କରିଛି, ଏହାର ଚିକିତ୍ସା ଆମ ହାତରେ ଅଛି । ଏହି ପ୍ରକାର ଗୁଣ୍ଡାଗର୍ଦ୍ଦି ଆଉ ଚଳିବ ନାହିଁ। ଦିଲ୍ଲୀ ହେଉଛି ଭାରତର ରାଜଧାନୀ, ଏହା ଉପରେ ସମଗ୍ର ଦେଶର ଅଧିକାର ଅଛି। ଆଗକୁ ଜି-୨୦ ଶିଖର ସମ୍ମିଳନୀ ହେବାର ଅଛି । ତେଣୁ ଆମେ ଏଏପିର ରୋଗର ଚିକିତ୍ସା କରିବା ଜରୁରୀ।

ଦିଲ୍ଲୀକୁ ନେଇ ଲୋକସଭାରେ ଉପସ୍ଥାପିତ ହୋଇଥିବା ବିଲ ଉପରେ ଦିଲ୍ଲୀର ଆଉ ଜଣେ ଭାଜପା ଏମପି ରମେଶ ବିଧୁଡ଼ି କହିଛନ୍ତି ବିରୋଧ କରୁଥିବା ଲୋକମାନେ ଆଦୌସମ୍ବିଧାନ ପଢ଼ି ନାହାନ୍ତି। ଏହି ବିଲ କୌଣସି ଦୃଷ୍ଟିରୁ ଅସାମ୍ବିଧାନିକ ନୁହେଁ। ୨୬ ଜାନୁଆରୀରେ ଏକ ଧର୍ମଘଟ କରିବା ଅସାମ୍ବିଧାନିକ ନୁହେଁ କି ? କଂଗ୍ରେସଠାରୁ ସମର୍ଥନ ଲୋଡିବା ପାଇଁ କରାଯାଇଥିବା କାର୍ଯ୍ୟ ସାମ୍ବିଧାନିକ ଥିଲା କି?

ଶାହ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ଅନ୍ୟ କିଛି ରାୟ ଥିଲା। ପରେ କଂଗ୍ରେସ ଏହାକୁ ସଂସଦରେ ବଦଳାଇ ଦେଇଥିଲା। ମୁଖ୍ୟମନ୍ତ୍ରୀ ଅରବିନ୍ଦଗ କେଜରିଓ୍ବାଲ ଗରିବ ଲୋକଙ୍କ ପାଇଁ ଘର ନିର୍ମାଣ କରି ନାହାନ୍ତି। କିନ୍ତୁ ନିଜ ପାଇଁ ୪୫ କୋଟି ମୂଲ୍ୟର ବିଳାସପୂର୍ଣ୍ଣ ମହଲ ନିର୍ମାଣ କରିଛନ୍ତି। ସୁପ୍ରିମକୋର୍ଟ ଏହି ବିଲ ଉପରେ ପରାମର୍ଶ ଦେଇଛନ୍ତି, ଯଦି କେନ୍ଦ୍ର ସରକାର ଚାହୁଁଛନ୍ତି ତେବେ ଏହା ଏକ ଆଇନ କରିପାରିବେ। ସୁପ୍ରିମକୋର୍ଟଙ୍କର ଏପରି ନିଷ୍ପତ୍ତି ନାହିଁ ଯାହା ଅନ୍ତର୍ଗତ ରାଜ୍ୟର ଅଧିକାରୀ ମନ୍ତ୍ରୀଙ୍କ ଉପରେ ରହିବେ ନାହିଁ। ସେମାନେ କେବଳ ନିଜ ନିଜ କାମ ଦାୟିତ୍ୱବୋଧ ଅନୁସାରେ କରିବାକୁ ଚାହାଁନ୍ତି ।

କେଜରିଓ୍ବାଲ ଯାହା କହିବେ ତାହା ଠିକ ଏହା କିପରି ହୋଇପାରିବ। ଚାପ ପକାଇ ସେମାନେ ଅଧିକାରୀମାନଙ୍କୁ ଭୁଲ କାମ କରିବାକୁ କହିଥାନ୍ତି। ଯେଉଁମାନେ ଦେଶର ସ୍ବାର୍ଥରେ ଅଛନ୍ତି, ସେମାନେ ଏହି ବିଲ ପାସ କରିବେ। ସେମାନେ କଦାପି ଦୁର୍ନୀତିଗ୍ରସ୍ତଙ୍କୁ ସମର୍ଥନ କରିବେ ନାହିଁ ବୋଲି ରମେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

ବଡ଼ ଭବିଷ୍ୟବାଣୀ କଲେ ଶାହା: ‘୨୦୨୬ରେ ପଶ୍ଚିମବଙ୍ଗରେ ବିପୁଳ ବହୁମତ ସହିତ ସରକାର ଗଢିବ ଭାଜପା’

ନୂଆଦିଲ୍ଲୀ,୩୦।୧୨: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କୋଲକାତାରେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଏହି ସମୟରେସେ କହିଛନ୍ତି ଯେ ଏହି ଦିନଟି ସମସ୍ତ ଭାରତୀୟଙ୍କ...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ପେଟ୍ରୋଲ ପମ୍ପ ସ୍ଥାନରେ ଧାନ ଚାଷ: ସାଟେଲାଇଟ ସର୍ଭେରେ ଧରାପଡିଲା ଗୁମର

ଛତ୍ରପୁର,୩୦।୧୨(ଦିଲ୍ଲୀପ ସାମଲ): ପେଟ୍ରୋଲ ପମ୍ପ ଅଛି, କିନ୍ତୁ ଧାନ ଚାଷ ହୋଇଥିବା ନେଇ ଚାଷୀ କରିଛି ପଞ୍ଜିକରଣ। ଶେଷରେ ରାଜ୍ୟ ସରକାରଙ୍କ ଓଡିଶା ରାଜ୍ୟ କମ୍ପ୍ୟୁଟର...

ବ୍ୟାଗରେ ଆଣୁଥିଲେ ୪ କୋଟିର ଗଞ୍ଜେଇ, ଭୁବନେଶ୍ବର ବିମାନ ବନ୍ଦରରେ ଜବତ କଲା କଷ୍ଟମ୍ ବିଭାଗ

ଭୁବନେଶ୍ବର,୩୦।୧୨:  ଭୁବନେଶ୍ବରରୁ ବିମାନ ବନ୍ଦରରୁ ଜବତ ହେଲା ଗଞ୍ଜେଇ । ୪ କୋଟିର ଗଞ୍ଜେଇ ଜବତ । ଜଣେ ଯାତ୍ରୀଙ୍କ ବ୍ୟାଗରୁ ଏହି ଗଞ୍ଜେଇ ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri