ଭୁବନେଶ୍ୱର,୨୩।୭: ୱାର୍ଲଡ ଟ୍ରେଡ୍ ସେଣ୍ଟର (ଡବ୍ଲ୍ୟୁଟିସି) ଭୁବନେଶ୍ୱର ପକ୍ଷରୁ ଆୟୋଜିତ ବିଶ୍ୱ ବାଣିଜ୍ୟ ଦିବସ ଏବଂ ବାର୍ଷିକ ସଦସ୍ୟ ସମ୍ମିଳନୀ କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ବୈଦେଶିକ ବାଣିଜ୍ୟ ମହାନିର୍ଦେଶାଳୟ ନୂଆଦିଲ୍ଲୀର ମହାନିର୍ଦ୍ଦେଶକ ସନ୍ତୋଷ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ୨୦୩୦ ସୁଦ୍ଧା ଭାରତ ୨ଟ୍ରିଲିୟନ୍ ଡଲାର ରପ୍ତାନି ଲକ୍ଷ୍ୟ ରଖିଥିବାବେଳେ ସାମଗ୍ରୀ ଓ ସେବା କ୍ଷେତ୍ରରେ ୧ଟ୍ରିଲିୟନ ଡଲାର ରପ୍ତାନି କରିବାକୁ ଲକ୍ଷ୍ୟ ରଖିଛି। ଏପରିକି ବର୍ତ୍ତମାନ ଆମର ରପ୍ତାନି ୪୫୦ ବିଲିୟନ ଡଲାର ରହିଛି। ସେହିଭଳି ଓଡ଼ିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର କହିଛନ୍ତି, ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଭୁବନେଶ୍ୱର ବିମାନବନ୍ଦରରୁ ଏୟାର କାର୍ଗୋ ସେବା ଆରମ୍ଭ ହୋଇଯିବ,ଯାହାକି ରାଜ୍ୟର ରପ୍ତାନିକାରୀମାନଙ୍କୁ ଅନ୍ତର୍ଜାତୀୟ ବଜାରରେ ଉନ୍ନତି କରିବା ପାଇଁ ଆବଶ୍ୟକ ପ୍ରୋସତ୍ାହନ ଯୋଗାଇବ। ବିଶେଷକରି ଏୟାର କାର୍ଗୋ ସେବା ଆରମ୍ଭ କରିବା ଲାଗି ବିମାନବନ୍ଦରରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଜୋର୍ସୋରରେ ଆଗେଇ ଚାଲିଛି। ଖୁବ୍ଶୀଘ୍ର ଏହା ଶେଷ ହେବ ବୋଲି ଅନୁମାନ ମଧ୍ୟ କରାଯାଉଛି। ଏହାପରେ ବ୍ୟୁରୋ ଅଫ୍ ସିଭିଲ ଆଭିଏଶନର ଅଧିକାରୀମାନେ ଉକ୍ତ ଅଞ୍ଚଳ ଗସ୍ତକରି ବିକାଶର ଅନୁଧ୍ୟାନ କରିବେ। ରାଜ୍ୟ ରପ୍ତାନି ନୀତିର ବିଭିନ୍ନ ଦିଗ ଉପରେ ବିସ୍ତୃତ ଭାବେ ଆଲୋକପାତ କରିବା ସହ ରପ୍ତାନିକାରୀଙ୍କ ପ୍ରକ୍ରିୟାକୁ ସରଳ କରିବା ପାଇଁ ନିଆଯାଇଥିବା ଡିଜିଟାଲ ପଦକ୍ଷେପ ସମ୍ପର୍କରେ ମିଶ୍ର ବିସ୍ତୃତ ଆଲୋଚନା କରିଥିଲେ। ସେହିପରି ଇଣ୍ଡୋ-ଅଷ୍ଟ୍ରେଲିଆନ୍ ଚାମ୍ବର ଅଫ୍ କମର୍ସର ସିଇଓ ମିସ୍ ପେଟୁଲା ଥୋମାସ୍ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ, ଓଡ଼ିଶାର ଶିଳ୍ପ ସହ ଯୋଡ଼ିହୋଇ ଆମେ ବେଶ୍ ଉତ୍ସାହିତ ଅଛୁ। ଏପରିକି ଏହା ଆମ ପାଇଁ ଏକ ବୃହତ୍ ସୁଯୋଗ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ସହ ଆମେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛୁ। ଅପରପକ୍ଷରେ ଡବ୍ଲ୍ୟୁଟିସି ମୁମ୍ବାଇର ଅଧ୍ୟକ୍ଷ ଡ. ବିଜୟ କାଲାବୀ କହିଛନ୍ତି, ଭାରତ ୧ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବାକୁ ଚାହୁଁଥିବାରୁ ଏହି ସ୍ବପ୍ନକୁ ସାକାର କରିବା ପାଇଁ ଏମ୍ଏସ୍ଏମ୍ଇକୁ ରପ୍ତାନି କ୍ଷେତ୍ରରେ ପ୍ରମୁଖ ଭୂମିକା ତୁଲାଇବାକୁ ପଡ଼ିବ। ସେହିଭଳି ଡବ୍ଲ୍ୟୁଟିସି ଭୁବନେଶ୍ୱରର ଅଧ୍ୟକ୍ଷ କ୍ୟାପ୍ଟେନ୍ ସୋମେଶ ବାତ୍ରା କହିଛନ୍ତି, ସମସ୍ତ ହିତାଧିକାରୀ ଏବଂ ଓଡ଼ିଶା ସରକାରଙ୍କ ସହାୟତା ସହ ଆମେ ବୃହତ୍ କାର୍ଯ୍ୟାଳୟ ଏବଂ ପ୍ରଦର୍ଶନୀ କେନ୍ଦ୍ର ଓ ସମ୍ମିଳନୀ କେନ୍ଦ୍ର ସହିତ ଆହୁରି ବୃହତ୍ ଆକାରରେ ବୃଦ୍ଧି କରିପାରିବା। ଏହି ଲକ୍ଷ୍ୟ ପୂରଣ ଲାଗି ଆମ ଦଳ କଠିନ ପରିଶ୍ରମ କରୁଛି। ସେହିପରି ଡବ୍ଲ୍ୟୁଟିସି ଭୁବନେଶ୍ୱରର ଅବୈତନିକ ସଂଯୋଜକ ରାଜେନ୍ ପାଢ଼ୀ କହିଥିଲେ, ରପ୍ତାନି ଦୃଷ୍ଟିରୁ ଓଡ଼ିଶାର ଝାରସୁଗୁଡ଼ା ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲା ମଧ୍ୟରେ ରହିଥିବା ବେଳେ ଓଡ଼ିଶାର ଏମ୍ଏସ୍ଏମ୍ଇମାନଙ୍କୁ ଅନ୍ତର୍ଜାତୀୟ ବଜାରରେ ପହଞ୍ଚିବାରେ ସାହାଯ୍ୟ କରିବା ଲାଗି ଓଡ଼ିଶା କ୍ଷୁଦ୍ରଶିଳ୍ପ ସଂଘ (ଓସିଆ) ସହ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।
ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ
କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...
ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ
ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...
ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
ଭୁବନେଶ୍ୱର, ୨୭|୧୨(ସୁନିତ୍ ମିଶ୍ର): ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...
୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍ଅପ୍
ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...
ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି
ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...
ଅଚାନକ ଦିଲ୍ଲୀ ଟିମ୍ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…
ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...
୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର
ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...
ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ
କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...
Archives


