Posted inଫୁରସତ

ସମସ୍ତଙ୍କୁ କିଛି କିଛି ଦେଇଥିଲି

ବଡ଼ ହୋଇ ପାଠପଢ଼ି ଚାକିରି କରି ନିଜ ଗୋଡ଼ରେ ଛିଡ଼ା ହେବି ଓ ଅନ୍ୟମାନଙ୍କ ପାଇଁ କାମ କରିବି ବୋଲି ପିଲାଦିନରୁ ସ୍ବପ୍ନଟିଏ ପାଳିଥିଲି ମନରେ। ହେଲେ ବିଧିର ବିଧାନ ଥିଲା ଅନ୍ୟ ପ୍ରକାର। ବାଣୀବିହାରରେ ପିଜି କରୁଥିବା ସମୟରେ ପାଠପଢ଼ା ମଝିରେ ହୋଇଥିଲା ମୋର ବାହାଘର। କୌଣସି ପ୍ରକାରେ ପଢା ଶେଷକଲି। ମୋ ମନକଥା କହିବାରୁ ସ୍ବାମୀ କହିଲେ, ‘ମୁଁ ଯେତିକି ରୋଜଗାର କରୁଛି ଆମ ପରିବାର ସୁରୁଖୁରୁରେ ଚଳିଯିବ ବୋଲି ଭାବୁଛି। ବାପାବୋଉଙ୍କର ବୟସ ହେଲାଣି, ବଡ଼ଭାଇଙ୍କର ମୁଣ୍ଡ ଠିକ୍‌ ନାହିଁ ତା’ ସହିତ ଘରେ ମଧ୍ୟ ବିଭିନ୍ନ ସମସ୍ୟା ରହିଛି। ତୁମେ ଚାକିରି କଲେ ଆହୁରି କାମ ବଢିଯିବ। ମୋର ଚାକିରିରେ କାର୍ଯ୍ୟଭାର ଏତେ ଅଧିକ ଯେ ଚାହିଁଲେ ବି ତୁମକୁ ସାହାଯ୍ୟ କରିପାରିବି ନାହିଁ। ତୁମେ ଯଦି ସବୁ ଜିନିଷକୁ ସୁଚାରୁରୂପେ ସଂପାଦନ କରିପାରିବ ବୋଲି ଭାବୁଛ ତେବେ ମୋର କୌଣସି ଆପତ୍ତି ନାହିଁ।’ କିନ୍ତୁ ଘରସଂସାର କରି ସମସ୍ତ ଦାୟିତ୍ୱ ତୁଲେଇ ଚାକିରି କରିବା ମୋ ପକ୍ଷେ ସମ୍ଭବପର ହୋଇ ନଥିଲା। ହେଲେ ମଝିରେ ମଝିରେ ମୋ ଭିତରେ ଜାକିମାଡି ହୋଇ ଶୋଇଥିବା ସ୍ବପ୍ନଟି ମୋତେ ଅସ୍ତବ୍ୟସ୍ତ କରୁଥିଲା। ତେଣୁ ମୋ ପୁଅଝିଅଙ୍କୁ ପଢେଇବା ସହିତ ବିନା ପଇସାରେ ଅନ୍ୟମାନଙ୍କୁ ମଧ୍ୟ ପଢାଉଥିଲି। ଶେଷରେ ଦିନେ ଭଗବାନ ସୁଯୋଗଟିଏ ଦେଲେ ୨୦୦୯ ମସିହାରେ। ସେତେବେଳକୁ ଶାଶୁ ଶ୍ୱଶୁରଙ୍କର ଦେହାନ୍ତ ହୋଇସାରିଥିଲା। ପିଲା ଦୁହେଁ ମଧ୍ୟ ବଡ଼ ହୋଇଯାଇଥିଲେ। ଯେହେତୁ ମୁଁ ପଢେଇବାକୁ ଭଲ ପାଉଥିଲି ସମୟର ସଦୁପଯୋଗ କରି ନିଜର ସ୍ବପ୍ନକୁ ସାକାର କରିବା ପାଇଁ ସେଣ୍ଟ ଜାଭିୟର୍ସ ସ୍କୁଲରେ ଶିକ୍ଷୟିତ୍ରୀ ରୂପେ ଯୋଗଦେଲି। ମୋ ପରିବାର ମୋତେ ଦୃଢ଼ ଭାବରେ ସମର୍ଥନ କଲେ। ଗୋଟିଏ ସ୍ବତନ୍ତ୍ର ପରିବେଶରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ପିଲାମାନଙ୍କ ଗହଣରେ ସମୟ ବିତେଇ ଖୁବ୍‌ ଆତ୍ମସନ୍ତୋଷ ପାଉଥିଲି। ମାସ ଶେଷରେ ସ୍କୁଲ କର୍ତ୍ତୃପକ୍ଷ ଯେତେବେଳେ ଚେକ୍‌ଟିଏ ଧରେଇଦେଲେ ଖୁସିରେ ମୋ ମନ କୁରୁଳି ଉଠିଲା। ପ୍ରଥମ ଉପାର୍ଜନ ମୋ ମନରେ ଆତ୍ମ ପ୍ରତ୍ୟୟ ସୃଷ୍ଟି କରିଥିଲା। ମୁଁ ଚେକ୍‌ ଭଙ୍ଗେଇ ଟଙ୍କା ଆଣିବା ପରେ ପ୍ରଥମେ ଠାକୁରଙ୍କ ପାଇଁ କିଛି ଟଙ୍କା ରଖିଥିଲି। ତା’ପରେ ମୋ ବୋଉ ପାଇଁ ଗୋଟିଏ ଶାଢ଼ି ଆଣିଥିଲି। ମୁଁ ଯାଉଥିବା ଅନାଥ ଆଶ୍ରମରେ ପିଲାମାନଙ୍କୁ ମିଠା ବାଣ୍ଟିବା ସହିତ ଗୋଟିଏ ଗୋଟିଏ କଲମ ଦେଇଥିଲି। ପୁଅ, ଝିଅ, ପୁତୁରା ଓ ମୋତେ ନେବାଆଣିବା କରୁଥିବା ଡ୍ରାଇଭରଙ୍କୁ ମଧ୍ୟ ଖୁସିରେ ଖର୍ଚ୍ଚ କରିବାକୁ କିଛି ଟଙ୍କା ଦେଇଥିଲି। ମୋ ଦରମା ଆଶାନୁରୂପ ନଥିଲା। କିନ୍ତୁ ଏତେ ବର୍ଷ ପରେ ମୋ ସ୍ବପ୍ନ ପୂରଣ ହେଲା ଓ ମୁଁ ଉପାର୍ଜନକ୍ଷମ ହୋଇ ପାରିଲି ଏହା ମୋତେ ବହୁତ ଖୁସି ଦେଇଥିଲା। ଏଥର ନିଜ ରୋଜଗାରରେ ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବି ଏମିତି ଭାବନାଟିଏ ଧୀରେ ଧୀରେ ମୋ ଭିତରେ ଦୃଢ଼ ହେଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନଓ୍ବାଡିି ପଛରେ ଗୋମାଂସ କଟାନେଇ ଅସନ୍ତୋଷ

ଉଦଳା, ୨୪ା୧୨(ସନ୍ତୋଷ କୁମାର ବାଚ୍ଛିନୀ): କପ୍ତିପଦା ଥାନା ଭୁଳାଘାଟି ଗ୍ରାମର ଏକ ଅଙ୍ଗନଓ୍ବାଡି କେନ୍ଦ୍ର ପଛରେ ଗୋମାଂସ କଟାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଜାନୁଆରୀ ୧ ନୁହେଁ ଗାଡ଼ିର ବୈଧ କାଗଜପତ୍ର ଅବଧି…

ଭୁବନେଶ୍ୱର,୨୪।୧୨:  ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ବସ୍ତି ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ମାସେ ସମୟ ଦେଲେ ସରକାର । ଏଣିକି ଗାଡ଼ିର ବୈଧ...

ବରଗଡ଼ ଧନୁଯାତ୍ରା: ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ବରଗଡ଼

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଯାଜପୁର ରୋଡ଼ ନୂତନ ଏସ୍‌ଡିପି ଶରତ ଚନ୍ଦ୍ର ପାତ୍ର

ଧର୍ମଶାଳା,୨୪।୧୨: ଯାଜପୁର ରୋଡ଼ ନୂତନ ଏସ୍‌ଡିପିଓ ଭାବେ ଶରତ ଚନ୍ଦ୍ର ପାତ୍ର ଯୋଗଦେବେ। ଏ ନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଯାଜପୁର ରୋଡ...

‘ଆମେ ଗୋଟିଏରେ ସନ୍ତୁଷ୍ଟ କାହିଁକି?’ଆମେ ବି ୩-୪ ସନ୍ତାନ ପ୍ରସବ କରିବା ଦରକାର, କାହିଁକି ଏମିତି କହିଲେ ନବନୀତ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ଜନତା ପାର୍ଟିର ନେତା ନବନୀତ ରାଣା କହିଛନ୍ତି ଯେ ହିନ୍ଦୁମାନଙ୍କର ଅତି କମରେ ତିନିରୁ ଚାରିଟି ସନ୍ତାନ ହେବା ଉଚିତ। ସେ କହିଛନ୍ତି...

‘ଗେରୁଆ ପତାକା ଦେଖି ଲାଠି ଚଳାଇଥିଲା ଟିଏମସି’, ମମତାଙ୍କୁ କଡ଼ା ଟାର୍ଗେଟ କଲା ଭାଜପା

କୋଲକାତା,୨୪।୧୨: ୨୪ ଡିସେମ୍ବର, ୨୦୨୫ରେ ଭାଜପା ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ...

JDUରୁ ନିଶାନ୍ତ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ? ଏହି ଚର୍ଚ୍ଚା ଭିତରେ RJD କଲା ଚମକାଇବା ଭଳି ଦାବି

ପାଟନା,୨୪।୧୨: ନିକଟରେ, ୨୦୨୫ ବିହାର ବିଧାନସଭା ନିର୍ବାଚନ ପରେ, ନୀତୀଶ କୁମାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହି ବୈଠକକୁ...

‘ନିର୍ବାଚନ ଅଟକାଇବା ପାଇଁ କରାଯାଇଛି ହତ୍ୟା’, ୟୁନୁସ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ହାଦିଙ୍କ ଭାଇ

ଢାକା,୨୪।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ହତ୍ୟା ପରେ ବାଂଲାଦେଶରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଢାକାରେ ହାଦିଙ୍କ ମୁଣ୍ଡରେ ଗୁଳି ମାଡ଼ ହୋଇଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri