Odisha Elections 2024

ନାବାଳିକାଙ୍କ ତଣ୍ଟିକାଟି ହତ୍ୟା ଘଟଣାରେ ୨ ଗିରଫ

ବଲାଙ୍ଗୀର, ୧୫ା୭ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସହର କେନ୍ଦ୍ରୀୟ ବିଦ୍ୟାଳୟ ନିକଟସ୍ଥ ନିଖିଳ ନଗରରେ ଗୁରୁବାର ଘରେ ପଶି ନାବାଳିକା ଶେଷାଦ୍ରୀ ନାଗ (୧୫)ଙ୍କ ତଣ୍ଟି କାଟି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଦୁଇଜଣଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଆଗଲପୁର ଥାନା ରୋତ୍‌ ଗ୍ରାମର ମିଲନ୍‌ ରଣା (୨୧) ଓ ଜିତୁ ରଣା (୨୧)। ହତ୍ୟାକାଣ୍ଡ ଭିଆଇବା ପରେ ଘର ପଛ ପଟ ଜଙ୍ଗଲ ଭିତର ଏକ ପଥର ଚଟାଣ ନିକଟରେ ହତ୍ୟାରେ ବ୍ୟବହୃତ ଏକ କଟୁରି ଏବଂ ରକ୍ତ ପୋଛିଥିବା ଏକ ଶାର୍ଟକୁ ଲୁଚାଇ ଦେଇ ଦୁଇ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ। ଟାଉନ୍‌ ପୋଲିସ ମୁଖ୍ୟ ଅଭିଯୁକ୍ତ ମିଲନ ରଣାଙ୍କୁ ଧରି ସିନ୍‌ ରିକ୍ରିଏସନ୍‌ ପରେ ବଲାଙ୍ଗୀର ଏସଡିପିଓ ତୋଫାନ୍‌ ବାଗ ନାବାଳିକା ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ଦେଇଛନ୍ତି। ହତ୍ୟାର କାରଣ ସମ୍ପର୍କରେ ଏସଡିପିଓ ବାଗ ଗଣମାଧ୍ୟମକୁ କିଛି ବି ସୂଚନା ଦେଇ ନ ଥିବାବେଳେ ପ୍ରେମଜନିତ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚାର ବିଷୟ ହୋଇଛି। ହତ୍ୟା କରିବା ପରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ମିଲନ୍‌ଙ୍କୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ରୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିବା ଜଣାପଡିଛି। ଶନିବାର ବଲାଙ୍ଗୀର ଏସପି ଋଷିକେଶ ଖିଲାରୀ ଗଣମାଧ୍ୟମକୁ ହତ୍ୟାକାଣ୍ଡ ସମ୍ପର୍କରେ ସବିଶେଷ ସୂଚନା ଦେବେ ବୋଲି ସୂଚନା ଦିଆଯାଇଛି।
ଗୁରୁବାର ଅପରାହ୍ନରେ ନିଖିଲନଗର ନିବାସୀ ମକରଧ୍ୱଜ ନାଗଙ୍କ ଘରେ ପଶି ତାଙ୍କ ସାନ ଝିଅ ଶେଷାଦ୍ରୀଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିଲେ। ହତ୍ୟାକାଣ୍ଡ ସମୟରେ ଶେଷାଦ୍ରୀ ଘରେ ଏକାକୀ ଥିଲେ। ତାଙ୍କ ପିତା ମକରଧ୍ୱଜ ଜଣେ ମିସ୍ତ୍ରି ଓ ମାତା ପୂର୍ଣ୍ଣମୀ ନାଗ ମ୍ୟୁନିସିପାଲିଟି ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବାରୁ ସବୁଦିନ ଭଳି କାମ କରିବାକୁ ଯାଇଥିଲେ। ଦିନ ପ୍ରାୟ ୧ଟାରେ ମାତାପିତା କାମରୁ ଘରକୁ ଫେରିଥିଲେ। ଘରେ ପହଞ୍ଚତ୍ବା ପରେ ଝିଅ ଶେଷାଦ୍ରୀଙ୍କ ରକ୍ତାକ୍ତ ମୃତଦେହ ଚଟାଣରେ ପଡିଥିବା ଦେଖିବାକୁ ପାଇଥିଲେ। ଏହା ପରେ ସ୍ଥାନୀୟ ଲୋକେ ଟାଉନ୍‌ ଥାନା ପୋଲିସକୁ ଖବର ଦେଇଥିଲେ। ଟାଉନ୍‌ ଥାନା ଆଇଆଇସି ବିଶ୍ୱଜିତ ମନବୋଧ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ। ବଲାଙ୍ଗୀର ଏସପି ଋଷିକେଶ ଖିଲାରି ଘଟଣାସ୍ଥଳ ପରିଦର୍ଶନ କରିବା ସହ ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲେ। ସ୍ବତନ୍ତ୍ର ଟିମ୍‌ ତଦନ୍ତକୁ ତ୍ୱରାନ୍ବିତ କରିବା ପରେ ସିସିଟିଭି ଫୁଟେଜ ଏବଂ ମୋବାଇଲ ଟ୍ରାକିଂ ଜରିଆରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ଜଣାପଡିଛି। ଶୁକ୍ରବାର ସିନ୍‌ ରିକ୍ରିଏସନ୍‌ ବେଳେ ମୁଖ୍ୟ ଅଭିଯୁକ୍ତ ମିଲନ୍‌ ତାଙ୍କ ସହଯୋଗୀ ଜିତୁ ସହ ଏକ ମୋଟର ସାଇକେଲରେ ନିଖିଲନଗର ପଛପଟ ଜଙ୍ଗଲକୁ ଆସି ସେଠାରୁ ଶେଷାଦ୍ରୀଙ୍କ ଘର ପଟରୁ ପଶିଥିଲେ। ସେଠାରେ ଶେଷାଦ୍ରୀଙ୍କ ସହ ଯୁକ୍ତିତର୍କ କରି ଘର ପଛ ପଟେ ତାଙ୍କୁ ପିଟିଥିଲେ। ସେଠାରୁ କିଭଳି ଭାବେ ସେ ତାଙ୍କୁ ଶୟନ କକ୍ଷକୁ ନେଇ ଏକ କଟୁରି ସହାୟତାରେ ହତ୍ୟା କଲେ ଏବଂ ଶେଷାଦ୍ରୀଙ୍କ ବାପାଙ୍କ ଏକ ଶାର୍ଟରେ ରକ୍ତ ସଫା ଉଦ୍ୟମ କରିବା ସହ ନିଜ ହାତରେ ଲାଗିଥିବା ରକ୍ତ ପୋଛି ଉକ୍ତ କଟୁରି ଏବଂ ରକ୍ତଭିଜା ଶାର୍ଟକୁ ଜଙ୍ଗଲ ଭିତର ପଥର ଚଟାଣ ତଳେ ରଖି ଫେରାର ମାରିଥିଲେ ସେ ସମ୍ପର୍କରେ ପୋଲିସକୁ ଜଣାଇଥିଲେ। ପ୍ରେମ ବିଫଳତାରୁ ମିଲନ୍‌ ଏଭଳି କାଣ୍ଡ ଭିଆଇଥିବା ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ଶନିବାର ହତ୍ୟାର ଗୁମର ଖୋଲିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଧ ରାତିରେ କ୍ଷମା ମାଗିଲେ ସମ୍ବିତ ପାତ୍ର: କହିଲେ, ମୋ ଭୁଲ୍‌ ପାଇଁ ଆଗାମୀ ୩ ଦିନ ଉପବାସ କରିବି

ନୂଆଦିଲ୍ଲୀ/ଭୁବନେଶ୍ୱର,୨୧।୫:ଓଡିଶାର ପୁରୀ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ସମ୍ମିତ ପାତ୍ର ପ୍ରଭୁ ଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭକ୍ତ ବୋଲି କହି କ୍ଷମା ମାଗିଛନ୍ତି।...

ବିଜେଡି ଏମ୍‌ପି ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ବଡ଼ ଝଟକା

ଭୁବନେଶ୍ୱର,୨୦।୫: ବିଜେଡି ଏମ୍‌ପି ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ଝଟକା। ସୋମବାର ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀର ଶତାଧିକ ମୁଣ୍ଡା ସମ୍ପ୍ରଦାୟର ଲୋକ ଭାଜପାରେ ସାମିଲ ହୋଇଛନ୍ତି। ଆଜି ବାଙ୍ଗିରିପୋଷିରେ...

ଭାଜପାରୁ ବହିଷ୍କୃତ ହେଲେ ପୂର୍ବତନ ଏମ୍‌ପି ଐର ଖାରବେଳଙ୍କ ସମେତ ୫ ନେତା

ଭୁବନେଶ୍ୱର,୨୦।୫: ପୂର୍ବତନ ଏମ୍‌ପି ଖାରବେଳ ସ୍ବାଇଁଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ଭାଜପା ସୋମବାର ଦଳରୁ ବହିଷ୍କାର କରିଛି । ଖାରବେଳଙ୍କ ସମେତ ରେମୁଣାର ବିଜୟ କୁମାର...

ସମୀର ଦାଶଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୨୦।୫: ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ବରିଷ୍ଠ ନେତା ସମୀର ରଞ୍ଜନ ଦାଶଙ୍କୁ ଦଳ ସୋମବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି। ଦଳ ସମୀରଙ୍କୁ ରାଜ୍ୟ...

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ପୋଲିଂ କର୍ମଚାରୀଙ୍କୁ ତାଲା ପକାଇଦେଲେ ଗ୍ରାମବାସୀ

ଭୁବନେଶ୍ୱର,୨୦।୫: ରାଜ୍ୟରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ କେତେକ ସ୍ଥାନରେ ବିଶୃଙ୍ଖଳା ଘଟିଥିବା ଦେଖିବାକୁ ମିଳିଛି। ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀର...

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

ପ୍ରଦୀପ ପାଣିଗ୍ରାହୀଙ୍କ ଆକ୍ରମଣ ଘଟଣା: ଶିବଶଙ୍କରଙ୍କୁ ମିଳିଲାନି ଜାମିନ

ଭୁବନେଶ୍ୱର,୨୦।୫: ବ୍ରହ୍ମପୁର ଲୋକ ସଭା ଆସନର ଭାଜପା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ତଥା ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କୁ ଝଟକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri