କଟାମୁଣ୍ଡ ଯୋଡ଼ିଲେ ଇସ୍ରାଏଲ ଡାକ୍ତର

ଜେରୁଜେଲମ୍‌, ୧୫ା୭: ଇସ୍ରାଏଲୀ ଡାକ୍ତର ଚିକିତ୍ସା ବିଜ୍ଞାନରେ ଚମତ୍କାରିତା ଦେଖାଇଛନ୍ତି। ଜଣେ ୧୨ ବର୍ଷର ବାଳକ ସାଇକେଲ ଚଳାଇ ଯାଉଥିବାବେଳେ ଏକ କାର୍‌ ଧକ୍କାଦେବାରୁ ତାଙ୍କ ମୁଣ୍ଡ ବେକରୁ ପ୍ରାୟତଃ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିଲା। ଇସ୍ରାଏଲର ଡାକ୍ତରମାନେ ଅତ୍ୟନ୍ତ ଜଟିଳ ତଥା ଅସାଧାରଣ ଅସ୍ତ୍ରୋପଚାର ବଳରେ କଟାମୁଣ୍ଡକୁ ପିଲା ଦେହରେ ସଫଳତାର ସହ ଲଗାଇଦେଇଛନ୍ତି।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୁଲେମାନ ହାସନଙ୍କୁ କାର୍‌ ଧକ୍କା ଦେବାରୁ ତାଙ୍କ ମେରୁଦଣ୍ଡର ଶୀର୍ଷ ଅସ୍ଥିରୁ ଖପୁରି ଅଲଗା ହୋଇଯାଇଥିଲା। ବିଜ୍ଞାନ ଭାଷାରେ ଏଭଳି ସ୍ଥିତିକୁ ବାଏଲାଟେରାଲ ଆଟଲାଣ୍ଟୋ ଓସିପିଟାଲ ଜଏଣ୍ଟ ସିଡ୍‌ଲୋକେଶନ କୁହାଯାଏ। ଦୁର୍ଘଟଣା ପରେ ସୁଲେମାନଙ୍କୁ ବିମାନ ଯୋଗେ ହାଡାସା ମେଡିକାଲ ସେଣ୍ଟରକୁ ନିଆଯାଇ ଜରୁରୀ ଅସ୍ତ୍ରୋପଚାର କରାଯାଇଥିଲା। ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କ ମୁଣ୍ଡ ବେକର ଆଧାରୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିଲା। ଅସ୍ତ୍ରୋପଚାର ପାଇଁ ଅନେକ ଘଣ୍ଟା ସମୟ ଲାଗିଥିଲା ଓ କ୍ଷତିଗ୍ରସ୍ତ ସ୍ଥାନରେ ନୂଆ ପ୍ଲେଟ୍‌ ଓ ଫିକ୍ସେଶନ ଲଗାଇବାକୁ ପଡ଼ିଥିଲା ବୋଲି ଅର୍ଥୋପେଡ଼ିକ୍‌ ସର୍ଜନ ଡା. ଓହାଡ୍‌ ଇନାଭ କହିଛନ୍ତି। ପିଲାଟିକୁ ବଞ୍ଚାଇବାରେ ଆମର ସାମର୍ଥ୍ୟ ହେଉଛି ଆମର ଜ୍ଞାନ ଏବଂ ଅସ୍ତ୍ରୋପଚାର ପ୍ରକୋଷ୍ଠରେ ଥିବା ଅତ୍ୟାଧୁନିକ ପ୍ରଯୁକ୍ତି। ପିଲାଟିର ଜୀବନ ବଞ୍ଚାଇବାକୁ ସମ୍ପୂର୍ଣ୍ଣ ଟିମ୍‌ ସଂଘର୍ଷ କରିଥିଲା ବୋଲି ଡା. ଇନାଭ କହିଛନ୍ତି। ପିଲାଟିର ବଞ୍ଚତ୍ବା ସମ୍ଭାବନା ମାତ୍ର ୫୦ ପ୍ରତିଶତ ଥିଲା। ତେଣୁ ଏହା ଚମତ୍କାରିତାଠାରୁ କିଛି କମ୍‌ ନୁହେଁ ବୋଲି ସର୍ଜନମାନେ କହିଛନ୍ତି।
ଗତ ମାସରେ ଏହି ଅସ୍ତ୍ରୋପଚାର ହୋଇଥିଲେ ମଧ୍ୟ ଜୁଲାଇ ପର୍ଯ୍ୟନ୍ତ ଡାକ୍ତରମାନେ ଏହାର ଫଳାଫଳକୁ ସର୍ବସାଧାରଣରେ ପ୍ରକାଶ କରି ନ ଥିଲେ। ସୁଲେମାନ ନିକଟରେ ସର୍ଭିକାଲ ସ୍ପ୍ଲିଣ୍ଟ (ବେକ ପଟି) ସହ ହସ୍ପିଟାଲରୁ ବାହାରିଛନ୍ତି। ତାଙ୍କର ସ୍ନାୟୁତନ୍ତ୍ରୀ କିମ୍ବା ଜ୍ଞାନେନ୍ଦ୍ରିୟରେ କୌଣସି କମି ନାହିଁ। ଦୀର୍ଘ ଅସ୍ତ୍ରୋପଚାର ପ୍ରକ୍ରିୟା ପରେ ମଧ୍ୟ ସେ ସ୍ବାଭାବିକ ଭାବେ ସବୁ କାମ କରିପାରୁଛନ୍ତି ଏବଂ ବିନା ସହାୟତାରେ ଚାଲିପାରୁଛନ୍ତି ବୋଲି ଡା. ଇନାଭ ଗଣମାଧ୍ୟମକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri