ପଥର ରୂପରେ ପୂଜା ପାଉଛନ୍ତି ମହାପ୍ରଭୁ

ପୁରୀ, ୮ା୭ (ଅଜିତ୍‌ ମହାନ୍ତି): ବିଶ୍ୱର ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥ ମନ୍ଦିର ରହିଛି। ମହାପ୍ରଭୁ କେଉଁଠି ପଥର ରୂପରେ ତ ଆଉ କେଉଁଠି ମୂର୍ତ୍ତିି ରୂପରେ ପୂଜା ପାଉଛନ୍ତି। ଏଭଳି ଏକ ଅନାଲୋଚିତ ଜଗନ୍ନାଥ ମନ୍ଦିର ଉତ୍ତରାଖଣ୍ଡର ଉତ୍ତରକାଶୀଠାରୁ ୬କି.ମି ଦୂର ସାଲ୍ଡ ଗ୍ରାମରେ ରହିଛି। ସମୁଦ୍ର ପତ୍ତନଠାରୁ ୩ହଜାର ଫୁଟ ଉପରେ ଅବସ୍ଥିତ ଏହି ମନ୍ଦିରରେ ପ୍ରସ୍ତର ରୂପରେ ଜଗନ୍ନାଥ ପୂଜା ପାଉଛନ୍ତି। ଏନେଇ ଶୁକ୍ରବାର ଏକ ଘରୋଇ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଓଲିଉଡ୍‌ ଅଭିିନେତା ସବ୍ୟସାଚୀ ମହାପାତ୍ର, ଅଭିନେତ୍ରୀ ଅର୍ଚ୍ଚିତା ଏବଂ ଶ୍ରୀମନ୍ଦିର ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ସୂଚନା ଦେଇଛନ୍ତି।
ଛତିଶା ନିଯୋଗ ମହାନାୟକ କହିଛନ୍ତି, ସେ ଯେତେବେଳେ ଉତ୍ତରକାଶୀକୁ ଯାଇଥିଲେ ଜାଣିବାକୁ ପାଇଥିଲେ ସେଠାରେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ରହିଛି। ସେ ସେହି ମନ୍ଦିରକୁ ଯାଇଥିଲେ ମଧ୍ୟ ପହୁଡ଼ ପଡ଼ିଥିବାରୁ ଦର୍ଶନ କରିପାରି ନ ଥିଲେ। ସେଠାରେ ମହାପ୍ରଭୁ ଅଖିଆ ଅପିଆ ରହୁଥିବା ତାଙ୍କୁ ବ୍ୟଥିତ କରିଥିଲା। ପରେ ସେ ଏନେଇ ଅଭିନେତା ସବ୍ୟସାଚୀଙ୍କୁ ଜଣାଇଥିଲେ। ସଂଯୋଗବଶତଃ ସେହି ସମୟରେ ଅର୍ଚ୍ଚିତାଙ୍କର ଏକ ସୁଟିଂ ଉତ୍ତରାଖଣ୍ଡରେ ଥିଲା। ସବ୍ୟସାଚୀ ଓ ଅର୍ଚ୍ଚିତା ସେହି ମନ୍ଦିରକୁ ଯାଇଥିଲେ। ତେବେ ସେଠାରେ ଜଗନ୍ନାଥଙ୍କ ଦାରୁମୂର୍ତ୍ତି ବଦଳରେ ଶିଳାମୂର୍ତ୍ତି ରହିଛି। ଜଗନ୍ନାଥଙ୍କ ପୂଜା ଠିକ୍‌ ଭାବେ ହେଉ ନ ଥିବା ବେଳେ ପ୍ରସାଦ ଠିକ୍‌ ଭାବେ ଲାଗି ପାରୁନାହିଁ। ତେଣୁ ମହାପାତ୍ର ବାହୁଡ଼ା ଯାତ୍ରା ଦିନ ଉକ୍ତ ମନ୍ଦିରରେ ପୂଜା କରିବାକୁ ଚେଷ୍ଟା କରିଥିଲେ। ମନ୍ଦିର ନିକଟ ୫ଟି ଗ୍ରାମର ଲୋକଙ୍କୁ ଏକାଠି କରି ପୂଜାର୍ଚ୍ଚନା ଆୟୋଜନ କରିଥିଲେ। ସ୍ଥାନୀୟ ଗ୍ରାମର ଲୋକଙ୍କ ଇଷ୍ଟଦେବତା ପ୍ରଭୁ ଶ୍ରୀଜଗନ୍ନାଥ। ଏଭଳିକି ସେମାନଙ୍କ ଲୋକ ଗୀତ ଓ ଝିଅ ବିଦାୟୀ ଗୀତରେ ଶ୍ରୀଜଗନ୍ନାଥଙ୍କ ନାମ ନେଇ ସ୍ମରଣ କରିଥାନ୍ତି। ସେହିପରି ସବ୍ୟସାଚୀ କହିଥିଲେ, ସେ ଏହି ମନ୍ଦିର ଉପରେ ଡକ୍ୟୁମେଣ୍ଟାରି ପ୍ରସ୍ତୁତ ପାଇଁ ଓଡ଼ିଆ ଲୋକଙ୍କ ସହାୟତା ନେଇଥିଲେ। ବ୍ରହ୍ମପୁରର ଜଣେ ଓଡ଼ିଆ ବ୍ୟକ୍ତି ସୋସିଆଲ ମିଡିଆରେ ଏହି ଭିଡିଓ ଦେଖି ସେଠାକାର ପ୍ରଶାସନକୁ ମେଲ୍‌ କରିଥିଲେ। ସେ ଏବଂ ଅର୍ଚ୍ଚିତା ସେଠାରେ ଥିବାବେଳେ ଉତ୍ତରାଖଣ୍ଡ ଉତ୍ତରକାଶୀ ପର୍ଯ୍ୟଟନ ବିଭାଗର ଅଧିକାରୀ ସେଠାରେ ପହଞ୍ଚିଥିଲେ। ଏସବୁ ମହାପ୍ରଭୁଙ୍କ ଲୀଳା। ମନ୍ଦିର ରକ୍ଷଣାବେକ୍ଷଣ ଓ ଉନ୍ନତି ପାଇଁ ସେ ୬ମାସ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ନେଇଛନ୍ତି। ଉକ୍ତ ମନ୍ଦିରର ପ୍ରଚାର, ପୁନରୁଦ୍ଧାର ଓ ବିକାଶ ପାଇଁ ସେ ଉତ୍ତରାଖଣ୍ଡ ସରକାର, କେନ୍ଦ୍ର ପର୍ଯ୍ୟଟନ ବିଭାଗ, ଉତ୍ତରକାଶୀ ଏବଂ ରାଜ୍ୟ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ବୋଲି ସବ୍ୟସାଚୀ କହିଛନ୍ତି। ଲୋକକଥା ଅନୁଯାୟୀ, ଉକ୍ତ ମନ୍ଦିରରେ ଜଗନ୍ନାଥଙ୍କ ବିଗ୍ରହ ମାଟିତଳୁ ଆବିର୍ଭାବ ହୋଇଛନ୍ତି। ଥରେ ଜଣେ ବ୍ୟକ୍ତି ହଳ କରୁଥିବା ସମୟରେ ହଳ ଉକ୍ତ ଶିଳାରେ ବାଜିଥିଲା, ଯାହାର ପ୍ରମାଣ ଏବେ ବି ରହିଛି। ଶିଳାଦେହରେ ୭ଟି ଗାର ରହିଛି। ସେହିପରି ଆଦି ଶଙ୍କରାଚାର୍ଯ୍ୟ ୧୨୦୦ ମସିହାରେ ଏଠାକୁ ଆସି ଜଗନ୍ନାଥ ଶିଳା ପ୍ରତିଷ୍ଠା କରିଥିଲେ। ଏହି ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ବ୍ୟତୀତ ହନୁମାନ, ଗଣେଶ, ଦୁର୍ଗା ଆଦି ପୂଜା ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri