୬ ମାସରେ ଇରାନରେ ୩୫୪ଙ୍କୁ ଫାଶୀ…

ତେହେରାନ,୪।୭ : ଚଳିତ ବର୍ଷ ୬ ମାସ ମଧ୍ୟରେ ଇରାନରେ ୩୫୪ ଜଣଙ୍କୁ ଫାଶୀ ଦିଆଯାଇଛି। ଗତ ବର୍ଷ ତୁଳନାରେ ନରୱେ ସ୍ଥିତ ଇରାନ ମାନବ ଅଧିକାର ମଧ୍ୟ ଚଳିତ ବର୍ଷ ମୃତ୍ୟୁଦଣ୍ଡ ବୃଦ୍ଧି ସମ୍ପର୍କରେ ଚେତାବନୀ ଦେଇଛି। ମାନବ ଅଧିକାର ସଂଗଠନ କହିଛି ୨୦୨୨ ବର୍ଷ ତୁଳନାରେ ଏହା ବହୁତ ଅଧିକ ସଂଖ୍ୟା ଅଟେ।

ହିଜାବ ବିରୋଧୀ ପ୍ରଦର୍ଶନ ସମୟରେ ମହସା ଇରାନୀ ନାମକ ଜଣେ ମହିଳା ହିଜାବକୁ ଠିକ ଭାବରେ ପିନ୍ଧି ନ ଥିବାରୁ ତାଙ୍କୁ ଇରାନ ପୋଲିସ ଗିରଫ କରିଥିଲା। ଏହି ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା, ଯାହା ପରେ ବିରୋଧ ତୀବ୍ର ହୋଇଥିଲା। ଏହି ବିରୋଧ ସମଗ୍ର ଇରାନକୁ ଘେରି ରହିଥିଲା।

ମାନବ ଅଧିକାର ସଂଗଠନର ରିପୋର୍ଟ ଅନୁଯାୟୀ, ଏହି ବିରୋଧକୁ ରୋକିବା ଏବଂ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ପାଇଁ ମୃତ୍ୟୁଦଣ୍ଡ ବୃଦ୍ଧି କରାଯାଇଥିଲା। ଖବର ଅନୁଯାୟୀ, ୨୦୨୨ ରେ ଇରାନ ମଧ୍ୟ ୫୮୨ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି।

ଚଳିତ ବର୍ଷ ଗତ ଛଅ ମାସ ମଧ୍ୟରେ ୩୫୪ ଜଣଙ୍କୁ ଫାଶୀ ଦିଆଯାଇଛି। ୨୦୨୨ ବର୍ଷର ଏହି ସମାନ ଅବଧିରେ ୨୬୧ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ତଥ୍ୟ ସ୍ପଷ୍ଟ ଭାବେ ଦର୍ଶାଉଛି ଗତ ବର୍ଷ ତୁଳନାରେ ୩୬ ପ୍ରତିଶତ ଅଧିକ ଦଣ୍ଡ ଦିଆଯାଇଛି। ରିପୋର୍ଟରେ ଦର୍ଶାଯାଇଛି ଇରାନରେ ମୃତ୍ୟୁ ଦଣ୍ଡାଦେଶ କରାଯାଇଥିବା ଲୋକଙ୍କ ମଧ୍ୟରୁ ୨୦ ପ୍ରତିଶତ ବାଲୁଚ ସଂଖ୍ୟାଲଘୁ ସମ୍ପ୍ରଦାୟର।

ରିପୋର୍ଟ ଅନୁଯାୟୀ, ଡ୍ରଗ୍ସ ଅଭିଯୋଗରେ ଅଧିକାଂଶ ଲୋକଙ୍କୁ ଫାଶୀ ଦିଆଯାଇଛି। ଏହି ଅଭିଯୋଗରେ ପ୍ରାୟ ୨୦୬ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା, ଯାହା ଗତ ବର୍ଷ ସମାନ ସମୟ ତୁଳନାରେ ୧୨୬ ପ୍ରତିଶତ ବୃଦ୍ଧି ହୋଇଛି।

ଆଇଏଚଆର ନିର୍ଦ୍ଦେଶକ ମହମୁଦ ଆମିରି-ମୋଗାଡାମ କହିଛନ୍ତି ସାମାଜିକ ଭୟ ସୃଷ୍ଟି କରିବା ତଥା ଅଧିକ ବିରୋଧକୁ ରୋକିବା ପାଇଁ ମୃତ୍ୟୁଦଣ୍ଡ ବ୍ୟବହୃତ ହେଉଛି। ସମାଜରେ ଡ୍ରଗ୍ସ ବିକ୍ରୟ କରୁଥିବା ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

ଭାରତ ଯାତ୍ରା ସ୍ଥଗିତ ରଖି କାହିଁକି ଚାଇନା ପହଞ୍ଚିଲେ ମସ୍କ

ସାଂଘାଇ,୨୮।୪: ଟେସଲା ସିଇଓ ଏଲୋନ ମସ୍କ ରବିବାର ଦିନ ହଠାତ୍‌ ଚାଇନା ଗସ୍ତ କରିଛନ୍ତି। ବୈଦ୍ୟୁତିକ ଯାନ ମାମଲାରେ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ।...

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

ଟୋକିଓ,୨୭ା୪: ଜାପାନର ବୋନିନ ଦ୍ୱୀପପୁଞ୍ଜରେ ଶନିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ମାପ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ର...

ଜୀବନର ବହୁତ ବଡ କଥା କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ,୨୭।୪: ଆମେରିକାରେ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଇତିମଧ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ...

ରୁଷିଆ ସେନାକୁ ଚାଇନା ସହାୟତା: ପ୍ରତିବାଦ ଜଣାଇଲେ ବ୍ଲିଙ୍କେନ୍‌

ବେଜିଂ,୨୭ା୪: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଶୁକ୍ରବାର ଚାଇନା କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ୟୁକ୍ରେନ୍‌ ସହ ଯୁଦ୍ଧରେ ରୁଷିଆ ସେନାକୁ...

ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ କମ୍ପାନୀ ଦାୟୀ

ଲଣ୍ଡନ୍‌,୨୭ା୪: ବିଶ୍ୱର ଅର୍ଦ୍ଧାଧିକ ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ ବହୁରାଷ୍ଟ୍ରୀୟ କମ୍ପାନୀ ଦାୟୀ। ସେହିପରି ଏକ-ଚତୁର୍ଥାଂଶ ପ୍ରଦୂଷଣ ପାଇଁ ୬ଟି କମ୍ପାନୀ ଦାୟୀ ବୋଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri