‘ସୁନା ନୁହେଁ, ପିତ୍ତଳ ଥାଳିରେ ଖାଉଛନ୍ତି ମହାପ୍ରଭୁ’

ପୁରୀ, ୩୦ା୬(ଅଜିତ୍‌ ମହାନ୍ତି): କୋଟି କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ ପିତ୍ତଳ ଥାଳିରେ ଖାଉଛନ୍ତି ଏବଂ ପୁରୁଣା ଅଳଙ୍କାର ପରିଧାନ କରୁଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ପ୍ରଚୁର ରତ୍ନଅଳଙ୍କାର ଗଚ୍ଛିତ ରହିଥିଲେ ମଧ୍ୟ ଜଗତ ଠାକୁରଙ୍କ ବ୍ୟବହାରରେ ତାହା ଲାଗିପାରୁନାହିଁ। ଏହାଠୁ ବଳି ଦୁଃଖ ନାହିଁ ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ବରିଷ୍ଠ ସେବାୟତ ତଥା ମହାପ୍ରଭୁଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର। ଏଥିସହ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇ ରତ୍ନଅଳଙ୍କାର ଯାଞ୍ଚ ଓ ଗଣତି କରାଯିବାକୁ ସେ ଦାବି କରିଛନ୍ତି। ଏକ ବୈଦ୍ୟୁତିକ ଗଣମାଧ୍ୟମକୁ ସ୍ବାଇଁ ମହାପାତ୍ର ଏହି ସୂଚନା ଦେବା ପରେ ଜଗନ୍ନାଥପ୍ରେମୀଙ୍କୁ ଉକ୍ତ ଘଟଣା ବ୍ୟଥିତ କରିଛି। ରତ୍ନଭଣ୍ଡାର ଖୋଲି ରତ୍ନଅଳଙ୍କାର ସମେତ ଅନ୍ୟାନ୍ୟ ସାମଗ୍ରୀ ଆଣି ବିଶ୍ୱନିୟନ୍ତାଙ୍କ ବ୍ୟବହାରରେ ଲଗାଇବା ପାଇଁ ସେମାନେ ମତ ଦେଇଛନ୍ତି।
ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ସ୍ବାଇଁ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି, ରତ୍ନଭଣ୍ଡାରରେ ପ୍ରଚୁର ସ୍ବର୍ଣ୍ଣ ଅଳଙ୍କାର ରହିଛି। ଏହାସତ୍ତ୍ୱେ ମହାପ୍ରଭୁ ପୁରୁଣା ଅଳଙ୍କାରରେ ସଜେଇ ହେଉଛନ୍ତି। ସେହିପରି ମହାପ୍ରଭୁ ଖାଉଥିବା ପିତ୍ତଳ ଥାଳିକୁ ସୁନା ବୋଲି କୁହାଯାଉଛି। ଏହା ତାଙ୍କୁ ବ୍ୟଥିତ କରୁଛି। ମହାପ୍ରଭୁଙ୍କ ଅଳଙ୍କାର ରତ୍ନଭଣ୍ଡାରରେ ଖତ ଖାଉଛି। ତେଣୁ ରତ୍ନଭଣ୍ଡାର ଖୋଲାଯାଉ। ସରକାର ଚାହିଁଲେ ସେହି ଅଳଙ୍କାରରେ ମହାପ୍ରଭୁଙ୍କ ପାଇଁ ୧୦ରୁ ୧୫ଟି ସୁବର୍ଣ୍ଣ ସେଟ୍‌ ନିର୍ମାଣ କରିପାରିବେ। ସରକାର ଚାହିଁଲେ ସବୁ ହୋଇପାରିବ। ଦାତା ମଧ୍ୟ ଅଳଙ୍କାର ଦେବେ। ମାତ୍ର ସରକାର କାହିଁକି ରତ୍ନଭଣ୍ଡାର ଖୋଲୁନାହାନ୍ତି ତାହା ବୁଝାପଡୁନାହିଁ। ଗଜପତି ମହାରାଜା କହିବା ପରେ ମଧ୍ୟ ସରକାର ଚୁପ୍‌। ରତ୍ନଭଣ୍ଡାର କାନ୍ଥ ଫାଟି ପାଣି ଗଳୁଛି। ଦିନେ ହୁଏତ ଏହା ଭୁଶୁଡ଼ିପଡ଼ିବ। ତେଣୁ ରତ୍ନଭଣ୍ଡାର ମରାମତି କରାଯିବାର ଆବଶ୍ୟକତା ରହିଛି। ସେହିପରି ମହାପ୍ରଭୁଙ୍କ ଅନେକ ବେଶ ମଧ୍ୟରୁ ରଘୁନାଥ ବେଶ ଅନ୍ୟତମ, ଯାହା ଏବେ କରାଯାଉନାହିଁ। ରଘୁନାଥ ବେଶରେ ମହାପ୍ରଭୁଙ୍କୁ କୁଇଣ୍ଟାଲ କୁଇଣ୍ଟାଲ ସୁନାରେ ସଜାଯାଉଥିଲା। ତେବେ ଅନେକ ବର୍ଷ ହେବ ଏହି ବେଶ ହେଉନାହିଁ। ତେଣୁ ରତ୍ନଭଣ୍ଡାର ଖୋଲାଯାଇ କ’ଣ ସବୁ ଅଛି ଓ କିଭଳି ଅବସ୍ଥାରେ ରହିଛି ତାହା ଯାଞ୍ଚ କରାଯିବା ଉଚିତ ବୋଲି ସ୍ବାଇଁ ମହାପାତ୍ର କହିଛନ୍ତି।
ସେହିପରି ବରିଷ୍ଠ ଦଇତାପତି ସେବକ ବିନାୟକ ଦାସ ମହାପାତ୍ର କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ଏବେ ସୁନାଥାଳିରେ ଖାଉନାହାନ୍ତି। ମହାପ୍ରଭୁଙ୍କୁ ପିତ୍ତଳ ଥାଳିରେ ଭୋଗ ଲାଗି କରାଯାଉଛି, ଯାହାକୁ ସୁନା ଥାଳି ବୋଲି କୁହାଯାଉଛି। ଭିତର ରତ୍ନଭଣ୍ଡାର ଘରେ ସୁନାଥାଳି ରହିଛି। ତେଣୁ ରତ୍ନଭଣ୍ଡାର ଖୋଲାଯାଉ ବୋଲି ଦାସ ମହାପାତ୍ର କହିଛନ୍ତି। ମହାରାଜା କପିଳେନ୍ଦ୍ର ଦେବ ରାଜ୍ୟ ଜୟ କରି ଯେଉଁ ସୁନା ଅଳଙ୍କାର ସବୁ ଆଣିଥିଲେ, ତାହାକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିଥିଲେ। ସେହି ସୁନାରେ ମହାପ୍ରଭୁଙ୍କ ଅଳଙ୍କାର ନିର୍ମାଣ କରାଯାଇଥିଲା। ତାହାକୁ ମହାପ୍ରଭୁ ଧାରଣ କରିଛନ୍ତି। ତେବେ ବର୍ତ୍ତମାନ ମହାପ୍ରଭୁଙ୍କ ପାଇଁ ନୂତନ ସୁନା ଅଳଙ୍କାର ସେଟ୍‌ ନିର୍ମାଣ ହେବା ଆବଶ୍ୟକ। ଅଳଙ୍କାର ନିର୍ମାଣ ଲାଗି ଦାତାଙ୍କ ଅଭାବ ନାହିଁ କି ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି କମ୍‌ ନାହିଁ। ଶ୍ରୀଜଗନ୍ନାଥଙ୍କ ୬୦ ହଜାର ଏକର ଜମି ଲୋକେ ମାଡ଼ି ବସିଛନ୍ତି। ସେହି ସମ୍ପତ୍ତିରୁ ଯଦି କିଛି ଆସିଯାନ୍ତା, ତେବେ ଆଉ ୨- ୩ଟି ଅଙ୍କାର ସେଟ୍‌ ନିର୍ମାଣ ହୋଇପାରନ୍ତା। ତେବେ କାହାର ଉଦ୍ୟମ ତଥା ଆନ୍ତରିକତା ନାହିଁ ବୋଲି ଦାସମହାପାତ୍ର କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୧ ସୁନାବେଶରେ ମହାପ୍ରଭୁଙ୍କ କିରୀଟର କିଛି ଅଂଶ ଭାଙ୍ଗିଯାଇଥିଲା। ସେହି ଅଂଶକୁ ଲୁଚାଇବାକୁ ମଲ୍ଲୀଫୁଲମାଳ ଦିଆଯାଇଥିଲା। ଅନ୍ୟପକ୍ଷରେ ଗତ ୧୭ ତାରିଖରେ ଏକ ବୈଦ୍ୟୁତିକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ରତ୍ନଭଣ୍ଡାର ଖୋଲାଯିବା ସପକ୍ଷରେ ମତ ଦେଇଥିଲେ। ଭକ୍ତ ଓ ସେବାୟତମାନଙ୍କ ପକ୍ଷରୁ ମଧ୍ୟ ଏ ନେଇ ଦାବି ହୋଇଆସୁଛି। ତେବେ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri