ଇଚ୍ଛାଧୀନ କୋଟା ଟାସ୍କଫୋର୍ସ ରିପୋର୍ଟ ସଂଶୋଧନକୁ କ୍ୟାବିନେଟ ମୋହର

ଭୁବନେଶ୍ୱର,୨୨ା୬(ଅନିଲ ଦାସ) ଇଚ୍ଛାଧୀନ କୋଟା ବଳରେ ସରକାରୀ ଜମି ହାତେଇଥିବା ବ୍ୟକ୍ତିଙ୍କୁ ଆଇନଗତ ମାଲିକାନା ହକ୍‌ ଦେବା ନେଇ ୭ମାସ ବ୍ୟବଧାନରେ ଦ୍ୱିତୀୟ ଥର ପାଇଁ ଟାସ୍କଫୋର୍ସଙ୍କ ନିଷ୍ପତ୍ତିର ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ବୁଧବାର ଅନୁମୋଦନ କରିଛି। ଏଥିରେ ଟାସ୍କଫୋର୍ସ ରିପୋର୍ଟ ପରିଶିଷ୍ଟ ‘ଭିଏ’ରେ ଉଲ୍ଲିଖିତ ଦଖଲ ପରବର୍ତ୍ତୀ ହସ୍ତାନ୍ତର ମାମଲାଗୁଡ଼ିକରେ ଲିଜ୍‌ ଦଲିଲ ସମ୍ପାଦନ ଓ ଅନ୍ୟାନ୍ୟ ଆବଣ୍ଟନ ପରବର୍ତ୍ତୀ କାର୍ଯ୍ୟାବଳୀ ସମ୍ପର୍କିତ ନିଷ୍ପତ୍ତି ଉପରେ ରାଜ୍ୟ କ୍ୟାବିନେଟ୍‌ ମୋହର ମାରିଛନ୍ତି। ଟାସ୍କଫୋର୍ସ ତାଙ୍କ ରିପୋର୍ଟର ଅନୁଚ୍ଛେଦ ୪୮(୭)ରେ ସୁପାରିସ କରିଛନ୍ତି ଯେ, ଇଚ୍ଛାଧୀନ କୋଟା ଆବଣ୍ଟନଗ୍ରାହୀ ଓ ଏକାଧିକ ଆବଣ୍ଟନ ଗ୍ରାହୀମାନଙ୍କ ଦ୍ୱାରା ଦଖଲ ପରବର୍ତ୍ତୀ ହସ୍ତାନ୍ତର ମାମଲାଗୁଡ଼ିକ ରଦ୍ଦ କରାଯିବା ଉଚିତ୍‌। ଏହି ରିପୋର୍ଟରେ ଏହା ମଧ୍ୟ ସୂଚିତ ହୋଇଛି ଯେ, ନ୍ୟାୟସଙ୍ଗତ ଉପାୟରେ ବିହିତ ପ୍ରକ୍ରିୟା ଓ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସରଣରେ ପ୍ରାପ୍ତ ହୋଇଥିବା ଏକକ ପ୍ଲଟ/ ଗୃହ/ ଫ୍ଲାଟର ଆବଣ୍ଟନ କ୍ଷେତ୍ରରେ ଏହା ରଦ୍ଦ କରାଯିବ ନାହିଁ। କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି ଯେ, ନ୍ୟାୟସଙ୍ଗତ ଉପାୟରେ ଏବଂ ବିହିତ ପ୍ରକ୍ରିୟା ଓ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସରଣରେ ଆବଣ୍ଟିତ ଏକକ ପ୍ଲଟ/ଫ୍ଲାଟ/ଗୃହ (ଯାହା ଦଖଲ ସ୍ବତ୍ୱ ଭିତ୍ତିରେ ପରବର୍ତ୍ତୀ ସମୟରେ ମୂଳ ଆବଣ୍ଟନ ଗ୍ରାହୀମାନଙ୍କ ଦ୍ୱାରା ବିଧିସମ୍ମତ ଉତ୍ତରାଧିକାରୀମାନଙ୍କୁ ହସ୍ତାନ୍ତର କରାଯାଇଛି), ସେଭଳି ମାମଲାଗୁଡ଼ିକୁ ଟାସ୍କଫୋର୍ସ ରିପୋର୍ଟ ପରିଧିରୁ ବାଦ୍‌ ଦିଆଯିବ। ସୂଚନାଯୋଗ୍ୟ, ରାଜ୍ୟରେ ଇଚ୍ଛାଧୀନ କୋଟାକୁ ନେଇ ହଟଚମଟ ପରେ ୨୦୧୧ରେ ସମସ୍ତ ଇଚ୍ଛାଧୀନ କୋଟାକୁ ରାଜ୍ୟ ସରକାର ରଦ୍ଦ କରି ଦେଇଥିଲେ। ଉକ୍ତ ରିପୋର୍ଟକୁ ୨୦୧୪ ଡିସେମ୍ବର ୧୮ରେ କ୍ୟାବିନେଟ ଅନୁମୋଦନ କରିଥିଲେ। ଟାସ୍କଫୋର୍ସ ରିପୋର୍ଟର ଅନୁଚ୍ଛେଦ ୪୮(୭)ରେ ସୁପାରିସ କରାଯାଇଛି ଯେ, ଇଚ୍ଛାଧୀନ କୋଟାରେ ପ୍ରଥମେ ପ୍ଲଟ ଓ ଘର ପାଇ ତାକୁ ଅନ୍ୟ ନଁାକୁ ଟ୍ରାନ୍ସଫର କରି ପୁଣିଥରେ ଦ୍ୱିତୀୟ ଥର ଇଚ୍ଛାଧୀନ କୋଟାରେ ପ୍ଲଟ୍‌ ଅବା ଘର ପାଇଥିବା ହିତାଧିକାରୀଙ୍କ ପୂର୍ବ ହସ୍ତାନ୍ତରଣକୁ ରଦ୍ଦ କରାଯିବ। ସେହିପରି ଏସବୁ ପାଇଁ ଅନୁମତି ଦେଇଥିବା ସିଡିଏ, ବିଡିଏ ଓ ଗୃହ ନିର୍ମାଣ ବୋର୍ଡର ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଛି। ତେବେ ଦୀର୍ଘ ୧୨ ବର୍ଷ ପରେ ମଧ୍ୟ କୌଣସି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
ଏଥିସହିତ ଗଞ୍ଜାମ ଜିଲାର କନିଷି ତହସିଲ ଅନ୍ତର୍ଗତ ଶୀତଳପଲ୍ଲୀ ମୌଜାରେ ଟାଟା ଷ୍ଟିଲ ଲିମିଟେଡ୍‌ ଦ୍ୱାରା ମଲଟି ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା ପାଇଁ ଦିଆଯାଇଥିବା ୪୩ ଏକର ୦୫୦ ଡିସିମିଲ ସରକାରୀ ଜମି ବାବଦରେ ସରକାର ଇନ୍‌ସିଡେଣ୍ଟାଲ ଚାର୍ଜ ଓ ଦଖଲ ଦିନଠାରୁ ଆଜି ପର୍ଯ୍ୟନ୍ତ ଲାଗୁ ହେଉଥିବା ଭୂ ରାଜସ୍ବ ଓ ବାର୍ଷିକ ଦେୟ ସେସ୍‌ ଏବଂ ସମସ୍ତ ବକେୟା ଦେୟ ଉପରେ ସୁଧଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉକ୍ତ ଜମିକୁ ଲିଜରେ ନେବା ନିମନ୍ତେ ଟାଟା ଷ୍ଟିଲ ବର୍ତ୍ତମାନଠାରୁ ରିହାତି ମୂଲ୍ୟରେ ଏକର ପ୍ରତି ୧୦୦ ଟଙ୍କା ହିସାବରେ ବାର୍ଷିକ ଭୂ ରାଜସ୍ବ ଓ ଭୂ ରାଜସ୍ବର ୭୫ ପ୍ରତିଶତ ହିସାବରେ ବାର୍ଷିକ ଦେୟ ପ୍ରଦାନ କରିବ। ରାଜସ୍ବ ବିପର୍ଯ୍ୟୟ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କମେଡିଆନ୍ ଗୁଲୁଆଙ୍କୁ ହତ୍ୟା ଧମକ, ଭିଡିଓ କରି କହିଲେ ଜୀବନ ପ୍ରତି ବିପଦ…

ଭୁବନେଶ୍ବର, ୨୫।୧୨: କମେଡିଆନ୍‌ ଗୁଲୁଆଙ୍କୁ ହତ୍ୟା ଧମକ । ସେ ନିଜେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି । ଏନେଇ ସେ ଆଜି ସୋସିଆଲ ମିଡିଆରେ...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ଏହି ଦୁଇ କୁଖ୍ୟାତ ମାଓବାଦୀ, ଏବେ ବି ଜାରି ରହିଛି…

ଫୁଲବାଣୀ/ତୁମୁଡ଼ିବନ୍ଧ,୨୫ା୧୨(ରାକେଶ କୁମାର ରାଉତ/ଦୀପକ ପରାସେଠ): କନ୍ଧମାଳ ଜିଲାରେ ମାଓବାଦୀ ମୂଳୋତ୍ପାଟନ ପାଇଁ ଜୋର୍‌ଦାର କୋମ୍ବିଂ ଅପରେଶନ ଚାଲିଛି । ବୁଧବାର ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨...

ପାରିବାରିକ କଳହର କରୁଣ ପରିଣତି, ଶ୍ୱଶୁର ଆଗରେ ସ୍ତ୍ରୀକୁ ହତ୍ୟା କରିଲେ ସ୍ବାମୀ

ବଲାଙ୍ଗୀର, ୨୫/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରେବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି ।...

ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ଭୂପିନ୍ଦରଙ୍କ ବଡ଼ ବୟାନ, କିଛି ନୂଆ ଲୋକଙ୍କୁ ଅଣାଗଲେ ବିଜେଡ଼ି…

ଭୁବନେଶ୍ବର,୨୫।୧୨: ବିଭିନ୍ନ ସ୍ଥାନରେ ମେଳି କରି ଲୋକଙ୍କୁ ଏକଜୁଟ କରିଆସୁଛି ବିଜୁ ଜନତା ଦଳ । ଆସନ୍ତା ୨୬ରେ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନବକଳେବର...

ମାଙ୍କଡ଼କୁ ଝାମ୍ପିନେଲା କୁମ୍ଭୀର, ପଛେ ପଛେ ନଦୀରେ ପହଁରି ପହଁରି ଗଲେ ମାଙ୍କଡ଼ ପଲ, ଆଉ ତା’ ପରେ…

ମହାକାଳପଡ଼ା,୨୫ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ମହାନଦୀ ଶାଖା ଖରିନାସୀ ନାଳରେ କୁମ୍ଭୀର ଏକ ମାଙ୍କଡ଼କୁ ଝାମ୍ପି ନଦୀ ଆରପାରିକୁ ନେଉଥିବା ବେଳେ ସାଥୀ ମାଙ୍କଡ଼...

ସାରା ବିଶ୍ୱକୁ ମଦ ପରଷିବ ପାକିସ୍ତାନ! ମୁନିରଙ୍କ ଘର ନିକଟରେ ଫ୍ୟାକ୍ଟ୍ରି, ୫୦ ବର୍ଷ ପରେ ଉଠିଲା ବ୍ୟାନ

ଇସଲାମାବାଦ,୨୫।୧୨: ଇସଲାମିକ ଦେଶ ପାକିସ୍ତାନ ଅନେକ ଦଶନ୍ଧି ପରେ ପୁଣି ଥରେ ବିଶ୍ୱକୁ ମଦ ବିକ୍ରି କରିବାକୁ ଯାଉଛି। ୫୦ ବର୍ଷରୁ ଅଧିକ ସମୟର ନିଷେଧ...

ଜନ୍ମଦିନ ପାର୍ଟି ପରେ ଛାତିଥରା ଘଟଣା, ଚଳନ୍ତା କାରରେ କମ୍ପାନୀ ମ୍ୟାନେଜରଙ୍କୁ ଗଣଦୁଷ୍କର୍ମ ପରେ….

ଉଦୟପୁର,୨୫।୧୨: ରାଜସ୍ଥାନର ଉଦୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ପରେ ଚଳନ୍ତା କାରରେ ଜଣେ ଆଇଟି ଫାର୍ମ ମ୍ୟାନେଜରଙ୍କୁ ଗଣବଳାତ୍କାର...

୧୭ ବର୍ଷ ପରେ ଫେରିଲେ ‘ଡାର୍କ ପ୍ରିନ୍ସ’, ଢାକା ରାଜନୀତିରେ ଭୂକମ୍ପ, ଭାରତ ପାଇଁ ଆଶା ନା ସତର୍କ ଘଣ୍ଟି? ଜାଣନ୍ତୁ…

ଢାକା,୨୫।୧୨: ବାଂଲାଦେଶ ରାଜନୀତିରେ ଏକ ବଡ଼ ଘଟଣାକ୍ରମରେ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ବେଗମ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ପ୍ରାୟ ୧୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri