ପର୍ଯ୍ୟବେକ୍ଷକ ନିଯୁକ୍ତି ପରେ ଅପରାଜିତା ଭୟଭୀତ: ବିଜେଡି

ଭୁବନେଶ୍ୱର,୧୮।୬(ଅନିଲ ଦାସ) : ବିଜେଡି ସଭାପତି ଭୁବନେଶ୍ୱର ଲୋକ ସଭା କ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିବା ପରେ ଭୁବନେଶ୍ୱର ଏମ୍‌ପି ଭୟଭୀତ ହେବା ସହିତ ତାଙ୍କ ନିଦ ଭାଙ୍ଗିଯାଇଛି ବୋଲି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି।
ଅପରାଜିତା ଷଡ଼ଙ୍ଗୀଙ୍କ ଖବରଦାତା ସମ୍ମିଳନୀର ଜବାବ ଦେଇ ଶ୍ରୀମୟୀ କହିଛନ୍ତି, ଦୀର୍ଘ ୪ ବର୍ଷ ପରେ ଦଳର ରାଜ୍ୟ କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରୁଥିବାରୁ ଏମ୍‌ପି ଉସତ୍ାହିତ ଅଛନ୍ତି ା ଆପଣ ଜଣେ ରାଜନେତା, ଅମଲାତନ୍ତ୍ରୀ ନୁହନ୍ତି । ନିଜର ଅମଲାତାନ୍ତ୍ରିକ ମାନସିକତାରୁ ବାହାରକୁ ବାହାରନ୍ତୁ। ଡାକ୍ତରଖାନାଗୁଡ଼ିକୁ ଯାଇ ରୋଗୀଙ୍କୁ ଭେଟନ୍ତୁ, ସେମାନଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝିବା ସହିତ ସେମାନଙ୍କ ଯତ୍ନ ନିଅନ୍ତୁ ା ଏଭଳି କରିବା କ’ଣ ଭୁଲ୍‌ କି? ପ୍ରଶାସନ ଲୋକଙ୍କ ଦୁଆର ମୁହଁକୁ ଯାଇ କାର୍ଯ୍ୟ କରୁଛି, ସମୟ ସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକ ମଞ୍ଜୁର ହେଉଛି, କାର୍ଯ୍ୟ ସମୟସୀମା ମଧ୍ୟରେ ସମାପ୍ତ ହେଉଛି, ସାଧାରଣ ଲୋକ ନିଜର ଅଭିଯୋଗକୁ ପ୍ରଶାସନ ନିକଟରେ ପହଞ୍ଚାଇବାକୁ ସକ୍ଷମ ହେଉଛନ୍ତି, କଲେଜ ଛାତ୍ର ସେମାନଙ୍କ ଅଭିଯୋଗ ଜଣାଇବାରେ ସକ୍ଷମ ହେବା ସହିତ ତତ୍‌କ୍ଷଣାତ ସମାଧାନ ପାଉଛନ୍ତି, ମନ୍ଦିର ଏବଂ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନଗୁଡ଼ିକର ଉଲ୍ଲେଖନୀୟ ବିକାଶ କାର୍ଯ୍ୟ ହେଉଛି, ଯାହା ପୂର୍ବରୁ ହୋଇ ନ ଥିଲା। ସରକାର ଯେତେବେଳେ ଏଭଳି ଜନମଙ୍ଗଳ ଶାସନ କରୁଛନ୍ତି ସେଥିରେ ଆପଣ କାହିଁକି ଡରୁଛନ୍ତି ବୋଲି ଶ୍ରୀମୟୀ କହିଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟକୁ ବନ୍ଦ କରିବା ପାଇଁ ଆପଣ ଯେଉଁ ଡ୍ରାମା କରିଥିଲେ ତାହା ଲୋକମାନେ ଦେଖିଛନ୍ତି। ଏକାମ୍ର ଲିଙ୍ଗରାଜ କ୍ଷେତ୍ର ଏବଂ ସେବାୟତଙ୍କର ବିକାଶ କାର୍ଯ୍ୟକୁ ଅଟକାଇବା ଏବଂ ବିଳମ୍ବ କରିବା ପାଇଁ ଲୋକେ ଆପଣଙ୍କୁ ଆଦୌ କ୍ଷମାକରିବେ ନାହିଁ। ଲୋକେ ସେମାନଙ୍କ ପାଇଁ କାମ କରିବାକୁ ଭୋଟ ଦେଇଛନ୍ତି, ସେମାନଙ୍କ ସ୍ବାର୍ଥ ବିରୋଧରେ ନୁହେଁ ା ଭୁବନେଶ୍ୱରରେ ଜାତୀୟ ରାଜପଥ ଦ୍ୱାରା ସୃଷ୍ଟି ହୋଇଥିବା ଜଳବନ୍ଦୀ ଅବସ୍ଥାକୁ ସମାଧାନ କରିବାରେ ଆପଣ ସକ୍ଷମ ହୋଇଛନ୍ତି କି? କ୍ୟାପିଟାଲ୍‌ ରିଙ୍ଗ୍‌ ରୋଡ୍‌ ଏବେ ମଧ୍ୟ କାଗଜକଲମରେ ଅଛି ା ମଡେଲ ରେଳ ଷ୍ଟେଶନ କିମ୍ବା ଉପକୂଳ ରାଜପଥ ସବୁକିଛି ଅଦୃଶ୍ୟ ଅବସ୍ଥାରେ ଅଛି ା ଅପାରଗତା ଏବଂ ଅବହେଳାକୁ ଘୋଡ଼ାଇବା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରନ୍ତୁ ନାହିଁି ା ଏମ୍‌ପି ଭାବରେ କ୍ଷମତା ପାଇଛନ୍ତି ଏବଂ ଓଡ଼ିଶାର ବିକାଶକୁ ଅଟକାଇବା ସହିତ ଲୋକଙ୍କ ବିରୋଧରେ କାର୍ଯ୍ୟ କରୁଛନ୍ତି। ଦୀର୍ଘ ବର୍ଷ ଧରି ଶିକ୍ଷା ସଚିବ ଥିଲେ ବି କେବେ ଭଲ ବିଦ୍ୟାଳୟରେ ପିଲାମାନଙ୍କ ପାଠପଢ଼ା ବିଷୟରେ ଚିନ୍ତା କରି ନ ଥିଲେ । ଯେତେବେଳେ ସରକାର ସ୍ବାସ୍ଥ୍ୟ, ଶିକ୍ଷା ଏବଂ ମନ୍ଦିରର ରୂପାନ୍ତର କରୁଛନ୍ତି ସେତେବେଳେ ଆପଣ କାହିଁକି ଭୟଭୀତ ହୋଇପଡୁଛନ୍ତି ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri