Odisha Elections 2024

ଦାଦନ ଖଟିବାକୁ ଯାଇ ଚାଲିଗଲା ଜୀବନ

ତରଭା,୧୨ା୬(ଡି.ଏନ.ଏ.): ବିଭିନ୍ନ ସମୟରେ ବାହାର ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଓ ମରଶରୀର ଫେରିବା ନେଇ ପରିବାର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ସେଭଳି ଏକ ଦୁଃଖଦ ଘଟଣା ସୁବର୍ଣ୍ଣପୁର ଜିଲା ତରଭା ବ୍ଲକ କମସରା ଫାଣ୍ଡି ଅନ୍ତର୍ଗତ କମସରା ଗ୍ରାମରେ ଘଟିଛି।

ମିଳିଥିବା ସୂଚନା ମୁତାବକ, ଭାଗ୍ୟବାନ୍ତ ତାଣ୍ଡି ପ୍ରାୟ ୧୫ ଦିନ ତଳେ ତାଙ୍କ ସ୍ତ୍ରୀ ରେଶମା ତାଣ୍ଡିଙ୍କ ସହ ଚାରି ବର୍ଷର ପୁଅକୁ ଧରି ତାମିଲନାଡୁର ଏକ କମ୍ପାନୀରେ କାମ କରିବାକୁ ଯାଇଥିଲେ। ସୋମବାର ସକାଳୁ ଭାଗ୍ୟବନ୍ତ କୌଣସି କାରଣରୁ ମୃତ୍ୟୁବରଣ କରିଥିବା ତାଙ୍କ ସମ୍ପର୍କୀୟ ସୁବାସ ବାଘ ପ୍ରକାଶ କରିଛନ୍ତି। ଏହି ସମ୍ପର୍କରେ କମସରା ଫାଣ୍ଡି ଓ ତରଭା ଥାନା ଅଧିକାରୀଙ୍କୁ ପଚାରିବାରୁ ଘଟଣାଟି ସତ୍ୟ ବୋଲି ପ୍ରକାଶ କରିଥିଲେ। ସୁବର୍ଣ୍ଣପୁର ଜିଲା ଶ୍ରମ ଅଧିକାରୀଙ୍କୁ ପଚାରିବାରୁ ଭାଗ୍ୟବନ୍ତ ତାମିଲନାଡୁ ରାଜ୍ୟର କାଞ୍ଚିମପୁରମ ଜିଲା ପଲ୍ଲନୁର ଗ୍ରାମର ଏକ କମ୍ପାନୀରେ କାମ କରୁଥିଲେ। ସକାଳୁ ଅସୁସ୍ଥ ଅନୁଭବ କରିବାରୁ ଭାଗ୍ୟବନ୍ତଙ୍କ ସ୍ତ୍ରୀ ରେଶମା ଚଙ୍ଗଳ ପୁଟୁ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାଯାଇଛି। ସୁବର୍ଣ୍ଣପୁର ଜିଲାପାଳଙ୍କୁ ଅବଗତ କରିବା ପରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ତାମିଲନାଡୁର ଅର୍ଥ ମନ୍ତ୍ରୀଙ୍କ ସହ କଥା ହୋଇଥିଲେ। ମଙ୍ଗଳବାର ମୃତଦେହ ବ୍ୟବଚ୍ଛେଦ ସରିବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜିଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖା ପ୍ରକାଶ କରିଛନ୍ତି। ମୃତକ ଗରିବ ଶ୍ରେଣୀର ହୋଇ ଥିବାରୁ ପରିବାର ବର୍ଗଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି l


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି-ଭାଜପା କର୍ମୀ ଗଣ୍ଡଗୋଳ: ୪ ଗିରଫ

ରାଉରକେଲା, ୧୯ା୫(ସଙ୍ଗୀତା ଜେନା): ରଘୁନାଥପାଲି ଥାନା ଅନ୍ତର୍ଗତ ଗଙ୍ଗାଧରପାଲି ବସ୍ତି ଅଞ୍ଚଳରେ ହୋଇଥିବା ବିଜେଡି ଓ ଭାଜପା ଗଣ୍ଡଗୋଳ ମାମଲାରେ ରବିବାର ପୋଲିସ ୨ଟି ପୃଥକ...

ଶାଢ଼ି ବାଣ୍ଟି ଧରାପଡ଼ିଲେ ୨ଯୁବକ

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସୋମବାର ସାଧାରଣ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ତେବେ ଭୋଟରଙ୍କୁ ନିଜ ସପକ୍ଷକୁ ଟାଣିବା ପାଇଁ ମତଦାନ ପୂର୍ବରୁ...

କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା, ବଜ୍ରପାତରେ…

ଆସିକା,୧୯ା୫(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଳା କୋଟିନଡା ଥାନା ଅନ୍ତର୍ଗତ ହୁମୁକି ଗ୍ରାମରେ ରବିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା।...

ଗରମ ପେଜ ପଡ଼ି ପୋଲିଂ କର୍ମଚାରୀ ଆହତ

ଆସିକା/ଧରାକୋଟ,୧୯ା୫(ସୁରେନ୍ଦ୍ର ନାଥ ସାହୁ/ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଅଧୀନ ମଛାକୋଟ ପଞ୍ଚାୟତର ମଥୁରା ପଦନାପୁର ଗ୍ରାମର ଏକ ବୁଥରେ ଅଘଟଣ ଘଟିଛି।...

ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କଲେ ସୂର୍ଯ୍ୟବଂଶୀ

ଧାମନଗର,୧୯।୫(ଦେବେନ୍ଦ୍ର ଆନ୍ଦିଆ)-ଧାମନଗର ବିଧାନସଭା ଆସନ ପାଇଁ ଦ୍ୱିତୀୟ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଅସୁରାଳି ଜୋନ୍‌ରେ ନିର୍ବାଚନ ପ୍ରଚାରକୁ ଜୋରଦାର...

ବିଜେଡି ନିର୍ବାଚନୀ ସଭାରେ ବିଡିଓଙ୍କ ଉପସ୍ଥିତି : ଅଭିଯୋଗ ଆଣିଲା ବିରୋଧୀ

ହାଟଡିହୀ,୧୯।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ହାଟଡିହୀ ବ୍ଲକ ଛେନାପଦୀଠାରେ ରବିବାର ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ...

ଭୁବନେଶ୍ୱରରେ ମୋଦି, ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୧୯।୫: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରବିବାର ପହଞ୍ଚିଛନ୍ତି। ପ୍ରଥମେ ସେ ଦଳୀୟ କର୍ମୀଙ୍କ...

“ଯଦି ସୁଯୋଗ ମିଳେ, ମନା କରିବି ନାହିଁ”: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜୁଏଲ ଓରାମଙ୍କ ବୟାନ

ଭୁବନେଶ୍ୱର,୧୯ା୫: ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ସୁନ୍ଦରଗଡ଼ ଏମପି ତଥା ଭାଜପାର ଲୋକ ସଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri