ପାର୍କିଂ ଫି’ ଶୋଷଣ: ଇ-ଯାନ ପାଇଁ ମିଳୁନି ରିହାତି

ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜଧାନୀରେ ପାର୍କିଂ ଫି’ ଲୋକଙ୍କ ଚିନ୍ତା ବଢ଼ାଇଛି। ଗାଡ଼ି ରଖିବା ମାତ୍ରେ କେହି ନା କେହି ଆସି ପାର୍କିଂ ଫି’ ଦେବାକୁ ଜୁଲମ କରୁଛନ୍ତି। ରସିଦ ମାଗିଲେ, ନାଲି ଆଖି ଦେଖାଇବା ସହ ଗାଳିଗୁଲଜ ଓ ଦୁର୍ବ୍ୟବହାର କରୁଥିବା ନେଇ ଅନେକ ସମୟରେ ଅଭିଯୋଗ ଉଠିଛି। ଏବେ ପାର୍କିଂସ୍ଥଳରେ ନିର୍ଦ୍ଧାରିତ ଦରଠାରୁ ଅଧିକ ଟଙ୍କା ଦେବାପାଇଁ ଦାବି କରିବା ଏବଂ ଏହାକୁ ନେଇ ଗାଡି ରଖୁଥିବା ବ୍ୟକ୍ତି ଓ ପାର୍କିଂ ଏଜେଣ୍ଟଙ୍କ ମଧ୍ୟରେ କଥା କଟାକଟି ପୁଣିଥରେ ଦେଖିବାକୁ ମିଳିଛି। ଘଟଣାନୁଯାୟୀ, ଭୁବନେଶ୍ୱରର ସ୍ମାର୍ଟ ଜନପଥ ଅଞ୍ଚଳରେ ପ୍ରସନ୍ନଜିତ ପତି ନାମକ ଜଣେ ବ୍ୟକ୍ତି ତାଙ୍କର ଇଲେକ୍ଟ୍ରିକ୍‌ କାର ପାର୍କ କରିଥିଲେ। ଏଥିପାଇଁ ସେଠାରେ ନିୟୋଜିତ ଟିଜି ସ୍ବୀକୃତି ଏସ୍‌ଏଚ୍‌ଜିର ପାର୍କିଂ ଏଜେଣ୍ଟ ତାଙ୍କୁ ୨୦ଟଙ୍କା ଦେବା ପାଇଁ କହିଥିଲେ। ମାତ୍ର ଇ-ଗାଡ଼ି ପାର୍କିଂ ଫି’ରେ ସରକାର ୪୦% ରିହାତି ରଖିଥିବାରୁ ୧୨ଟଙ୍କା ଦେବାକୁ ପ୍ରସନ୍ନଜିତ୍‌ ଯୁକ୍ତି କରିଥିଲେ। କିନ୍ତୁ ସମ୍ପୃକ୍ତ ଏଜେଣ୍ଟ ଏହାକୁ ନଶୁଣି ୨୦ଟଙ୍କା ଫି’ ଦେବାକୁ ଦାବି କରିଥିଲେ। ଏଜେଣ୍ଟ ଧରିଥିବା ପିଓଏସ୍‌ ମେଶିନ୍‌ରେ ରହିଥିବା ୪ଚକିଆ ଯାନର ଚିହ୍ନକୁ ଛୁଇଁବା ପରେ ସେଥିରେ ପାର୍କିଂ ଦର ୧୨ଟଙ୍କା ରହିଥିବା ପ୍ରସନ୍ନଜିତ ସମ୍ପୃକ୍ତ ଏଜେଣ୍ଟଙ୍କୁ ଦେଖାଇଥିଲେ। ମାତ୍ର ଏହାସତ୍ତ୍ୱେ ସେ ୨୦ଟଙ୍କାରୁ କମ୍‌ ଫି’ ନେବାକୁ ରାଜି ହୋଇ ନ ଥିଲେ, ଯାହାକୁ ନେଇ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାପରେ ପ୍ରସନ୍ନଜିତ୍‌ ଘଟଣା ସମ୍ପର୍କରେ ଟୁଇଟ୍‌ କରି ବିଏମ୍‌ସିକୁ ଅଭିଯୋଗ କରିଛନ୍ତି। ଏଜେଣ୍ଟ ଧରିଥିବା ପିଓଏସ୍‌ ମେଶିନ୍‌ର ବ୍ୟବହାର ସମ୍ପର୍କରେ ନିଜେ ଅବଗତ ନ ଥିବା କିମ୍ବା ସେମାନଙ୍କୁ ଠିକ୍‌ ଭାବେ ଟ୍ରେନିଂ ଦିଆଯାଇ ନ ଥିବା ଏଥିରୁ ସ୍ପଷ୍ଟ ହୋଇଛି। କେବଳ ସେତିକି ନୁହେଁ, ଟିଜି ଗ୍ରୁପ୍‌କୁ ପାର୍କିଂ ଦାୟିତ୍ୱ ଦେଇଥିବା ବିଏମ୍‌ସିର ଅଧିକାରୀ ମଧ୍ୟ ଏନେଇ ଠିକ୍‌ ଭାବେ ଅବଗତ ନ ଥିବା ଜଣାପଡିଛି। ଏନେଇ ବିଏମ୍‌ସି ଡେପୁଟି କମିଶନର (ରେଭିନ୍ୟୁ) ସପନ ନନ୍ଦଙ୍କୁ ପଚାରିବାରୁ ସେ କହିଛନ୍ତି, ବିଏମ୍‌ସିର ନିର୍ଦ୍ଧାରିତ ପାର୍କିଂ ଫି’ ଅନୁଯାୟୀ, ଦୁଇ ଚକିଆ ଯାନ (ପ୍ରଥମ ଦୁଇଘଣ୍ଟା) ପାଇଁ ୫ଟଙ୍କା ଦେୟ ଧାର୍ଯ୍ୟ ହୋଇଥିବାବେଳେ ୪ଚକିଆ ଯାନ (ପ୍ରଥମ ଦୁଇଘଣ୍ଟା) ପାଇଁ ୨୦ଟଙ୍କା ଫି’ ରହିଛି। ତେବେ ଇଲେକ୍ଟ୍ରି ଗାଡ଼ି ପାଇଁ ସେଭଳି କିଛି ରିହାତି ଥିବା ନେଇ ସେ ଅବଗତ ନ ଥିବା କହିଛନ୍ତି। ସେହିପରି ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡର ଜେନେରାଲ ମ୍ୟାନେଜର ସୁବ୍ରତ ବେହେରା ମଧ୍ୟ ଏନେଇ କିଛି ଜାଣି ନ ଥିବା କହିଛନ୍ତି। ତେବେ ବାରମ୍ବାର ପାର୍କିଂ ଫି’ ଆଦାୟକୁ ନେଇ ନିୟୋଜିତ ଏଜେଣ୍ଟ, ଟେଣ୍ଡର ନେଇଥିବା ସଂସ୍ଥା ପକ୍ଷରୁ ଲୋକଙ୍କୁ ଶୋଷଣ କରା ଯାଉଥିବାବେଳେ ବିଏମ୍‌ସି ଏ ସବୁ ଦେଖି ନ ଦେଖିବା ଭଳି ଅଭିନୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri