Posted inRasifala

ରାଶିଫଳ: ରବିବାର, ଜୁନ୍ ୧୧ ତାରିଖ – Daily Horoscope

ମେଷ
ତିନୋଟି କେନ୍ଦ୍ରରେ ଗ୍ରହାବସ୍ଥାନ ଯୋଗୁ କିଛି ଭଲ ଓ କିଛି ମନ୍ଦର ମିଶ୍ରିତ ଅନୁଭୂତିକୁ ନେଇ ଦିନଟି ଅତିବାହିତ ହେବ। କର୍ମକ୍ଷେତ୍ରରେ ଅତୀତ ଘଟଣା ବିଷୟରେ ଚିନ୍ତା କରି ବ୍ୟସ୍ତ ରହିପାରନ୍ତି। ବନ୍ଧୁମାନଙ୍କ ସହଯୋଗରେ ଆର୍ଥିକ ସ୍ଥିତିରେ ସୁଧାର ଆସିବାର ଆଶା ରହିଛି। ପାରିବାରିକ ସ୍ତରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ।
ବୃଷ
ବୃଷ
ଉପଚୟ ସ୍ଥାନରେ ଶୁକ୍ର ପ୍ରଭାବରୁ ଅନ୍ୟଙ୍କୁ ମନେଇ କାମ କରିବାର କୌଶଳକୁ ପ୍ରୟୋଗରେ ସକ୍ଷମ ହେବେ। ସମସ୍ୟା ସମାଧାନ କ୍ଷେତ୍ରରେ ଆନୁଷଙ୍ଗିକ ଅନୁକୂଳ ପରିସ୍ଥିତି ଅବଶ୍ୟ ସୃଷ୍ଟି ହେବ। ଫାଇଲ୍‌ କାମ ବୃଦ୍ଧି କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି।
ମିଥୁନ
ମିଥୁନ
ପାପଯୁକ୍ତ ବୃହସ୍ପତିଜନିତ କର୍ମକ୍ଷେତ୍ରରେ ପାରସ୍ପରିକ ଅସହଯୋଗ ସମସ୍ୟା ସମାଧାନର ବାଧକ ହେବ। ଅବଶ୍ୟ ଆପଣଙ୍କ କାର୍ଯ୍ୟଶୈଳୀ ଓ ବିଚାରଧାରାକୁ ଅନ୍ୟମାନେ ସହଜରେ ଗ୍ରହଣ କରିନେଇପାରେ। ଅନ୍ୟ ମାନଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି। ପାରିବାରିକ କ୍ଷେତ୍ରରେ ଟେନସନ୍‌ କିଛି ମାତ୍ରାରେ ଲାଗିରହିବ।
କର୍କଟ
କର୍କଟ
ଶୁକ୍ର ଓ ମଙ୍ଗଳ ରାଶିରେ ଥିବାରୁ ଆଜି ମନ ଚାହୁଁଥିବା ପ୍ରକାରେ ପ୍ରତ୍ୟେକ କାର୍ଯ୍ୟ ସମ୍ପନ୍ନ କରିବାରେ ସମର୍ଥ ହେବେ। ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ଆର୍ଥିକ ସୁଧାର, ନିର୍ମାଣ କାର୍ଯ୍ୟ, ଯୋଗାଯୋଗ, ଦୂରଯାତ୍ରା ପାଇଁ ଅସୁବିଧା ହେବ ନାହିଁ। ସାମାଜିକ ସ୍ତରରେ ଶତ୍ରୁତା ବାଧା ସୃଷ୍ଟି କରିପାରେ।
ସି˚ହ
ସି˚ହ
ଆଜି ବାହାର ଲୋକଙ୍କ ସକାଶେ ଯେତିକି ଭଲ ପରିଗଣିତ ହେବେ, ସେହି ଅନୁପାତରେ ନିଜ ଲୋକଙ୍କ ପାଖରେ ନୁହେଁ। କର୍ମକ୍ଷେତ୍ରରେ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ। ମଙ୍ଗଳଙ୍କ ବଳହୀନତା କାରଣରୁ ମନୋବଳ ଟାଣ ରହିବ। ମାଲିମକଦ୍ଦମାରେ ବିଜୟୀ, ବ୍ୟବସାୟରେ ଉନ୍ନତି, ରାଜନୀତିରେ ସମ୍ମାନ ପାଇବେ।
କନ୍ୟା
ବୁଧାଦିତ୍ୟ ଯୋଗ ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ପରିବାରରୁ ପ୍ରତିରୋଧର ସମ୍ଭାବନା ରହିଛି। ପ୍ରିୟ ପରିଜନଙ୍କ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। ଜଣେ ବନ୍ଧୁଙ୍କ ସହଯୋଗରୁ କାମ ହାସଲ କରିବେ। ଆକସ୍ମିକ ଭାବରେ ହସ୍ତା ନକ୍ଷତ୍ର ଦୂରଯାତ୍ରା କରିବାକୁ ବାଧ୍ୟ ହୋଇପାରନ୍ତି।
ତୁଳା
ତୁଳା
ଚନ୍ଦ୍ରଙ୍କ ସୁପ୍ରଭାବରୁ ପାରିବାରିକ ସମସ୍ୟା ସମାଧାନ ପାଇଁ ତପତ୍ର ହେବେ। ପଡ଼ୋଶୀ ସ୍ବାର୍ଥ ହାସଲ ପରିପ୍ରେକ୍ଷୀରେ ଅଯଥା ମିଥ୍ୟାରୋପ କରି କଳହ କରିପାରନ୍ତି । ଆଲୋଚନା ସମୟରେ ଅପ୍ରିୟ ସତକଥା କହି ବିରୋଧୀ ହେବାକୁ ପଡ଼ିପାରେ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବାରୁ ଦୁଶ୍ଚିନ୍ତା ବଢ଼ି ଯାଇପାରେ।
ବିଛା
ବିଛା
ସାଥୀ ସହୋଦର କଥାକୁ ଓଲଟା ଅର୍ଥରେ ଗ୍ରହଣ କରି ଦୂରେଇ ରହିବେ। ବନ୍ଧୁଙ୍କ ଅଭିମାନ, ଉପରିସ୍ଥଙ୍କ ଚାପ, କାର୍ଯ୍ୟହାନିଜନିତ ମନରେ ସରସତା ରହିବ ନାହିଁ। ମଙ୍ଗଳ କ୍ଷେତ୍ରସ୍ଥ ବୃହସ୍ପତିଙ୍କ ପ୍ରଭାବରେ ନୂତନ ଯୋଜନା ପାଇଁ କର୍ମତପତ୍ର ହୋଇ ଉଠିବେ। ପିଲାଙ୍କ କୃତିତ୍ୱ, ରଚନାମତ୍କ କାମରେ ପ୍ରଶଂସା ହେତୁ ଖୁସି ଅନୁଭବ କରିପାରନ୍ତି।
ଧନୁ
ଧନୁ
ସାଧାରଣ ସ୍ବାର୍ଥତ୍ୟାଗ ପରିପ୍ରେକ୍ଷୀରେ ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା ହେତୁ ଖୁସି ରହିବେ। ମଙ୍ଗଳଙ୍କ ଯୋଗଫଳରୁ ଜମିଜମା ବିବାଦ ସମାଧାନ ପୂର୍ବକ ସଫଳତା ହାସଲ କରିବେ। ସାମାଜିକ ସ୍ତରରେ ପରୋକ୍ଷ ଶତ୍ରୁତା ହେତୁ ମନଟା ଭଲ ଲାଗିବ ନାହିଁ। ଗୁରୁପାକ ଦ୍ରବ୍ୟ ଭୋଜନରୁ ଅଜୀର୍ଣ୍ଣ ଓ ଆମାଶୟ ଦେଖାଦେଇପାରେ।
ମକର
ମକର
କଣାକୁଜା ଯୋଗଜନିତ ଆଜି ସମ୍ପର୍କୀୟଙ୍କ ସାହାଯ୍ୟ ଓ ସହଯୋଗରେ କାମ ହାସଲ କରିବେ। କିନ୍ତୁ ଧନିଷ୍ଠା ଅନ୍ୟମାନଙ୍କ ବାରଣ ନ ମାନି କାମ କଲେ କୌଣସି କ୍ଷେତ୍ରରେ ଅପମାନିତ ହେବାକୁ ପଡ଼ିପାରେ। ଉପରିସ୍ଥଙ୍କ ନିକଟରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ। ସଭାସମିତିରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଧନାଧିପ ପାପଗ୍ରହଯୁକ୍ତ ଯୋଗୁ କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ସତର୍କତା ଅଭାବରୁ ମନିପର୍ସ କିମ୍ବା ଦରକାରୀ କାଗଜପତ୍ର ହଜାଇ ଦେଇପାରନ୍ତି। ପାରିବାରିକ କ୍ଷେତ୍ର ଓ ଆନୁଷ୍ଠାନିକ କାମରେ କୌଣସି ଅସୁବିଧା ରହିବ ନାହିଁ। ପ୍ରତ୍ୟୁଷ କାଳରେ ଆରମ୍ଭ କରିଥିବା କାମଟି ଯଥା ସମୟରେ ସମ୍ପନ୍ନ କରିପାରିବେ।
ମୀନମୀନ
ଗୁରୁ ପାପଯୁକ୍ତଜନିତ ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ। ବ୍ୟୟ ଭାର କ୍ରମଶଃ କମି ଆସିବାରୁ ସାମୟିକ ଆଶ୍ୱସ୍ତି ଲାଭ କରିପାରନ୍ତି। ହାତକୁ ନେଇଥିବା ଆଜିର କାମଗୁଡ଼ିକୁ ଅତି ଶୀଘ୍ର ଶେଷ କରିବା ପାଇଁ ବ୍ୟସ୍ତ ହୋଇ ପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri