ବିଏସ୍‌ଏନ୍‌ଏଲ୍‌ ପୁନରୁଦ୍ଧାର ପାଇଁ ୮୯,୦୪୭ କୋଟି ମଞ୍ଜୁର

ନୂଆଦିଲ୍ଲୀ,୮।୬: ଦେଶର ଏକମାତ୍ର ସରକାରୀ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ବିଏସ୍‌ଏନ୍‌ଏଲ୍‌କୁ ପୁନରୁଦ୍ଧାର କରିବା ସହ ଦେଶବାସୀଙ୍କୁ ଗୁଣାତ୍ମକ ସେବା ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ଗତ କିଛି ବର୍ଷ ମଧ୍ୟରେ ଅନେକ ପ୍ରୟାସ କରିଛନ୍ତି। ଏପରିକି ବିଏସ୍‌ଏନ୍‌ଏଲ୍‌ର ପୁନରୁଦ୍ଧାର ରଣନୀତିର ଅଂଶ ବିଶେଷ ସ୍ବରୂପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକ୍ରମେ ବିଏସ୍‌ଏନ୍‌ଏଲ୍‌ ପାଇଁ ମୋଟ୍‌ ୮୯,୦୪୭ କୋଟି ଟଙ୍କାର ବ୍ୟୟବରାଦ ସହ ୩ୟ ପୁନରୁଦ୍ଧାର ପ୍ୟାକେଜକୁ ମଞ୍ଜୁର ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଏସ୍‌ଏନ୍‌ଏଲ୍‌ ସମ୍ପର୍କରେ ଏକ ଦୀର୍ଘସୂତ୍ରୀ ଯୋଜନା ପ୍ରସ୍ତୁତ ସହ ଅନ୍ୟାନ୍ୟ ବିଷୟରେ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିବା ଟେଲିକମ୍‌ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ବିଏସ୍‌ଏନ୍‌ଏଲ୍‌ର ପୁନରୁଦ୍ଧାର ପାଇଁ ସରକାର ମୋଟ୍‌ ୮୯,୦୪୭ କୋଟି ଟଙ୍କାର ବ୍ୟୟବରାଦ ସହିତ ତୃତୀୟ ପୁନରୁଦ୍ଧାର ପ୍ୟାକେଜକୁ ମଞ୍ଜୁର କରିଥିବା ଜଣାପଡିଛି। ଏପରିକି ଇକ୍ୟୁଟି ବିନିଯୋଗ ଜରିଆରେ ବିଏସ୍‌ଏନ୍‌ଏଲ୍‌ ପାଇଁ ୪ଜି ଓ ୫ଜି ସ୍ପେକ୍ଟ୍ରମ ଆବଣ୍ଟନ ମଧ୍ୟ ସାମିଲ ରହିଛି। ବିଶେଷକରି ବିଏସ୍‌ଏନ୍‌ଏଲ୍‌ର ଅଧିକୃତ ପୁଞ୍ଜି ପରିମାଣ ୧.୫ ଲକ୍ଷ କୋଟି ଟଙ୍କାରୁ ୨.୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଫଳରେ ଏହି ପୁନରୁଦ୍ଧାର ପ୍ୟାକେଜ ଅନ୍ତର୍ଗତ ବିଏସ୍‌ଏନ୍‌ଏଲ୍‌ ଏକ ସ୍ଥିର ଦୂରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବେ ବିକଶିତ ହେବ ଏବଂ ଭାରତର ଉପାନ୍ତ ଅଞ୍ଚଳରେ ଟେଲିଫୋନ୍‌ ସେବା ଯୋଗାଇଦେବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିବ ବୋଲି ବୈଠକରେ କୁହାଯାଇଛି। ଅପରପକ୍ଷରେ ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌ ପୁନରୁଦ୍ଧାର ଯୋଗୁ ଅନେକ କିଛି ପରିବର୍ତ୍ତନ ହୋଇଛି। ୨୦୧୯ ରେ ସରକାର ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌ ମିଶ୍ରଣ ପାଇଁ ପ୍ରଥମ ପୁନରୁଦ୍ଧାର ପ୍ୟାକେଜ ସମ୍ପର୍କରେ ଘୋଷଣା କରିଥିଲେ। ପୁନରୁଦ୍ଧାର ପ୍ୟାକେଜ ଅନୁମୋଦନ ସହ ୬୯,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ସହିତ ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌ରେ ସ୍ଥିରତାରେ ବ୍ୟାପକ ସହାୟତା ଆଣିଥିଲା। ସେହିପରି ୨୦୨୨ରେ ସରକାର ବିଏସ୍‌ଏନ୍‌ଏଲ୍‌ ୍‌ଓ ଏମ୍‌ଟିଏନ୍‌ଏଲ୍‌ ପାଇଁ ୨ୟ ପୁନରୁଦ୍ଧାର ପ୍ୟାକେଜକୁ ଅନୁମୋଦନ କରିଥିଲେ। ଉକ୍ତ ପ୍ୟାକେଜ ଜରିଆରେ କ୍ୟାପେକ୍ସ, ଗ୍ରାମୀଣ ଲ୍ୟାଣ୍ଡଲାଇନ ପାଇଁ କାର୍ଯ୍ୟକାରିତା ଗ୍ୟାପ୍‌ ପାଣ୍ଠି ଯୋଗାଣ, ବାଲାନ୍ସଶିଟ୍‌କୁ ଚାପମୁକ୍ତ କରିବା ଲାଗି ଆର୍ଥିକ ସହାୟତା ଏବଂ ଏଜିଆର୍‌ ବକେୟା ପରିଶୋଧ, ବିବିଏନ୍‌ଏଲ୍‌ ସହିତ ବିଏସ୍‌ଏନ୍‌ଏଲ୍‌ର ମିଶ୍ରଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲା। ସେହିପରି ବିଶ୍ୱରେ କମ୍‌ ସଂଖ୍ୟକ ଏଣ୍ଡ ଟୁ ଏଣ୍ଡ ପ୍ରଯୁକ୍ତି ସେବା ପ୍ରଦାନକାରୀଙ୍କୁ ନେଇ ଦୂରସଞ୍ଚାର ପ୍ରଯୁକ୍ତି ଏକ ରଣନୀତିକ ପ୍ରଯୁକ୍ତି ଭାବେ କାର୍ଯ୍ୟ କରିଥାଏ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପ ଅନ୍ତର୍ଗତ ଭାରତର ନିଜସ୍ବ ୪ଜି ଓ ୫ଜି ପ୍ରଯୁକ୍ତି ସଫଳତା ପୂର୍ବକ ବିକଶିତ କରାଯାଇଛି। ଏହାର ମୁତୟନ ମଧ୍ୟ ନିକଟରେ ଆରମ୍ଭ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ସୃଷ୍ଟି ହେବ ଗଜକେଶରୀ ଯୋଗ, ଏହି ୨ ରାଶିର ବ୍ୟକ୍ତିଙ୍କର କ୍ୟାରିଅରରେ ହେବ ଉନ୍ନତି

ଗ୍ରହ ଏବଂ ନକ୍ଷତ୍ର ମଣ୍ଡଳର ଗତିକୁ ଆଧାର କରି ୨୦୨୬ ମସିହାର ପ୍ରଥମ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି...

ଜିଲା ବିଜେଡି ପାଇଁ ୫୧ କର୍ମକର୍ତ୍ତାଙ୍କ ନାଁ ଘୋଷଣା: ୧୪ ବରିଷ୍ଠ ନେତା ହେଲେ ଉପସଭାପତି

କେନ୍ଦୁଝର,୨୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷିତ ହୋଇଛି। ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଅନୁମୋଦନ କ୍ରମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri