ମୃତଦେହ ଗଦାରେ ହଜି ଯାଉଛି ମାନବିକତା, ନକଲି ଦାବିଦାରଙ୍କ ସଂଖ୍ୟା ବଢୁଛି, ଏବେ ଅସଲି ପ୍ରିୟପରିଜନଙ୍କ ଚିହ୍ନଟ ପାଇଁ ହେବ ଡିଏନଏ ଟେଷ୍ଟ…

ବାହାନଗା,୭।୬ : ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେକୁ ନେଇ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। ମୃତଦେହ ଗଦାରେ ମାନବିକତା, ହଜି ଯାଉଛି। ଟଙ୍କା ଲୋଭରେ ନକଲି ଦାବିଦାରଙ୍କ ସଂଖ୍ୟା ବଢୁଛି। ଏଭଳି ସମ୍ବେଦନଶୀଳ ଘଟଣାରେ କିଏ ଅସଲି ଅବା କିଏ ନକଲି ପରିବାର ସଦସ୍ୟ ତାହା ଚିହ୍ନଟ କରିବା ସମ୍ଭବ ହୋଇ ପାରୁ ନାହିଁ। ତେଣୁ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି।

ଏବେ ଅସଲି ପ୍ରିୟପରିଜନଙ୍କ ଚିହ୍ନଟ ପାଇଁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ବିଏମସି କମିଶନର ବିଜୟ ଅମୃତା କୁଲଙ୍ଗେ କହିଛନ୍ତି ପରିବାରର ପ୍ରକୃତ ସଦସ୍ୟଙ୍କୁ ଚିହ୍ନଟ କରିବା ପାଇଁ ଡିଏନଏ ପରୀକ୍ଷା ପାଇଁ ୩୩ ଟି ରକ୍ତ ନମୁନା ପଠାଯାଇଛି।

ଓଡିଶାରେ କୌଣସି ଡିଏନଏ ପରୀକ୍ଷା ବ୍ୟବସ୍ଥା ନ ଥିବାରୁ ଏହାକ ଏମ୍ସ ଭୁବନେଶ୍ୱରଙ୍କ ତତ୍ତ୍ୱାବଧାନରେ ଏମ୍ସ ଦିଲ୍ଲୀକୁ ପଠାଯାଇଛି। ଏମ୍ସ ଭୁବନେଶ୍ୱର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ ପ୍ରଫେସର ଅଶୁତୋଷ ବିଶ୍ୱ କହିଛନ୍ତି ଯେ ଆମେ ଗୋଟିଏ ଦିନ ମଧ୍ୟରେ ରିପୋର୍ଟ ପଠାଇବାକୁ ଅନୁରୋଧ କରିଛୁ।

ଏମ୍ସ ଭୁବନେଶ୍ୱରରେ ପଶ୍ଚିମବଙ୍ଗର ଜୟନଗରର ପରଭେଜ ସହରଦ ଲାସ୍କା ନିଜକୁ ଆବୁବୋକା ଲାସ୍କଙ୍କର ପୁତ୍ର ଭାବରେ ପରିଚିତ କରାଇଥିଲେ। ତାଙ୍କ କହିବାନୁସାରେ, ଟ୍ରେନ ଦୁର୍ଘଟଣାରେ ତାଙ୍କ ପିତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ପାଇବା ପରେ ବାହାନଗା ମୃତଦେହ ସଂଗ୍ରହ କରିବାକୁ ଏଠାରେ ପହଞ୍ଚିଛନ୍ତି। ବାପାଙ୍କ ମୃତ୍ୟୁର ଫଟୋ ଅଛି, କିନ୍ତୁ ମୃତଦେହକୁ ଅନ୍ୟ କେହି ନେଇଯାଇଥିବା ସେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଏମ୍ଦ ଡିଏନଏ ପରୀକ୍ଷା ପାଇଁ ତାଙ୍କ ରକ୍ତ ନମୁନା ସଂଗ୍ରହ କରିଛି। ରିପୋର୍ଟ ଆସିବା ପରେ ତାଙ୍କ ପିତାଙ୍କୁ ଚିହ୍ନଟ କରାଯିବ ବୋଲି କୁହାଯାଉଛି।

ସେହିଭଳି ମାଲଦାର ନୀତମ ରାୟ ଏବଂ ଚନ୍ଦନ ରାୟଙ୍କ ସନ୍ଧାନରେ ସେମାନଙ୍କ ସମ୍ପର୍କୀୟ ଫୋନି ମଣ୍ଡଳ ନିୟୋଜିତ ଅଛନ୍ତି। ଦୁର୍ଘଟଣାର ଖବର ପାଇବା ପରେ ସେ ବାଲେଶ୍ୱର, ସୋରୋ ସମେତ ଅନେକ ଅଞ୍ଚଳ ପରିଦର୍ଶନ କରିଥିଲେ। ସେଠାରୁ ଜାଣିବାକୁ ପାଇଥିଲେ ନୀତିମ ଏବଂ ଚନ୍ଦନଙ୍କର ମୃତ୍ୟୁ ହୋଇସାରିଛି।

ନୀତିମଙ୍କ ମୃତଦେହର ଫଟୋ ଫୋନିଙ୍କୁ ବାଲେଶ୍ୱର ପ୍ରଶାସନ ଦେଇଥିଲେ କିନ୍ତୁ ଏଥିରେ କୌଣସି ନମ୍ବର ନ ଥିଲା ତେଣୁ ଓଡିଶା କିମ୍ବା ପଶ୍ଚିମବଙ୍ଗ ସରକାରୀ ହେଲ୍ପଡେସ୍କ ସେମାନଙ୍କ ସହ ସହଯୋଗ କରୁନାହାଁନ୍ତି। ସେ କିମ, ସମ ହସ୍ପିଟାଲରେ ଘୁରି ବୁଲୁଛନ୍ତି କିନ୍ତୁ କିଛି ଲାଭ ହୋଇନାହିଁ। ସେମାନଙ୍କୁ କ୍ଷତିପୂରଣ ଅର୍ଥର ଆବଶ୍ୟକତା ନାହିଁ, କେବଳ ମୃତ ଶରୀର ବିଷୟରେ ସେମାନେ ସୂଚନା ପାଇବାକୁ ଚାହୁଁଛନ୍ତି।

ପଶ୍ଚିମବଙ୍ଗର ୨୪ ପରଗଣାରୁ ଅବଦୁଲ ୱାହାବ ଶେଖ ତାଙ୍କ ଭାଇ ଜିଆଉଦ୍ଦିନ ଶେଖଙ୍କୁ ପାଞ୍ଚ ଦିନ ଧରି ଖୋଜୁଥିଲେ ମଧ୍ୟ ସେ ନିରାଶ ହୋଇଛନ୍ତି। ତେଣୁ ପଶ୍ଚିମବଙ୍ଗର ହେଲ୍ପଡେସ୍କର ପରାମର୍ଶ କ୍ରମେ ଅବଦୁଲ ଡିଏନଏ ପରୀକ୍ଷା ପାଇଁ ତାଙ୍କ ରକ୍ତ ନମୁନା ଦେଇଛନ୍ତି।

ଏମାନଙ୍କ ସହିତ,ଏମ୍ସ କ୍ୟାମ୍ପସରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜ ସମ୍ପର୍କୀୟଙ୍କ ସ୍ଥିତି ଜାଣିପାରୁ ନାହାଁନ୍ତି। ସେମାନେ କହିଛନ୍ତି ଅନ୍ୟ କେହି ସେମାନଙ୍କ ସମ୍ପର୍କୀୟଙ୍କ ମୃତଦେହ ନେଇଛନ୍ତି। ଅନେକ ଲୋକ ବାଲେଶ୍ୱରରୁ ସେମାନଙ୍କ ପ୍ରିୟଜନଙ୍କ ଶରୀରର ଫଟୋ ଆଣିଛନ୍ତି। ଫଟୋର ଟ୍ୟାଗ ନମ୍ବର ମଧ୍ୟ ଏମ୍ସ ହେଲ୍ପ ଡେସ୍କ ଦ୍ୱାରା ଯାଞ୍ଚ କରାଯାଉଛି ।

କେତେକ ଫଟୋ ତାଲିକାରେ ମିଳୁନାହିଁ । ଅନେକ ଫଟୋରେ ଟ୍ୟାଗ ନମ୍ବର ମଧ୍ୟ ନାହିଁ। ବହୁ ନକଲି ସମ୍ପର୍କୀୟ ମଧ୍ୟ ପହଞ୍ଚିଛନ୍ତି କାରଣ ରେଳବାଇ ମୃତକମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ଦେଉଛନ୍ତି ତେଣୁ ପରିବାରର ମୃତଦେହକୁ ଉପଯୁକ୍ତ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିବା ପାଇଁ ଡିଏନଏ ଟେଷ୍ଟ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri