୪ ବର୍ଷ ମଧ୍ୟରେ ୫ ଲକ୍ଷ ସେଲ୍‌ଟସ୍‌ ବିକ୍ରି

ନୂଆଦିଲ୍ଲୀ,୬।୬: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ କିଆ ଇଣ୍ଡିଆର ପ୍ରିମିୟମ ଏସ୍‌ୟୁଭି ସେଲ୍‌ଟସ୍‌ ଏକ ବିରଳ ରେକର୍ଡ ହାସଲ କରିଛି। ଏପରିକି ବିଗତ ୪ବର୍ଷ (୪୬ ମାସ) ମଧ୍ୟରେ ୫ଲକ୍ଷ ସେଲ୍‌ଟସ୍‌ ବିକ୍ରି ସହ ଏକ ମାଇଲଖୁଣ୍ଡ ସ୍ଥାପନ କରିଛି। ଉଲ୍ଲେଖଯୋଗ୍ୟ, ୨୦୧୯ ଅଗଷ୍ଟରେ କିଆ ଇଣ୍ଡିଆର ପ୍ରିମିୟମ୍‌ ଏସ୍‌ୟୁଭି ସେଲ୍‌ଟସ୍‌ର ବଜାର ପ୍ରବେଶ ହୋଇଥିଲା। ବିଶେଷକରି ଏହି ଅତ୍ୟାଧୁନିକ ଗାଡ଼ି ଖୁବ୍‌ କମ୍‌ ସମୟ ମଧ୍ୟରେ ଏସ୍‌ୟୁଭି ଭଳି ସେଗ୍‌ମେଣ୍ଟରେ ଗ୍ରାହକମାନଙ୍କର ଅତି ପ୍ରିୟ ଓ ପସନ୍ଦର ଯାନ ପାଲଟିଯାଇଛି। ଏପରିକି ଭାରତ ବଜାରରେ ଏହାର ଚାହିଦା ଓ ଅଟୋମୋଟିଭ ଇଣ୍ଡଷ୍ଟ୍ରିରେ ସେଲ୍‌ଟସ୍‌ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଏବଂ ଏଥିରେ ଅନେକ ସେଗ୍‌ମେଣ୍ଟ ପ୍ରଥମ ବୈଶିଷ୍ଟ୍ୟ ରହିଛି ା ଏହା ସହିତ ଏଥିରେ ଅନେକ ବୈଶିଷ୍ଟ୍ୟ ଯଥା ଅତୁଳନୀୟ କାର୍ଯ୍ୟଦକ୍ଷତା, ଶ୍ରେଷ୍ଠ ବର୍ଗର କନେକ୍ଟିଭିଟି ଏବଂ ଭବିଷ୍ୟତମୁଖୀ ଡିଭାଇନ ଆଦି ଅନ୍ତର୍ଭୁକ୍ତ ରହିଛି। ସେହିଭଳି ସେଲ୍‌ଟସ୍‌, କିଆ ଇଣ୍ଡିଆର ନେଟ୍‌ ବିକ୍ରିରେ ୫୫% ଯୋଗଦାନ ରହିଥିବା ବେଳେ ବଜାରରେ କମ୍ପାନୀର ସଫଳତା କ୍ଷେତ୍ରରେ ମଧ୍ୟ ଉକ୍ତ ମଡେଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ଯେଉଁଥିରେ କମ୍ପାନୀର ରପ୍ତାନି ଏବଂ ଘରୋଇ ବିକ୍ରି ମଧ୍ୟ ଅନ୍ତର୍ଭୁକ୍ତ ରହିଛି ା ଘରୋଇ ବଜାରରେ ଟପ୍‌ ସେଲିଂ ଏସ୍‌ୟୁଭି ହେବା ସହିତ ୧,୩୫,୮୮୫ ୟୁନିଟ୍‌ ସେଲ୍‌ଟସ୍‌କୁ ଭାରତରେ ନିର୍ମାଣ କରାଯାଇଛି ଓ ଏହା ସହିତ ୧୦୦ବିଦେଶୀ ବାଜରକୁ ରପ୍ତାନି କରାଯାଇଛି। ଯେଉଁଥିରେ ମିଡିଲ ଇଷ୍ଟ, ଆଫ୍ରିକା, ସେଣ୍ଟ୍ରାଲ ଓ ଦକ୍ଷିଣ ଆମେରିକା, ମେକ୍ସିକୋ ଓ ଏସିଆ ପାସିଫିକ ଭଳି ଅଞ୍ଚଳ ଅନ୍ତର୍ଭୁକ୍ତ ରହିଛି ା ଏ ସମ୍ପର୍କରେ କିଆ ଇଣ୍ଡିଆର ଏମ୍‌ଡି ଓ ସିଇଓ ତାଏ ଜିନ୍‌ ପାର୍କ କହିଛନ୍ତି, ସେଲ୍‌ଟସ୍‌ର ଏହି ସଫଳତା ନିଶ୍ଚିତ ଭାବେ ବ୍ରାଣ୍ଡ୍‌ ପାଇଁ ଅତୁଳନୀୟ ଯୋଗଦାନ ରହିଛି। ଏପରିକି ସେଲ୍‌ଟସ୍‌ ସହ ଆମେ ଏକ ବୈପ୍ଲବିକ ଡ୍ରାଇଭିଂ ସାଥିର ପ୍ରସ୍ତୁତ କରିଛୁ, ଯାହାକି ଗ୍ରାହକମାନଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟତା ହାସଲ କରିଛି ଓ ୫,୦୦,୦୦୦ରୁ ଅଧିକ ମୂଲ୍ୟବାନ୍‌ ଗ୍ରାହକ ଏହାର ମୂକସାକ୍ଷୀ ରହିଛନ୍ତି। ସେହିଭଳି ସେଲ୍‌ଟସ୍‌ର ଏହି ସଫଳ ଯାତ୍ରାରେ ଆମେ ସାମିଲ ହୋଇପାରିଥିବାରୁ ଆମେ ବେଶ୍‌ ଉତ୍ସାହିତ ଓ ଏହା ଆମ ପାଇଁ ବାସ୍ତବରେ ଏକ ଆବେଗିକ ମୁହୂର୍ତ୍ତ ା ଏହାର ଅତୁଳନୀୟ ଡିଜାଇନ ଉକ୍ତ ସେଗ୍‌ମେଣ୍ଟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ା
ଅପରପକ୍ଷରେ ୨୦୨୩ ପ୍ରଥମ ତ୍ରୈମାସିକ ମଧ୍ୟରେ ସମୁଦାୟ ୨୭,୧୫୯ ୟୁନିଟ୍‌ ବିକ୍ରି ହୋଇଛି। ସେଲ୍‌ଟସ୍‌ର ହାରାହାରି ମାସିକ ବିକ୍ରୟ ୯୦୦୦ ୟୁନିଟ୍‌ ରହିଛି, ଯେବେକି ଏହି ସେଗ୍‌ମେଣ୍ଟରେ ଅନେକ ନୂତନ ଇନୋଭେଶନ କରାଯାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରବିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri