ଦୁଇ ଦିନ ପରେ ପୁଅର ଶବ ଚିହ୍ନିଲେ ବାପା

ଭୁବନେଶ୍ୱର,୫।୬(ବ୍ୟୁରୋ): ବିହାରର ଉପେନ୍ଦ୍ର ରାମ । ୧୭ ବର୍ଷର ପୁଅ ରେତୁଲ ରାମଙ୍କ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୋଲିସଠାରୁ ଖବର ପାଇଥିଲେ । ଏହାପରେ ବିହାର ରାଜ୍ୟରୁ ପ୍ରାୟ ୮୫୦ କିଲୋମିଟର (୫୨୦ ମାଇଲ) ଯାତ୍ରା କରିବା ପରେ ରବିବାର ଓଡିଶାରେ ପହଞ୍ଚି ଖୋଜିବା ଆରମ୍ଭ କରିଦେଇଥିଲେ । ଏକ ଭଡା କାରରେ ବାଲେଶ୍ୱରରୁ କଟକ ବିଭିନ୍ନ ହସ୍ପିଟାଲରେ ବୁଲିବୁଲି ଖୋଜିଥିଲେ ମଧ୍ୟ ପାଇନଥିଲେ । ଫଳରେ ପୁଅକୁ କେଉଁଠି ନପାଇବାରୁ ଏକପ୍ରକାର କ୍ଲାନ୍ତ ହୋଇଯାଇଥିଲେ । ଶେଷରେ ସୋମବାର ଭୁବନେଶ୍ୱର ଏମ୍ସରେ ପହଞ୍ଚି ମୃତ ପୁଅର ଫଟୋ ଧରି ଘଣ୍ଟା ଘଣ୍ଟା ବୁଲିବା ପରେ ମଧ୍ୟାହ୍ନରେ ଚିହ୍ନଟ କରିଥିଲେ । ପୁଅର ମୃତଦେହକୁ ଦେଖି ନିଜକୁ ଆଉ ସମ୍ଭାଳି ପାରିନଥିଲେ । ମୁଁ କେବଳ ଶବକୁ ନେଇ ଘରକୁ ଫେରିବାକୁ ଚାହୁଁଛି । ସେ ବହୁତ ଭଲ ପୁଅ ଥିଲେ । କିନ୍ତୁ ପରିବାରର ଆର୍ଥିକ ସମସ୍ୟା ଥିବାରୁ ସେ ନିଜ ଇଚ୍ଛାରେ ପାଠ ପଢା ଛାଡି ପରିବାର ପାଇଁ ଟଙ୍କା ରୋଜଗାର କରିବାକୁ ଚେନ୍ନାଇ ଯାଉଥିଲେ । କିନ୍ତୁ ବିଧାତା ଏତେ ନିଷ୍ଠୁର ଯେ ମୋ ପୁଅକୁ ଏତେ କମ ବୟସରେ ଛଡାଇନେଲା ବୋଲି କୋହଭରା କଣ୍ଠରେ ଉପନ୍ଦେର କହିଛନ୍ତି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋ ପତ୍ନୀ ଏବଂ ଝିଅ ଘରେ କାନ୍ଦିବା ବନ୍ଦ କରିପାରୁନାହାନ୍ତି । ସେମାନେ ଶରୀରକୁ ଶୀଘ୍ର ଫେରାଇ ଆଣିବାକୁ କହୁଛନ୍ତି ବୋଲି ସେ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅସହ୍ୟ ଶୀତ: ପଡୁଛି ବରଫ..

ଫୁଲବାଣୀ,୧୧।୧୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ଏବେ ଶୀତର ଲହରୀ ଜାରି ରହିଛି। ପର୍ଯ୍ୟଟକଙ୍କ ଆଗମନ ଧୀରେଧୀରେ ବଢୁଛି। ଗୁରୁବାର ଭୋର ସମୟରେ ଫୁଲବାଣୀରେ ବରଫର...

ଆଦିବାସୀ ମହିଳା ଶ୍ରମିକଙ୍କୁ ବଳାତ୍କାର କଲେ ଗାଁ ସାଥୀ, କାହା ଆଗରେ କହିଲେ ଜୀବନରୁ ମାରିଦେବି,ଏମିତି ଅଭିଯୋଗ ଆଣି ପୀଡ଼ିତା…

ଲାଞ୍ଜିଗଡ଼,୧୧ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ବିଜେପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ମହିଳା (୩୭)ଙ୍କୁ ବଳାତ୍କାର ଅଭିଯୋଗ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ...

ବୈଜ୍ଞାନିକ କୌଶଳ ବ୍ୟବହାର କରି ଶିମିଳିପାଳ ଅଭୟାରଣ୍ୟରୁ କରୁଥିଲେ ଶିକାର: ୫ କୁଖ୍ୟାତ ଶିକାରୀଙ୍କୁ…. 

ବାରିପଦା,୧୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ୫ଜଣ କୁଖ୍ୟାତ ଶିକାରୀ ଧରା ପଡିଛନ୍ତି । ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ ପରି...

ଆମେରିକା ପରେ ଏବେ ଏହି ଦେଶ ଭାରତ ଉପରେ ଲଗାଇଲା ୫୦% ଟାରିଫ୍‌, ଜାଣନ୍ତୁ କେବେଠୁ ହେବ ଲାଗୁ…

ନୂଆଦିଲ୍ଲୀ,୧୧।୧୨: ଡିସେମ୍ବର ୧୦ ତାରିଖରେ, ମେକ୍ସିକୋ ସିନେଟ ଏକ ବଡ଼ ବିଲ ପାସ କରିଛି। ଯାହା ଚାଇନା ଭାରତ, ଦକ୍ଷିଣ କୋରିଆ, ଥାଇଲ୍ୟାଣ୍ଡ ଏବଂ ଇଣ୍ଡୋନେସିଆ...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

ପିଆଜ, ରସୁଣ ପାଇଁ ଭାଙ୍ଗିଲା ୨୨ ବର୍ଷର ସ୍ତ୍ରୀ-ସ୍ବାମୀ ସମ୍ପର୍କ: ପୂରା ଘଟଣା ଜାଣିଲେ…

ଅହମଦାବାଦ,୧୧ା୧୨:ବିବାହର ୨୨ ବର୍ଷ ପରେ ଗୁଜରାଟର ଏକ ଦମ୍ପତି ସମ୍ପର୍କ ତୁଟାଇ ପରସ୍ପରଠାରୁ ଅଲଗା ହୋଇଛନ୍ତି। ଏହାର କାରଣ ଅନେକଙ୍କୁ ବିସ୍ମିତ କରିଛି। ମହିଳା ଜଣକ...

କେତେ ହ୍ରାସ ପାଇବ ବିରାଟ-ରୋହିତଙ୍କ ଦରମା, ଆସିଲା ବଡ଼ ଅପଡେଟ୍‌, BCCIର ବୈଠକରେ…

ନୂଆଦିଲ୍ଲୀ,୧୧।୧୨: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)ର ୩୧ତମ ବାର୍ଷିକ ସାଧାରଣ ବୈଠକ (AGM) ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥର ସବୁଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri