ବାହାନଗା ରେଳ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ଏଲ୍‌ଆଇସିର ରିହାତି

ଭୁବନେଶ୍ୱର,୫।୬: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ପକ୍ଷରୁ ବାଲେଶ୍ୱର ଜିଲା ବାହାନଗା ରେଳ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ଗଭୀର ଦୁଃଖପ୍ରକାଶ କରାଯାଇଛି। ଏପରିକି ପୀଡ଼ିତମାନଙ୍କୁ ସହାୟତା କରିବା ଲାଗି ଏଲ୍‌ଆଇସି ପକ୍ଷରୁ ବିଶେଷ ରିହାତି ସୁବିଧା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ ଓଡ଼ିଶାର ବାଲେଶ୍ୱର ଜିଲାସ୍ଥିତ ବାହାନଗାଠାରେ ୨୦୨୩ ଜୁନ ୨ରେ ଘଟିଥିବା ଦୁଃଖଦ ରେଳ ଦୁର୍ଘଟଣାକୁ ମଧ୍ୟ ଏଲ୍‌ଆଇସି ବେଶ୍‌ ଗୁରୁତ୍ୱର ସହ ଗ୍ରହଣ କରିଛି। ଏପରିକି ପୀଡ଼ିତମାନଙ୍କୁ ସହାୟତା କରିବା ଲାଗି ଏଲ୍‌ଆଇସି ଦୃଢ଼ ସଂକଳ୍ପବଦ୍ଧ ରହିଛି ଏବଂ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ନିମନ୍ତେ ଦାବି ସମାଧାନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯିବ ବୋଲି ଏଲଆଇସି ଅଧ୍ୟକ୍ଷ ସିଦ୍ଧାର୍ଥ ମହାନ୍ତି ଏକ ପ୍ରେସ ବିବୃତିରେ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ଏପରିକି ଉକ୍ତ ଘଟଣାରେ ସେ ଦୁଃଖ ପ୍ରକଟ କରି କହିଛନ୍ତି, ଆମେ ପୀଡ଼ିତ ଓ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଉଛୁ। ବିଶେଷକରି ଏଲଆଇସି ପଲିସି ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାର ଦାବି କରୁଥିବା ପୀଡ଼ିତମାନଙ୍କ ସମସ୍ୟା ଦୂର କରିବା ଲାଗି ସିଦ୍ଧାର୍ଥ ମହାନ୍ତି ଏକାଧିକ ରିହାତି ସମ୍ପର୍କରେ ଘୋଷଣା କରିଛନ୍ତି। ଏପରିକି ପଞ୍ଜୀକୃତ ମୃତ୍ୟୁ ପ୍ରମାଣପତ୍ର ପରିବର୍ତ୍ତେ, ରେଲଓ୍ବେ ଅଧିକାରୀ, ପୋଲିସ କିମ୍ବା କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ମୃତକଙ୍କ ତାଲିକାକୁ ମଧ୍ୟ ହିତାଧିକାରୀଙ୍କ ମୃତ୍ୟୁ ପ୍ରମାଣପତ୍ର ଭାବେ ସ୍ବୀକାର କରାଯିବ। ସେହିଭଳି ବୀମା ଦାବି ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେବା ଏବଂ ଦାବିଦାରମାନଙ୍କୁ ସହାୟତା ଯୋଗାଇ ଦେବା ଲାଗି ଏଲଆଇସିର ବିଭିନ୍ନ ମଣ୍ଡଳ ଓ ଶାଖା ସ୍ତରରେ ସ୍ବତନ୍ତ୍ର ସହାୟତା ଡେସ୍କ ମଧ୍ୟ ପ୍ରତିଷ୍ଠା କରାଯାଇଛି। ବିଶେଷକରି ଏଲଆଇସି ହିତାଧିକାରୀ ଦାବିଦାରଙ୍କ ନିକଟରେ ପହଞ୍ଚିବା ଏବଂ ପୀଡ଼ିତ ପରିବାରଗୁଡ଼ିକର ଦାବିକୁ ଯଥାଶୀଘ୍ର ସମାଧାନ କରିବା ନିମନ୍ତେ ନିଗମ ସବୁପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ସିଦ୍ଧାର୍ଥ ମତବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ ବୀମା ସମ୍ପର୍କିତ ଅଧିକ ସହାୟତା ପାଇଁ ଦାବିଦାରମାନେ ନିକଟସ୍ଥ ଶାଖା, ଡିଭିଜନ, ଗ୍ରାହକ ଜୋନରେ ମଧ୍ୟ ଯୋଗାଯୋଗ କରିପାରିବେ। ଏପରିକି ଦାବିଦାରମାନେ ଏଲଆଇସିର କଲ୍‌ ସେଣ୍ଟର ନମ୍ବର ୦୨୨୬୮୨୭୬୮୨୭ କୁ ମଧ୍ୟ କଲ୍‌ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri