ନୂଆଦିଲ୍ଲୀ, ୩ା୬ (ପି.ଟି.): ହଂକଂରେ ଜୁନ୍ ୨୧ରୁ ଏସିସି (ଏସିଆନ କ୍ରିକେଟ କାଉନ୍ସିଲ) ଏମର୍ଜିଂ ମହିଳା ଏସିଆ କପ୍ ଖେଳାଯିବ। ଏଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ମହିଳା ସିଲେକ୍ସନ କମିଟି ତରଫରୁ ୧୪ ଜଣିଆ ଦଳ ଘୋଷଣା କରାଯାଇଛି। ବ୍ୟାଟିଂ ଅଲରାଉଣ୍ଡର ଶ୍ୱେତା ଶେରାଓ୍ବତଙ୍କୁ ଦଳର ଅଧିନାୟିକା କରାଯାଇଛି। ଭାରତ ‘ଏ’ ଜୁନ୍ ୧୩ରେ ଆୟୋଜକ ହଂକଂ ବିପକ୍ଷରେ ଖେଳି ଟୁର୍ନାମେଣ୍ଟରେ ଏହାର ଅଭିଯାନ ଆରମ୍ଭ କରିବ। ଇଭେଣ୍ଟରେ ଭାଗ ନେଇଥିବା ୮ଟି ଦଳକୁ ଦୁଇଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି। ଭାରତ ‘ଏ’, ହଂକଂ, ଥାଇଲାଣ୍ଡ ‘ଏ’ ଓ ପାକିସ୍ତାନ ‘ଏ’ ଦଳ ଗ୍ରୁପ୍ ‘ଏ’ରେ ସ୍ଥାନ ପାଇଛନ୍ତି। ସେହିପରି ଗ୍ରୁପ୍ ‘ବି’ରେ ବାଂଲାଦେଶ ‘ଏ’, ଶ୍ରୀଲଙ୍କା ‘ଏ’, ମାଲେସିଆ ଓ ସଂଯୁକ୍ତ ଆରବ ଏମିରେଟ୍ସ ଦଳ ସ୍ଥାନ ପାଇଛନ୍ତି। ଫାଇନାଲ ଜୁନ୍ ୨୧ରେ ଖେଳାଯିବ।
ଭାରତ ‘ଏ’ (ଏମର୍ଜିଂ) ଦଳ
ଶ୍ୱେତା ଶେରାଓ୍ବତ (ଅଧିନାୟିକା), ସୌମ୍ୟା ତିଓ୍ବାରୀ (ଉପଅଧିନାୟିକା), ତ୍ରିସା ଗୋଙ୍ଗାଡି, ମୁସ୍କାନ ମଲିକ, ଶ୍ରେୟଙ୍କା ପାଟିଲ, କନିକା ଆହୁଜା, ଉମା ଛେତ୍ରୀ (ଉଇକେଟକିପର), ମମତା ମାଦିଓ୍ବାଲା (ଉଇକେଟକିପର), ତିତାସ ସାଧୁ, ୟାଶାରି ଏସ୍., କାଶଭି ଗୌତମ, ପାର୍ଶଭି ଚୋପ୍ରା, ମନ୍ନତ କାଶ୍ୟପ, ବି. ଅନୁଶା। ମୁଖ୍ୟ କୋଚ୍: ନୁଶିନ୍ ଅଲ୍ ଖାଦିର।
ଭାରତ ‘ଏ’ ଦଳର କାର୍ଯ୍ୟସୂଚୀ
ଜୁନ୍ ୧୩- ଭାରତ ‘ଏ’ ବନାମ ହଂକଂ, ଜୁନ୍ ୧୫- ଭାରତ ‘ଏ’ ବନାମ ଥାଇଲାଣ୍ଡ ‘ଏ’, ଜୁନ୍ ୧୭- ଭାରତ ‘ଏ’ ବନାମ ପାକିସ୍ତାନ ‘ଏ’।
ପ୍ରସବ କରାଇବାକୁ ଆସି ଫସିଗଲେ ନାବାଳିକା: ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ
ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...
‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’
ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...
ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍ କାର୍ଡ, ଲାଇଫଟାଇମ୍ ଯାଏ Free
ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...
ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ
ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...
ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା
ଦୁବାଇ,୧୯।୧୨: ସିନିଅର୍ ମେନ୍ସ ଏସିଆ କପ୍ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...
ଛତୁଆ ବିଲ୍ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ
ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...
ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …
ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...
ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ
ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...
Archives


