କମୁନାହିଁ ଦୁର୍ଘଟଣାଜନିତ ମୃତ୍ୟୁହାର

ଭୁବନେଶ୍ବର,୨ା୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ସିଆଇଡି ଏବଂ କ୍ରାଇମବ୍ରାଞ୍ଚର ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ବଢ଼ିଚାଲିଥିବା ବେଳେ କମିବାର ନାଁ ଧରୁନାହିଁ। ୨୦୨୨ ବର୍ଷରେ ରାଜ୍ୟରେ ୫୪୬୭ ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହା ୨୦୨୧ ତୁଳନାରେ ୭.୬ ପ୍ରତିଶତ ଅଧିକ ଥିଲା। ବଡ଼ କଥା ହେଉଛି ୨୦୨୩ ଜାନୁୟାରୀ ଏବଂ ଫେବୃୟାରୀ ମାସର ସ୍ଥିତି ଦେଖିଲେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାରର ସ୍ଥିତି ଆହୁରି ଜଟିଳ ଅବସ୍ଥାରେ ପହଞ୍ଚିଛି। ଏହାକୁ ୨୦୨୨ ଜାନୁୟାରୀ ଏବଂ ଫେବୃୟାରୀ ମାସ ସହ ତୁଳନା କଲେ ଦୁର୍ଘଟଣାଜନିତ ମୃତ୍ୟୁହାର ୨୪.୯୧ ପ୍ରତିଶତ ବୃଦ୍ଧି ବୋଲି ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ସଡ଼କ ପରିବହନ ବିଭାଗର ତଥ୍ୟରୁ ଜଣାପଡିଛି। ଏ ସମ୍ପର୍କରେ ବିଭାଗୀୟ ସଚିବ ଉଷା ପାଢ଼ୀ ଚିଠି କରି ରାଜ୍ୟର ସବୁ ଜିଲାପାଳ ଏବଂ ଏସ୍‌ପିମାନଙ୍କୁ ଗୁରୁବାର ଅବଗତ ମଧ୍ୟ କରାଇଛନ୍ତି।
ପାଢ଼ୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ଗତ ବର୍ଷ ଜାନୁୟାରୀ ଏବଂ ଫେବୃୟାରୀ ତୁଳନାରେ ଏଥର ଯେଉଁ ୨୪.୯୧%ର ମୃତ୍ୟୁହାର ବଢିଛି ଏଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଅଛି। ବଢିଥିବା ମୃତ୍ୟୁହାରର ୫୦% କେବଳ ଦେବଗଡ଼, ଗଜପତି, ଜଗତ୍‌ସିଂହପୁର, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମାଲକାନଗିରି ଏବଂ ନୂଆପଡ଼ା ଜିଲାରେ ଘଟିଛି। ସବୁ ଜିଲା ଯଦି ସମୟ ଅନୁଯାୟୀ ଜିଲାର ଶିକ୍ଷା, ଇଞ୍ଜିନିୟରିଂ,ଏନ୍‌ଫୋର୍ସମେଣ୍ଟ ଏବଂ ଜରୁରିକାଳୀନ ସେବା ସମ୍ପର୍କରେ ଅବଗତ କରାଇବା ସହ ଦୁର୍ଘଟଣା କମାଇବା ଲାଗି ଯଦି ପଦକ୍ଷେପ ନେବେ ଭଲ ହେବ। ସଡକ ସୁରକ୍ଷା କମିଟିକୁ ସଡକ ସୁରକ୍ଷା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଲାଗି ପାଣ୍ଠି ଯୋଗାଇବା ପାଇଁ ମଧ୍ୟ ସ୍ଥିର କରାଯାଇଛି। ଜିଲାରେ ଯାଇଥିବା ଏସ୍‌ଏଚ୍‌, ଏନ୍‌ଏଚ୍‌ ଏବଂ ସହରାଞ୍ଚଳ ରାସ୍ତାରେ ସଡକ ସୁରକ୍ଷା ଲାଗି ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଇବା, ସଡକ ସୁରକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମ କରିବା, ରିଫ୍ଲେକ୍ଟିଭ୍‌ ଟେପ୍‌ ଲଗାଇବା ପାଇଁ ପାଣ୍ଠି ଯୋଗାଇ ଦିଆଯିବ। ୨୦ ଜୁନ୍‌ ସୁଦ୍ଧା ଜିଲାରେ ସଡ଼କ ସୁରକ୍ଷା ଲାଗି କେଉଁ କାର୍ଯ୍ୟକ୍ରମ ପାଇଁ କେତେ ପାଣ୍ଠି ଆବଶ୍ୟକ ତା’ର ରିପୋର୍ଟ ପ୍ରଦାନ କଲେ ତୁରନ୍ତ ପ୍ରଦାନ କରାଯିବ ବୋଲି ପାଢୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।
ଏହାସହ ଗତ ଜାନୁୟାରୀ ଓ ଫେବୃୟାରୀରେ ଘଟିଥିବା ଦୁର୍ଘଟଣା ଏବଂ ଏଥିଜନିତ ମୃତ୍ୟୁ ସହ ଚଳିତ ବର୍ଷ ସେହି ସମୟ ସହ ତୁଳନାତ୍ମକ ଚିତ୍ର ରଖିଛନ୍ତି। ୨୦୨୨ ଜାନୁୟାରୀ ଏବଂ ଫେବୃୟାରୀରେ ମୋଟ୍‌ ୧୮୦୪ଟି ଦୁର୍ଘଟଣା ଘଟିଥିବାବେଳେ ମୋଟ୍‌ ୮୫୯ ଜଣଙ୍କ ମୃତ୍ୟୁ ଘଟିଥିଲା। ସେଥିରେ ମୋଟ୍‌ ୧୬୫୭ ଜଣ ଆହତ ହୋଇଥିଲେ। ୨୦୨୩ରେ ମୋଟ୍‌ ୨୩୧୨ଟି ଦୁର୍ଘଟଣା ଘଟିଥିବା ବେଳେ ସେଥିରେ ୧୦୭୩ ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ୨୨୧୬ ଜଣ ଆହତ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ୨ ବର୍ଷ ମଧ୍ୟରେ ତୁଳନା କଲେ ଗତ ବର୍ଷ ତୁଳନାରେ ଏଥର ୨୪.୯୧% ଅଧିକ ଲୋକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri