ଟଙ୍କା ପାଇଁ ପୁଅକୁ ଅପହରଣ ଉଦ୍ୟମ

ବାଲୁଗାଁ,୧।୬(ଡି.ଏନ୍‌.ଏ.): ଟଙ୍କା ପାଇଁ ବେଳେବେଳେ ରକ୍ତ ସମ୍ପର୍କ ମଣିଷ ମଧ୍ୟ ନ ବୁଝି ପର କରିଦିଏ। ଏହି ଟଙ୍କା ଯୋଗୁ ଭଉଣୀ ଭାଇ ମଧ୍ୟରେ, ୨ ଭାଇ ମଧ୍ୟରେ, ବାପପୁଅ ମଧ୍ୟରେ ବାଦବିବାଦ, ଅପହରଣ, ହତ୍ୟା ସମାଜରେ ପ୍ରତିଦିନ ଘଟିଆସୁଛି। ଏଭଳି ଏକ ଘଟଣା ଖୋର୍ଦ୍ଧା ଜିଲା ବାଲୁଗଁା ଥାନା ଅଞ୍ଚଳରେ ଘଟିଥିବା ଦେଖିବାକୁ ମିଳିଛି। କିଛି ଟଙ୍କା ଓ ପାରିବାରିକ କଳହ ପାଇଁ ନିଜ ପୁଅକୁ ହିଁ ଅନ୍ୟଦ୍ୱାରା ଅପହରଣ ଉଦ୍ୟମ କରି ବାପା ଗିରଫ ହୋଇଛନ୍ତି। ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଆଚମ୍ବିତ କରିଥିବା ବେଳେ ଅଭିଯୋଗ ଅନୁସାରେ ବାଲୁଗଁା ପୋଲିସ ସମ୍ପୃକ୍ତ ଅଭିଯୁକ୍ତ ବାପ ସମେତ ୫ ଅପହରଣକାରୀଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛନ୍ତି। ସେମାନେ ହେଲେ ପଶ୍ଚିମବଙ୍ଗ ଖଡ଼ଗପୁର ଅଞ୍ଚଳର ବାପା ଖଗେଶ୍ୱର ବାହୁବଳେନ୍ଦ୍ର ଏବଂ ଅପହରଣରେ ସହଯୋଗ କରିଥିବା ଉକ୍ତ ଅଞ୍ଚଳର ମିର୍ଣ୍ଣମୟ ସାହା, ସୁରଜିତ ଧାରା, ଶୁଭମ ଗିରି ଏବଂ ସାକିଲ ଖାଁ। ଅପହୃତଙ୍କ ସ୍ତ୍ରୀଙ୍କ ଅଭିଯୋଗକ୍ରମେ ପୋଲିସ କେସ୍‌ ନଂ. ୧୧୯/୨୩ରେ, ଦଫା ୪୯୮(କ), ୪୪୮, ୪୫୧, ୨୯୪, ୩୨୩, ୫୦୬, ୩୬୫, ୫୧୧, ୩୪ (ଆଇପିସି), ୪ ଡିପିଆର୍‌ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଅନୁଯାୟୀ, ବାଲୁଗଁା ଥାନା କୁମ୍ଭୀରପଡ଼ା ଗ୍ରାମର ରମେଶ ମଙ୍ଗରାଜଙ୍କ ଝିଅ ସରୋଜିନୀ ଗତ ଫେବୃୟାରୀ ୧୫ତାରିଖରେ ପଶ୍ଚିମବଙ୍ଗ ଖଡ଼ଗପୁର ଅଞ୍ଚଳରେ ରହୁଥିବା ଖଗେଶ୍ୱର ବାହୁବଳେନ୍ଦ୍ରଙ୍କ ପୁଅ ଅନୀଲଙ୍କୁ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ସମସ୍ତ ଯୌତୁକ ଅର୍ଥ ଏବଂ ଆସବାବପତ୍ର କନ୍ୟାଘର ପକ୍ଷରୁ ଦିଆଯାଉଥିଲା। କିଛି ଦିନ ଭଲରେ ଚଳିବା ପରେ ଶାଶୁ, ଶ୍ୱଶୁର ବାପ ଘରୁ ଆହୁରି ୫ଲକ୍ଷ ଟଙ୍କା ଆଣିବା ପାଇଁ ସରୋଜିନୀକୁ ଚାପ ପକାଇଥିଲେ। ଏହି କଥା ସରୋଜିନୀ ସ୍ବାମୀଙ୍କୁ ଜଣାଇବାରୁ ସେ ବାପାମାଙ୍କୁ ବୁଝାଇଥିଲେ ମଧ୍ୟ ଶୁଣି ନ ଥିଲେ। ଫଳରେ ଘଟଣା ସମ୍ପର୍କରେ ସେ ବାପଘରକୁ ଜଣାଇଥିଲା। ସରୋଜିନୀଙ୍କ ବାପା ରମେଶ ଏନେଇ ଝିଅର ଶାଶୁ ଶ୍ୱଶୁରଙ୍କୁ ବୁଝାଶୁଝା କରି ଟଙ୍କା ପୈଠ ପାଇଁ କିଛି ଦିନ ସମୟ ମାଗିଥିଲେ। କିନ୍ତୁ ଟଙ୍କା ଦେବାରେ ବିଳମ୍ବ ହେବାରୁ ସରୋଜିନୀ ଉପରେ ଶାଶୁ ଶ୍ୱଶୁର ନିର୍ଯାତନା ଆରମ୍ଭ କରିଥିଲେ। ସ୍ତ୍ରୀ ପ୍ରତି ହେଉଥିବା ଅନ୍ୟାୟକୁ ଅନୀଲ ସହ୍ୟ କରିପାରୁନଥିଲା। ପିତାମାତାଙ୍କୁ ବୁଝାଇ ମଧ୍ୟ କୌଣସି ସୁଫଳ ନ ମିଳିବାରେ ଶେଷରେ ଅନୀଲ ସ୍ତ୍ରୀ ସହ ଆସି ଶ୍ୱଶୁର ଘର କୁମ୍ଭୀରପଡ଼ାରେ ଆଶ୍ରୟ ନେଇଥିଲେ। ଏପରିସ୍ଥଳେ ଗତ ୨୯ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଡବ୍ଲ୍ୟୁବି ୩୬କେ ୨୯୬୦ ନଂ. ବିଶିଷ୍ଟ ଏକ କଳା ରଙ୍ଗର କାର୍‌ରେ ବାପ ସମେତ ୪ଜଣ ଦୁର୍ବୃତ୍ତ କୁମ୍ଭୀରପଡ଼ା ଗ୍ରାମରେ ପହଞ୍ଚତ୍ଥିଲେ। ଏହି ସମୟରେ ରମେଶ, ଝିଅ ଓ ଜ୍ୱାଇଁ ସପରିବାର ଘରେ ବସିଥିବା ବେଳେ ଅପହରଣକାରୀମାନେ ଜବରଦସ୍ତ ଘରେ ପଶି ଅନୀଲକୁ ଉଠାଇ ନେବା ପାଇଁ ଉଦ୍ୟମ କରିଥିଲେ। ପରିବାର ଲୋକ ପ୍ରତିବାଦ କରିବା ସହ ପାଟିତୁଣ୍ଡ ଶୁଣି ଗ୍ରାମବାସୀ ପହଞ୍ଚତ୍ ଅପହରଣକାରୀଙ୍କ କବଳରୁ ଅନୀଲକୁ ଉଦ୍ଧାର କରିଥିଲେ। ଖବରପାଇ ବାଲୁଗଁା ପୋଲିସ ପହଞ୍ଚତ୍ ଘଟଣାର ତଦନ୍ତ କରିବା ସହ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିଲେ। ଏ ନେଇ ସରୋଜିନୀ ଯୌତୁକ ଜନିତ ନିର୍ଯାତନା, ସ୍ବାମୀକୁ ଜବରଦସ୍ତ ଅପହରଣ ପାଇଁ ଶ୍ୱଶୁର ଉଦ୍ୟମ କରିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ତଦନ୍ତ କରି ବାପଙ୍କ ସମେତ ୫ଜଣଙ୍କୁ ଗିରଫ କରିବା ସହ କାର୍‌ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ପୋଷ୍ୟ ପୁତ୍ରଙ୍କୁ ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି

କଟକ,୨ା୫ (କାର୍ତ୍ତିକ ସାହୁ): ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଗ୍ରହଣ କରିଥିବା ପୋଷ୍ୟପୁତ୍ରଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିପାରିବ ବୋଲି ହାଇକୋର୍ଟ ରାୟ ପ୍ରଦାନ କରିଛନ୍ତି।...

ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବଦଳି ନିର୍ଦ୍ଦେଶ!

ଭୁବନେଶ୍ୱର,୨।୫: ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବଦଳି ନିର୍ଦ୍ଦେଶ ଦେଲେ ଇସିଆଇ। ଭାଜପାର ଅଭିଯୋଗ ପରେ ବଦଳି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। ବଦଳି ନିର୍ଦ୍ଦେଶ...

ବୀରମିତ୍ରପୁରରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ଭଉଣୀ

କୁଆଁରମୁଣ୍ଡା,୨।୫(ମହେନ୍ଦ୍ର କୁମାର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ତଥା ଜେଏମ୍‌ଏମ ନେତ୍ରୀ ଅଞ୍ଜନୀ ସୋରେନ ଗୁରୁବାର ରାତିରେ ଓଡ଼ିଶାର ବୀରମିତ୍ରପୁରରେ ପହଞ୍ଚିଛନ୍ତି। ଏହି...

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ...

ବିଜେଡିକୁ ଭୋଟ ଦେବାକୁ ମିଶନ ଶକ୍ତି ମହିଳାଙ୍କୁ ଧମକାଉଛନ୍ତି ପାଣ୍ତିଆନଙ୍କ ସ୍ତ୍ରୀ ସୁଜାତା: ଭାଜପା

ଭୁବନେଶ୍ୱର,୨।୫: ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଫେରାଦ ଦେଲା ଭାଜପା। ସରକାରୀ ଅଧିକାରୀ ହୋଇ ବିଜେଡି ଏଜେଣ୍ଟ...

ଆଗ ରକ୍ତଦାନ, ପରେ ନାମାଙ୍କନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ନେଇ ପ୍ରାର୍ଥୀମାନେ ଚିରାଚରିତ ଢଙ୍ଗରେ ପ୍ରାର୍ଥିପତ୍ର ତଥା ନାମାଙ୍କନ ଦାଖଲ କରୁଛନ୍ତି । କିଏ ବିଶାଳ ଶୋଭାଯାତ୍ରା ତ’ ଆଉ...

ଧାର ଟଙ୍କା ମାଗିବାରୁ ଆକ୍ରମଣ

ବ୍ରହ୍ମପୁର,ତା୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ବାଳକୃଷ୍ଣପୁର ଗ୍ରାମରେ ଧାର ଟଙ୍କା ମାଗିବାରୁ ମମତା ପାତ୍ର ନାମ୍ନୀ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ...

ଟିକେଟ୍‌ ନ ମିଳିବାରୁ ବିଜେଡିରୁ ଇସ୍ତଫା ଦେଲେ ସନ୍ତୋଷ ଖଟୁଆ

ଭୁବନେଶ୍ୱର,୨।୫: ଆଜି ବିଜେଡି ନୀଳଗିରି ବିଧାୟକ ପାର୍ଥୀ ଘୋଷଣା କରିଛି। ହେଲେ ନୀଳଗିରି ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ଥିବା ବାଲେଶ୍ୱର ଜିଲା ବିଜେଡି ଉପ-ସଭାପତି ସନ୍ତୋଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri