Posted inଖେଳ

ବିଜେତାକୁ ୧.୬ ନିୟୁତ ଡଲାର ପୁରସ୍କାର

ଦୁବାଇ, ୨୭ା୫ (ପି.ଟି.): ଓଭାଲଠାରେ ଆସନ୍ତା ମାସରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲର ବିଜେତା ଦଳ ପୁରସ୍କାର ବାବଦରେ ୧.୬ ନିୟୁତ ଆମେରିକୀୟ ଡଲାର ପାଇବ। ରନରଅପ୍‌ ଦଳ ପାଇଁ ୮,୦୦,୦୦୦ ଡଲାର ଆର୍ଥିକ ପୁରସ୍କାର ବ୍ୟବସ୍ଥା କରାଯାଇଥିବା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ଚାମ୍ପିୟନଶିପ୍‌ର ନିର୍ଣ୍ଣାୟକ ମ୍ୟାଚ ଲଣ୍ଡନସ୍ଥିତ ଦି ଓଭାଲଠାରେ ଜୁନ୍‌ ୭ରୁ ୧୧ ପର୍ଯ୍ୟନ୍ତ ଖେଳାଯିବ। ଜୁନ୍‌ ୧୨କୁ ରିଜର୍ଭ ଦିବସ ରଖାଯାଇଛି। ୨୦୧୯-୨୧ରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ପୁରସ୍କାର ରାଶି ସମାନ ରହିଥିଲା। ଅର୍ଥାତ୍‌ ଡବ୍ଲ୍ୟୁଟିସି ଗଦା ବ୍ୟତୀତ ମୋଟ ପୁରସ୍କାର ରାଶିିର ୩.୮ ନିୟୁତ ଡଲାର ରହିଥିଲା। ଦୁଇ ବର୍ଷ ପୂର୍ବେ ସାଉଥାମ୍ପଟନଠାରେ ଭାରତ ବିପକ୍ଷ ୬ ଦିନିଆ ଫାଇନାଲରେ ବିଜୟ ହାସଲ କରିଥିବା କେନ୍‌ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଏକ ଆକର୍ଷଣୀୟ ଗଦା ବ୍ୟତୀତ ୧.୬ ନିୟୁତ ଡଲାର ଆର୍ଥିକ ପୁରସ୍କାର ଲାଭ କରିଥିଲା। ଚାମ୍ପିୟନଶିପ୍‌ରେ ଭାଗ ନେଇଥିବା ସମସ୍ତ ୯ଟି ଦଳ ୩.୮ ନିୟୁତ ଡଲାରକୁ ବାଣ୍ଟି କରି ନେବେ। ଡବ୍ଲ୍ୟୁଟିସି ୨୦୨୧-୨୩ ଷ୍ଟାଣ୍ଡିଂରେ ତୃତୀୟ ସ୍ଥାନ ଅଧିକାର କରିଥିବା ଦକ୍ଷିଣ ଆଫ୍ରିକା ୪,୫୦,୦୦୦ ଡଲାର ପାଇବ। ଚତୁର୍ଥ ସ୍ଥାନରେ ରହିଥିବା ଇଂଲଣ୍ଡକୁ ୩,୫୦,୦୦୦ ଡଲାର ମିଳିବ। ଶ୍ରେଷ୍ଠ ଦଳଗୁଡ଼ିକ ମଧ୍ୟରେ ଦୌଡ଼ରେ ରହିଥିବା ଅନ୍ୟତମ ଦଳ ଶ୍ରୀଲଙ୍କା ୫ମ ସ୍ଥାନରେ ରହିବାରୁ ୨,୦୦,୦୦ ଡଲାର ପାଇବ। ସେହିପରି ଅବଶିଷ୍ଟ ଦଳ ନ୍ୟୁଜିଲାଣ୍ଡ (୬ଷ୍ଠ), ପାକିସ୍ତାନ (୭ମ), ଓ୍ବେଷ୍ଟଇଣ୍ଡିଜ (୮ମ) ଓ ବାଂଲାଦେଶ (୯ମ)କୁ ୧,୦୦,୦୦ ଡଲାର ଲେଖାଏ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri