ଭାରତ ବୁଲି କ୍ୟାନ୍ସର ସଚେତନତା କରୁଛନ୍ତି ମହମ୍ମଦ କ୍ରିଷ୍ଣା

ପୁରୀ ଅଫିସ,୨୧ା୫: ପେସାରେ ଜଣେ ଡ୍ରାଇଭର ହେଲେ ମଧ୍ୟ ନିଶା ହେଉଛି ସମାଜକୁ ସଚେତନତା ବାର୍ତ୍ତା ବାଣ୍ଟିବା। ଭାରତର ବିଭିନ୍ନ ରାଜ୍ୟ ବୁଲି କ୍ୟାନ୍ସର ରୋଗ ଉପରେ ସଚେତନତା ବାର୍ତ୍ତା ବାଣ୍ଟିବା ସହ ସବୁ ଧର୍ମକୁ ସମ୍ମାନ ଦେବା ଏବଂ ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି କରିବା ହେଉଛି ତାଙ୍କର ମୂଳଲକ୍ଷ୍ୟ। ଯାହାଙ୍କ ନାମରେ ରହିଛି ଉଭୟ ହିନ୍ଦୁ ଏବଂ ମୁସିଲିମ ଧର୍ମର ଦେବତାଙ୍କ ନାମକୁ ନେଇ ସୃଷ୍ଟି କରିଛନ୍ତି ନୂଆ ପରିଚୟ। ବାଲେଶ୍ୱର ଜିଲା ସୋର ଅଞ୍ଚଳ ମୋବାରକପୁର ଗ୍ରାମର ମୁସଲିମ ଯୁବକ ମହମ୍ମଦ କ୍ରିଷ୍ଣା ସମାଜକୁ ସଚେତନତାର ବାର୍ତ୍ତା ପ୍ରଦାନ କରିବା ପାଇଁ ଯାତ୍ରା କରୁଛନ୍ତି। ସୂଚନାଯୋଗ୍ୟ, ଗତ ୨୦୧୩ରୁ ମହମ୍ମଦ ଚେନ୍ନାଇରେ ଜଣେ ଡ୍ରାଇଭର ଭାବେ କାର୍ଯ୍ୟ କରି ଆସୁଛନ୍ତି। ତେବେ ଦିନକୁ ଦିନ ଦେଶରେ କ୍ୟାନ୍‌ସର ରୋଗ ବଢ଼ି ଚାଲିଥିବା ବେଳେ ଏହା ଉପରେ କିଭଳି ରୋକ୍‌ ଲଗାଯାଇପାରିବ ସେନେଇ ସେ ଜନସାଧାରଣଙ୍କୁ ସଚେତନ କରାଉଛନ୍ତି। ଏ ନେଇ ସେ ସାରା ଭାରତର ବିଭିନ୍ନ ସ୍ଥାନ ବୁଲି ହାତରେ ପୋଷ୍ଟର ଧରି କ୍ୟାନ୍ସର ସଚେତନାର ବାର୍ତ୍ତା ବାଣ୍ଟୁଛନ୍ତି। ସାରା ଦେଶରେ କ୍ୟାନସର ସଚେତନ କରାଇବା ସହ ଭାଇଚାରା ସୃଷ୍ଟି କରିବା ଲକ୍ଷ୍ୟ ନେଇ ମହମ୍ମଦ କ୍ରିଷ୍ଣା ଗତ ୨୦୨୩ ମାର୍ଚ୍ଚ ୨୮ରୁ ସଚେତନତା ଯାତ୍ରାରେ ବାହାରିଥିଲେ। ମହମ୍ମଦ କନ୍ୟାକୁମାରୀ, ବେଙ୍ଗାଲୁରୁ, ଦିଲ୍ଲୀ, ହାଇଦ୍ରାବାଦ, ଚଣ୍ଡିଗଡ, ଡେରାଡୁନ, କଶ୍ମୀର ଭଳି ବିଭିନ୍ନ ରାଜ୍ୟ ବୁଲି ଏହି ସଚେତନତା ବାର୍ତ୍ତା ବାଣ୍ଟୁଥିବା ବେଳେ ଶନିବାର ପୁରୀରେ ପହଞ୍ଚତ୍ଥିଲେ। ସେହିପରି ରବିବାର ଭୁବନେଶ୍ୱରରେ ତାଙ୍କର ଏହି ସଚେତନା ଏହି ମିଶନ୍‌ ପୂରଣ କରିବେ ବୋଲି କହିଛନ୍ତି। ଅପରପକ୍ଷେ ତାଙ୍କର ନାମ ମହମ୍ମଦ କ୍ରିଷ୍ଣା ରଖାଯିବା ନେଇ ପଚାରିବାରୁ ସେ କହିଛନ୍ତି, ତାଙ୍କ ବାପା ତାଙ୍କୁ ଏହି ନାମ ଦେଇଛନ୍ତି। ଅନେକ ସମୟରେ ସେ ସ୍କୁଲରେ ପଢିବା ବେଳେ ତାଙ୍କ ସ୍କୁଲ ଶିକ୍ଷକ ଓ ସାଥୀମାନେ ତାଙ୍କୁ ପଚାରୁଥିଲେ ଏପରି କାହିକିଁ ନା ରହିଛି। ସେ ଏନେଇ ତାଙ୍କ ବାପାଙ୍କୁ ପଚାରିବାରୁ ତାଙ୍କ ବାପା କହିଥିଲେ ସବୁ ଧର୍ମ ସମାନ। ଉଭୟ ଦେବତା ସମସ୍ତଙ୍କ ପାଇଁ ବା ପ୍ରତ୍ୟେକ ମଣିଷଙ୍କ ପାଇଁ ଅଟନ୍ତି। ଧର୍ମକୁ ନେଇ ସଂଘର୍ଷ କରବା ଠିକ୍‌ ନୁହେଁ ବୋଲି ମହମ୍ମଦ କ୍ରିଷ୍ଣା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri