ଭଞ୍ଜନଗର ସହରରେ ରିଙ୍ଗ୍‌ ରୋଡ଼ ପାଇଁ ବାଟ ଫିଟିଲା

ଭଞ୍ଜନଗର,୨୧ା୫(ଡି.ଏନ.ଏ): ଭଞ୍ଜନଗର ବ୍ଲକର ବିଭିନ୍ନ ସ୍ଥାନରେ ଥିବା ମେଗା ପ୍ରକଳ୍ପରୁ ବର୍ତ୍ତମାନ କେବଳ ଖରିଫ୍‌ ଋତୁରେ ହିଁ ଜମିକୁ ପାଣି ଦିଆଯାଉଛି। ରବି ଋତୁରେ ଚାଷୀଙ୍କୁ ଏହି ସୁବିଧା ମିଳୁନାହିଁ। କିଛିଦିନ ପୂର୍ବେ ଭଞ୍ଜନଗର ବ୍ଲକ ବୁଦୁଲି ଗ୍ରାମର ଚାଷୀମାନେ ଗଣ୍ଡିଶୁଳାରେ ଥିବା ମେଗା ଉଠା ଜଳସେଚନ ପ୍ରକଳ୍ପରୁ ପାଣି ଛାଡ଼ିବା ପାଇଁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଉପରୁ ଏ ନେଇ କୌଣସି ନିର୍ଦ୍ଦେଶନାମା ନାହିଁ । ତେଣୁ ରବିରେ ପାଣି ଛଡ଼ାଯାଇପାରିବ ନାହିଁ ବୋଲି ଉକ୍ତ କର୍ମଚାରୀମାନେ କହିଥିଲେ। ଫଳରେ ଚାଷୀ ନିରାଶ ହୋଇ ଫେରିଯାଇଥିଲେ। ବୁଦୁଲି ହେଉଛି ବାଇଗଣ ଚାଷ ପାଇଁ ପ୍ରସିଦ୍ଧ । ଏଠାରୁ ରାଜ୍ୟ ଓ ରାଜ୍ୟ ବାହାରକୁ ପନିପରିବା ରପ୍ତାନୀ ହେଉଛି । ଖରିଫରେ ମଧ୍ୟ ମେଗା ପ୍ରକଳ୍ପରୁ ପାଣି ଛଡ଼ାଯିବା ବ୍ୟବସ୍ଥା କରାଗଲେ ଚାଷୀମାନେ ବିଶେଷ ଲାଭବାନ ହେବେ। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ଚାଷୀମାନେ ଦାବି କରିଛନ୍ତି। ଅପରପକ୍ଷେ ଭଞ୍ଜନଗର ଜଳସମ୍ପଦ ବିଭାଗ ପକ୍ଷରୁ ଅଧିକ ଅଞ୍ଚଳକୁ କିଭଳି ଜଳସେଚନ ହେବ ସେ ନେଇ ମଧ୍ୟ କୌଣସି ନୂତନ ପଦକ୍ଷେପ ଆଜକୁ ବହୁବର୍ଷ ହେବ ନିଆଯାଇନାହିଁ । ବର୍ତ୍ତମାନ ବିଭାଗ ପକ୍ଷରୁ କେବଳ ପୁରୁଣା କେନାଲଗୁଡ଼ିକୁ କଂକ୍ରିଟ କରାଯାଉଛି । ଭଞ୍ଜନଗର ସହରଦେଇ ଯାଇଥିତ୍ବା ଲୋହରାଖଣ୍ଡି ନଦୀ ଉପରେ ରିଙ୍ଗ୍‌ ରୋଡ଼ କରିବା ରାସ୍ତା ଇତି ମଧ୍ୟରେ ଖୋଲିଛି । ବାଇପାସ୍‌ ରୋଡ଼ ସେତୁ ଠାରୁ ଗାମୁଣ୍ଡି ସେତୁ ପର୍ଯ୍ୟନ୍ତ ସହରକଡ଼ ଆଡ଼ି ବନ୍ଧର ପୁନରୁଦ୍ଧାର କରାଯିବ। ପ୍ରାୟ ୧୫ ଫୁଟ ଚଉଡ଼ା ଆଡ଼ିବନ୍ଧ ହେବ। ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଉଦ୍ୟମ କ୍ରମେ ଇତିମଧ୍ୟରେ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଅନୁମୋଦନ ହୋଇଛି । ତାହାର କାମ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଆଡ଼ିବନ୍ଧ କାମ ସରିଲେ ଲୋକେ ଚଳପ୍ରଚଳ କରିବା ସୁବିଧା ହେବ । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ପକ୍କା ରାସ୍ତା ହେବା ଯୋଜନା ନାହିଁ । ସେହିଭଳି ଜାନିବିଲି ଠାରୁ ପଦ୍ମପୁର ପର୍ଯ୍ୟନ୍ତ ୬ଟି ଫେଜ୍‌ରେ ପ୍ରାୟ ୧୫ କିମି କେନାଲକୁ ୬୦ କୋଟି ଟଙ୍କା ବ୍ୟୟରେ କଂକ୍ରିଟ କରାଯାଉଛି। ବୁଗୁଡ଼ା ସେକ୍ସନର ପ୍ରାୟ ୩୦ କିମି କେନାଲକୁ ୪୦ କୋଟି ଟଙ୍କା ବ୍ୟୟରେ କଂକ୍ରିଟ କରାଯାଉଛି । ୧୩୦ ବର୍ଷ ପୁରୁଣା ଜାନିବିଲି ଆନ୍ନିକଟ ଠାରେ ନୂଆ ଆନ୍ନିକଟ ନିର୍ମାଣ ହେବ । ଏ ବାବଦରେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ତାହାର ଟେଣ୍ଡର ସରିଛି । ଡ଼ହ ସେକ୍ସନରେ ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ବିଭିନ୍ନ କେନାଲକୁ କଂକ୍ରିଟ କରାଯାଉଛି । ଏଥିସହ ଅନ୍ୟାନ୍ୟ କାମ ଉକ୍ତ ସେକ୍ସନରେ ଚାଲିଛି। ଭଞ୍ଜନଗର ସେକ୍ସନରେ ଢ଼ୋଲପିଟା ଠାରେ ବୃହତ ଉଠା ଜଳସେଚନକୁ ପାଣି ଯୋଗାଣ ପାଇଁ ୨୫ କୋଟି ଟଙ୍କା ବ୍ୟୟରେ ଏକ ଆନିକଟ ହେଉଛି । ବଡ଼ନଦୀର ବିଭିନ୍ନ ସ୍ଥାନରେ ଆଡ଼ିବନ୍ଧର ଉନ୍ନତିକରଣ ପାଇଁ ୧୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହେଉଛି। ସୋରଡ଼ା କବିରାଜପୁର ଠାରେ ଋଷିକୁଲ୍ୟା ନଦୀର ଗାର୍ଡ଼ ୱାଲ ନିର୍ମାଣ ପାଇଁ ୪କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ହେଉଛି । ଏଥିସହ ଶେରଗଡ଼ ଅଞ୍ଚଳ ନନ୍ଦିନୀ ନଦୀର ୫ଟି ସ୍ଥାନରେ ଗାର୍ଡ଼ୱାଲ କରାଯାଉଛି । ଏ ବାବଦରେ ୧୫ କୋଟିରୁ ଊର୍ଦ୍ଧ୍ୱ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଭଞ୍ଜନଗର ନୂଅଁାଗା କେନାଲ କାର୍ଯ୍ୟ ଚଳିତ ଆର୍ଥତ୍କ ବର୍ଷରେ କାମ ଶେଷ ହେବ। ବର୍ତ୍ତମାନ ୫ କିମି କେନାଲ ପର୍ଯ୍ୟନ୍ତ ଚାଷୀମାନେ ପାଣି ପାଇପାରୁଛନ୍ତି। ବଳକା ୧୦ କିମି କାମ ଚଳିତ ବର୍ଷ ଶେଷ ହେବ । କାମ ପୂର୍ଣ୍ଣାଙ୍ଗ ହେଲେ ୨ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ନୂତନ ଜମିକୁ ଜଳସେଚନ ହେବ । ଏ ବାବଦରେ ୭୨ କୋଟି ଟଙ୍କା ବ୍ୟୟ ହେଉଛି । ଭଞ୍ଜନଗର ଡ଼ିଭିଜନ ଅଧିନରେ ଏହା ଏକ ମାତ୍ର ନୂଆ କେନାଲ କାମ ଚାଲିଛି । ବର୍ତ୍ତମାନ ଡ଼ହ ଜଳଭଣ୍ଡାରରୁ ୬୫୮୦ ହେକ୍ଟର ଜମିକୁ ଜଳସେଚନ ହେଉଛି। ବାଘୁଆରୁ ୮୩୬୭, ଋଷିକୁଲ୍ୟା ଯୋଜନାରେ ୧୮ ହଜାର ୫୯୭ ହେକ୍ଟର ଜମିକୁ ଜଳସେଚନ ହେଉଛି । ଏନେଇ ଭଞ୍ଜନଗର ଜଳସମ୍ପଦ ବିଭାଗ ଅଧୀକ୍ଷଣଯନ୍ତ୍ରୀ ଇଂ ଗୋକୁଳ ଚନ୍ଦ୍ର ପାଢ଼ୀଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ ନୂତନ ପ୍ରକଳ୍ପ ନିର୍ମାଣ ପାଇଁ ବର୍ତ୍ତମାନ କୌଣସି ପ୍ରସ୍ତାବ ନାହିଁ । ପୁରୁଣା କେନାଲ ଗୁଡ଼ିକ କିଭଳି ସୁରକ୍ଷିତ ରହିପାରିବ ସେଥିପାଇଁ ପଦକ୍ଷେପ ନିଆଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri