ବରକୁ ଉଠାଇ ଆଣିଲା ପୋଲିସ

ବଲାଙ୍ଗୀର ଅଫିସ, ୧୯ା୫: ବଲାଙ୍ଗୀର ସହର ଶ୍ରୀରାମ ନଗରଠାରେ ଗୁରୁବାର ମୁସଲମାନ ସମ୍ପ୍ରଦାୟର ଏକ ବିବାହ (ନିକାହ) ଉତ୍ସବରେ ଯୌତୁକ ଦାବିକୁ ନେଇ ଗୁରୁବାର ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିବାହ ସରିବା ପରେ ବରପାତ୍ର ମୋଟର ସାଇକେଲ ଦାବି କରିବାରୁ ସେଠାରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏ ସମ୍ପର୍କରେ ଟାଉନ ଥାନାରେ ଖବର ପହଞ୍ଚତ୍ବା ପରେ ପୋଲିସ ବରକୁ ଥାନାକୁ ଉଠାଇ ଆଣି ପଚରାଉଚରା କରୁଛି। ଏପରି କି ଥାନାରେ ନବବିବାହିତ କନ୍ୟାକୁ ତଲାକ୍‌ ଦେବାକୁ କୁହାଯିବାରୁ ବର ବାଧ୍ୟ ହୋଇ ତଲାକ୍‌ ଦେଇଥିବା ଚର୍ଚ୍ଚାର ବିଷୟ ହୋଇଛି।
ମିଳିଥିବା ସୂଚନା ମୁତାବକ, ବଲାଙ୍ଗୀର ଶ୍ରୀରାମନଗରର ଜଣେ ଯୁବତୀଙ୍କ ବିବାହ ବୁର୍ଲା ଡେଲିମାର୍କେଟ ନିବାସୀ ଜଣେ ଯୁବକଙ୍କ ସହ ହୋଇଥିଲା। ଗୁରୁବାର ବର ବରଯାତ୍ରୀ ନେଇ ବଲାଙ୍ଗୀର ଆସି ସମ୍ପୃକ୍ତ ଯୁବତୀଙ୍କୁ ବିବାହ କରିଥିଲେ। ତେବେ ବିବାହ ସରିବା ପରେ ବରପକ୍ଷଙ୍କୁ ଭୋଜି ଖାଇବାକୁ ଡାକିବାରୁ ବରପକ୍ଷ ଲୋକ ଭୋଜି ଖାଇବାକୁ ଯାଇ ନ ଥିଲେ। ଏପରି କି ବର ମଧ୍ୟ ଖାଇବାକୁ ଯାଇ ନ ଥିଲେ। କଥା କ’ଣ ବୋଲି କନ୍ୟାପକ୍ଷ ଲୋକେ ପଚାରିବାରୁ ମୋଟର ସାଇକେଲ ଯୌତୁକ ନ ଦେଲେ ସେମାନେ କନ୍ୟାକୁ ନେବେ ନାହିଁ ବୋଲି କହିଥିଲେ। ଏହି କଥାକୁ କେନ୍ଦ୍ର କରି ସେଠାରେ ଉଚ୍ଚବାଚ ହୋଇଥିଲା। ପୂର୍ବରୁ ବିନା ଯୌତୁକରେ ବିବାହ କରିବାକୁ ରାଜି ହୋଇଥିବା ବର ବିବାହ ସରିବା ପରେ କାହିଁକି ଯୌତୁକ ଦାବି କରୁଛି ବୋଲି କନ୍ୟାପକ୍ଷ ଲୋକ ପଚାରିଥିଲେ। ତେବେ ମୋଟର ସାଇକେଲ ନ ଦେଲେ କନ୍ୟାକୁ ନେବେ ନାହିଁ ବୋଲି କହିବାରୁ କନ୍ୟାପକ୍ଷ ଲୋକ ବାଧ୍ୟ ହୋଇ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ବିବାହ ସ୍ଥାନରୁ ବରଙ୍କୁ ଉଠାଇ ଆଣି ଥାନାରେ ରଖିଥିଲେ। ସେଠାରେ ବିବାଦର ସମାଧାନ ନ ହେବାରୁ ଥାନାକୁ କନ୍ୟା ସହ ପରିବାର ଲୋକ ଆସିଥିଲେ। ଥାନାରେ ସମ୍ପୃକ୍ତ ନବବିବାହିତ ଯୁବକଙ୍କୁ କନ୍ୟାକୁ ତଲାକ୍‌ ଦେବାକୁ କୁହାଯାଇଥିଲା। ସେଠାରେ ବର ତଲାକ୍‌ ଦେଇଥିବା ଜଣାପଡିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ ମୀମାଂସା ଚାଲିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ନୂଆ ଇନ୍ସପେକ୍ଟର: ଅଞ୍ଚଳରେ ପୂର୍ବରୁ ରହିଛି ଅଭିଜ୍ଞତା

ଦାରିଙ୍ଗବାଡି,୨୨।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ଯୋଗଦାନ କରିଛନ୍ତି। ସେ ଏବେ ଅତିରିକ୍ତ ଥାନା ଅଧିକାରୀ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ଦୁଇଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି ।ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର...

ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ FTA ଘୋଷଣା, ୨୦ ନିୟୁତ ଡଲାରର ନିବେଶ

ନୂଆଦିଲ୍ଲୀ,୨୨।୧୨: ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଭାରତ ଆଉ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଭୟଙ୍କର ଦୁର୍ଘଟଣା: ଡିଭାଇଡରରେ ପିଟି ହୋଇ ରାଜପଥରେ ଓଲଟିଲା ବସ୍, ୧୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୨: ଇଣ୍ଡୋନେସିଆରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ଏକ ଯାତ୍ରୀବାହୀ ବସ୍...

୭ଦିନ ଜାରି ରହିବ ଶୀତ ଲହରି

ଭୁବନେଶ୍ୱର,୨୨ା୧୨(ବନ୍ଦନା ସେଠୀ): ରାଜ୍ୟରେ ଶୀତ ଲହରି ଜାରି ରହିବ। ଆସନ୍ତା ୭ଦିନ ପର୍ଯ୍ୟନ୍ତ ପାଣିପାଗର କୌଣସି ବିଶେଷ ପରିବର୍ତ୍ତନ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି: ଗୁରୁକୁଳ ଖୋଲିବା ସହ ଶୀତ ମହୋତ୍ସବ ହେବ ଆଡମ୍ବରପୂର୍ଣ୍ଣ

ଦାରିଙ୍ଗବାଡି, ୨୨।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସୋମବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗସ୍ତ କରିଛନ୍ତି। ସେ ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri