କୁଣ୍ଡା, ନଡ଼ିଆକତା ଭିତରେ ଗଞ୍ଜେଇ ଚାଲାଣ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): କୁଣ୍ଡା ଓ ନଡିଆ କତା ଭିତରେ ଚୋରାରେ ଚାଲାଣ ହେଉଥିଲା ଗଞ୍ଜେଇ। ପୋଲିସ ନଜରରୁ ହଟିବା ପାଇଁ ଏସ୍‌କର୍ଟ କରି ଗଞ୍ଜାମରୁ ପୁରୀ ନିଆଯାଉଥିଲା। ହେଲେ ଭୁବନେଶ୍ୱରରେ ପହଞ୍ଚତ୍ବା ପରେ ଧରିଦେଲା ମଞ୍ଚେଶ୍ୱର ଥାନା ପୋଲିସ। ଏହି ଘଟଣାରେ ସମ୍ପୃକ୍ତ ୨ ଚାଲାଣକାରୀଙ୍କୁ ପୋଲିସ ଗିରଫ କରିବା ସହ ୧ କୁଇଣ୍ଟାଲ କୁଇଣ୍ଟାଲ ୪୦ କେଜି ଗଞ୍ଜେଇ, ଏକ ଟ୍ରକ୍‌, ଗୋଟିଏ ବାଇକ୍‌ ଓ ୨ ମୋବାଇଲ ଫୋନ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଗଜପତି ଜିଲା ମୋହନା ଥାନା ଅଞ୍ଚଳର ପ୍ରମୋଦ କୁମାର ବେହେରା ଓ ଖୋର୍ଦ୍ଧା ଜିଲାର ପ୍ରଭାତ ମୁଦୁଲି। ଏନେଇ ପୋଲିସ ମାମଲା (ନଂ ୨୦୯/୨୩) ରୁଜୁ କରି ଅଭିଯୁକ୍ତଦ୍ୱୟଙ୍କୁ ବୁଧବାର କୋର୍ଟ ଚାଲାଣ କରିଥିଲା। ଜାମିନ ନ ମିଳିବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ୪୦ ଲକ୍ଷରୁ ଅଧିକ ହେବ। ଅଭିଯୁକ୍ତଦ୍ୱୟ ଗଞ୍ଜାମରୁ ପୁରୀକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବାବେଳେ ଜାତୀୟ ରାଜପଥର ରସୁଲଗଡ଼ରୁ ହାଇଟେକ୍‌ ଛକ ମଧ୍ୟବର୍ତ୍ତୀ ଅଞ୍ଚଳରେ ପୋଲିସ ଗାଡିକୁ ଯାଞ୍ଚ କରିବା ପରେ ଘଟଣା ଜଣାପଡିଥିଲା। ପୁଣି ରାସ୍ତାରେ ପୋଲିସ ନଜରକୁ ହଟିବା ପାଇଁ ଅଭିଯୁକ୍ତ ପ୍ରଭାତ ପଲ୍‌ସର ବାଇକ୍‌ରେ ଏସ୍କର୍ଟ କରି ଗଞ୍ଜେଇ ଭର୍ତ୍ତି ଟ୍ରକ୍‌କୁ ନେଉଥିବାବେଳେ ଡ୍ରାଇଭର ପ୍ରମୋଦ ତାହା ଚଳାଉଥିଲେ। ଅନ୍ୟପକ୍ଷରେ ଜବତ ହୋଇଥିବା ଉକ୍ତ ପଲ୍‌ସର ଗାଡିରେ ବ୍ୟବହୃତ ନମ୍ବର ପ୍ଲେଟ୍‌ଟି ପ୍ରାଥମିକ ତଦନ୍ତରୁ ନକଲି ବୋଲି ଜଣାପଡିଛି। ତେବେ ତାହା ଚୋରା କି ନୁହେଁ, ତାହା ଜାଣିବା ଲାଗି ଆର୍‌ଟିଓକୁ ରିପୋର୍ଟ ମଗାଯାଇଛି। ଏହାସହ ଘଟଣାର ଅଧିକ ଖୋଳତାଡ଼ ଚାଲିଛି। ଅଭିଯୁକ୍ତଦ୍ୱୟ କୋରାପୁଟ, ରାୟଗଡା, ଗଜପତିରୁ ଗଞ୍ଜେଇ ସଂଗ୍ରହ କରି ଖୋର୍ଦ୍ଧା, ଭୁବନେଶ୍ୱର, ପୁରୀରେ ବିକ୍ରି କରିଥାନ୍ତେ ବୋଲି ଖବରଦାତା ସମ୍ମିଳନୀରେ ଡିସିପି ପ୍ରତୀକ ସିଂ କହିଛନ୍ତି।
ସୂଚନାନୁସାରେ, ହାଇଟେକ ଛକ ନିକଟରେ ମଙ୍ଗଳବାର ସାରେ ଓଡି୦୨ବିଏକ୍ସ-୩୨୮୯ ଆଇଚର ଗାଡିରେ କୁଣ୍ଡା-ନଡିଆ କତା ଭିତରେ ଗଞ୍ଜେଇ ରହିଥିବା ଖବର ପାଇ ପୋଲିସ ଟିମ୍‌ ଘଟଣାସ୍ଥଳକୁ ଯାଇଥିଲା। ସେଠାରେ ଏକ ଘଣ୍ଟାରୁ ଅଧିକ ସମୟ ଧରି ନଜର ରଖିବା ପରେ ପୋଲିସ ଟିମ୍‌ ଅତର୍କିତ ଚଢାଉ କରି ଉଭୟଙ୍କୁ କାବୁ କରିଥିଲା। କଥାବର୍ତ୍ତାରେ ସନ୍ଦେହ ହେବାରୁ ପୋଲିସ ଗାଡିକୁ ଯାଞ୍ଚ କରିଥିଲା। ସେଥିରେ ୩୦ରୁ ଅଧିକ କୁଣ୍ଡା ଓ ନଡ଼ିଆକଥା ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri