୨୦୨୩-୨୭ ହେବ ସବୁଠୁ ଉତ୍ତପ୍ତ: ଜାତିସଂଘ

ଜେନେଭା, ୧୮।୫: ଆହୁରି ବଢ଼ିବ ବୈଶ୍ୱିକ ତାପମାତ୍ରା। ସବୁଜ ଗୃହ ଗ୍ୟାସ୍‌, ଏଲ୍‌ ନିନୋ ପ୍ରଭାବରେ ଆସନ୍ତା ୫ ବର୍ଷ ସବୁଠୁ ଉତ୍ତପ୍ତ ଅବଧି ହେବ ବୋଲି ଜାତିସଂଘର ବିଶ୍ୱ ପାଣିପାଗ ଅର୍ଗାନାଇଜେଶନ୍‌ (ଡବ୍ଲ୍ୟୁଏମ୍‌ଓ) ପକ୍ଷରୁ ସତର୍କ କରାଯାଇଛି। ୨୦୨୩ରୁ ୨୭ ମଧ୍ୟରେ ତାତି ବୃଦ୍ଧି ପାଇବା ନେଇ ଦୁଇ-ତୃତୀୟାଂଶ ଆଶଙ୍କା ଥିବା ଡବ୍ଲ୍ୟୁଏମ୍‌ଓ କହିଛି।
ବୈଶ୍ୱିକ ତାପମାତ୍ରା ବୃଦ୍ଧିକୁ ନେଇ ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ ଆସନ୍ତା ୫ ବର୍ଷ (୨୦୨୩ରୁ-୨୭)ରୁ ଗୋଟିଏ ବର୍ଷରେ ତାତି ରେକର୍ଡ କରିବ। ରିପୋର୍ଟ ଅନୁଯାୟୀ ଆନୁଆଲ ଗ୍ଲୋବାଲ୍‌ ସର୍ଫେସ୍‌ ଟେମ୍ପରେଚର୍ସ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ପାଇବା ନେଇ ୬୬% ଆଶଙ୍କା ଥିବା କୁହାଯାଇଛି। ସେହିପରି ୨୦୨୩-୨୭ ମଧ୍ୟରେ ପ୍ରତିବର୍ଷ ତାପମାତ୍ରା ୧.୧ ଡିଗ୍ରୀ ସେଲ୍‌ସିୟସ୍‌ରୁ ୧.୮ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ବୃଦ୍ଧି ଘଟିବ। ପ୍ୟାରିସ୍‌ରେ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ ବିଶ୍ୱରେ ସମାନ ସ୍ଥିତି ଉପୁଜିବ ନାହିଁ। କିନ୍ତୁ ସାଧାରଣ ଭାବେ ପ୍ରତିବର୍ଷ ଯେଉଁଭଳି ତାପମାତ୍ରା ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ଘଟୁଛି ସେ ଅନୁସାରେ ବୈଶ୍ୱିକ ତାପମାତ୍ରା ବୃଦ୍ଧି ପାଇବ ବୋଲି ଏଜେନ୍ସି ମୁଖ୍ୟ ପିଟରି ତଲାସ୍‌ କହିଛନ୍ତି।
ଆସନ୍ତା ମାସରେ ସମୁଦ୍ରପତ୍ତନରେ ଏଲ୍‌ ନିନୋ ସୃଷ୍ଟି ହେବାକୁ ଥିବାବେଳେ ଏହା ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନ ସହ ମିଶି ତାପମାତ୍ରା ବୃଦ୍ଧି ଲାଗି ଇନ୍ଧନ ଯୋଗାଇବ। ଏହାର ପ୍ରଭାବ ସ୍ବାସ୍ଥ୍ୟ, ଖାଦ୍ୟ ସୁରକ୍ଷା, ଜଳ ପରିଚାଳନା ଏବଂ ପରିବେଶ ଉପରେ ପଡ଼ିବ, ଯେଉଁଥିଲାଗି ଆମକୁ ଆଗୁଆ ପ୍ରସ୍ତୁତ ରହିବାକୁ ପଡ଼ିବ। ବୈଶ୍ୱିକ ତାପମାତ୍ରା ବୃଦ୍ଧି ପାଇବା ନେଇ ସବୁଜଗୃହ ଗ୍ୟାସ୍‌ କାର୍ବନ୍‌ ଡାଇଅକ୍ସାଇଡ୍‌, ମିଥେନ୍‌ ଓ ନାଇଟ୍ରସ୍‌ ଅକ୍ସାଇଡ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଉଭୟ ସ୍ଥଳ ଓ ସମୁଦ୍ର ଭାଗର ତାପମାତ୍ରା ୧୯୬୦ରୁ କ୍ରମଶଃ ବୃଦ୍ଧିପାଇବାରେ ଲାଗିଛି। ସେହିପରି ୧୮୫୦ରୁ ୧୯୯୦ ମଧ୍ୟରେ ବୈଶ୍ୱିକ ତାପମାତ୍ରା ୧.୫ ଡିଗ୍ରୀ ସେଲ୍‌ସିଅସ୍‌ ବଢ଼ିଥିବାବେଳେ ୨୦୧୫ ପର୍ଯ୍ୟନ୍ତ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଇଥିବା କୁହାଯାଇଛି।
ବ୍ରିଟେନର ନ୍ୟାଶନାଲ ଓ୍ବେଦର ସର୍ଭିସ୍‌ ‘ମେଟ୍‌ ଅଫିସ୍‌’ ଜଳବାୟୁ ସମ୍ପର୍କରେ ବାର୍ଷିକ ଏବଂ ୧୦ ବର୍ଷିଆ ଆକଳନ କରିଥାଏ। ମେଟ୍‌ର ଆକଳନ ଅନୁସାରେ ୨୦୨୩ରୁ ୨୭ ଲଗାତର ୫ ବର୍ଷ ବୈଶ୍ୱିକ ତାପମାତ୍ରା ବୃଦ୍ଧି ପାଇବା ନେଇ ୩୨% ଆଶଙ୍କା ରହିଛି। ଆଲାସ୍କା, ଦକ୍ଷିଣ ଆଫ୍ରିକା, ଦକ୍ଷିଣ ଏସିଆ, ଅଷ୍ଟ୍ରେଲିଆର କିଛି ଅଞ୍ଚଳରେ ଚଳିତବର୍ଷ ସର୍ବାଧିକ ତାପମାତ୍ରା ଅନୁଭୂତ ହେବ। ସାରା ବିଶ୍ୱ ତାପମାତ୍ରା ବୃଦ୍ଧିଜନିତ ସମସ୍ୟା ଭୋଗୁଥିବାବେଳେ ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଅପେକ୍ଷାକୃତ ଥଣ୍ଡା ଅନୁଭୂତ ହେବ ବୋଲି ମେଟ୍‌ ଅଫିସ୍‌ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନ ଯିବେ ଆମେରିକା! ବଡ଼ ଘୋଷଣା କଲେ ଟ୍ରମ୍ପ ସରକାର, ଟେନସନରେ ଜେଲେନ୍ସକି

ଓ୍ବାଶିଂଟନ,୧୮।୧୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏକ ଜଟିଳ ପ୍ରସଙ୍ଗ ହୋଇ ରହିଛି ଯାହାର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ...

ଚାଇନାକୁ ବଡ଼ ଝଟକା, ତାଇୱାନକୁ ଏହି ସାହାଯ୍ୟ କରିବେ ଟ୍ରମ୍ପ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ତାଇୱାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଯାହା ଚାଇନାକୁ ଏକ ବଡ଼ ଧକ୍କା ଦେଇଛି...

ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୩ ମାଓବାଦୀ ସଫା

ମାଲକାନଗିରି,୧୮।୧୩(ଦୁର୍ଯ୍ୟୋଧନ ପାତ୍ର) ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ତିନିଜଣ ମାଓବାଦୀ ନିହତ ହୋଇଛନ୍ତିା ସୂଚନା...

ଚକରା ଘାଟିରେ ପର୍ଯ୍ୟଟକ-ଦନ୍ତା ମୁହାଁମୁହିଁ: ଲୋକେ ଆତଙ୍କିତ

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ରେ ଦନ୍ତା ହାତୀମାନଙ୍କ ଦୌରାତ୍ମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଜଙ୍ଗଲ...

ପରଲୋକରେ ଷ୍ଟାଚ୍ୟୁ ଅଫ ୟୁନିଟିର ନିର୍ମାତା: ଖେଳିଗଲା ଶୋକର ଲହରୀ

ନୋଏଡା,୧୮।୧୨: ପ୍ରସିଦ୍ଧ ମୂର୍ତ୍ତିକାର ରାମ ସୂତାରଙ୍କ ଦେହାନ୍ତ ହୋଇଛି। ସେ ପ୍ରାୟ ୧୦୦ ବର୍ଷ ବୟସରେ ନୋଏଡାର ସେକ୍ଟର ୧୯ସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ...

ଦିଲ୍ଲୀ ବାୟୁ ପ୍ରଦୂଷଣ ସଙ୍କଟ: ଚାଇନା ଦେଲା ସଫଳତାର ‘ମନ୍ତ୍ର’, ବେଜିଂ ମଡେଲ୍‌ରୁ ଶିଖିବ କି ଭାରତ?

ନୂଆଦିଲ୍ଲୀ,୧୮ା୧୨: ଦିଲ୍ଲୀରେ ପ୍ରତିବର୍ଷ ଶୀତଦିନେ ବାୟୁ ପ୍ରଦୂଷଣ ଏକ ସାଧାରଣ ସମସ୍ୟା ପାଲଟିଛି। ବିଷାକ୍ତ ବାୟୁ, ଘନ କୁହୁଡ଼ି ଏବଂ ଶ୍ୱାସକ୍ରିୟା ଜନିତ ରୋଗରେ ଦିଲ୍ଲୀବାସୀ...

ହଠାତ୍‌ ରାଗିଗଲେ ବୁମ୍‌ରା, ପ୍ରଶଂସକଙ୍କ ମୋବାଇଲ୍‌ ଛଡ଼ାଇନେଲେ…ଦେଖନ୍ତୁ VIDEO

ଲକ୍ଷ୍ନୌ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ବାତିଲ ହୋଇଗଲା। ଜସପ୍ରୀତ ବୁମରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

ୟୁନୁସଙ୍କୁ କଡ଼ା ଜବାବ ଦେଲା ଭାରତ: ନେଲା ବଡ଼ ପଦକ୍ଷେପ, ବାଂଲାଦେଶରେ…

ନୂଆଦିଲ୍ଲୀ,୧୮।୧୨: କେନ୍ଦ୍ର ସରକାର ଡିସେମ୍ବର ୧୭, ୨୦୨୫ରେ ବାଂଲାଦେଶର ରାଜଧାନୀ ଢାକାରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର (IVAC)କୁ ବନ୍ଦ କରିବାକୁ ଏକ ନୋଟିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri