ପ୍ରଦୂଷଣ ଜ୍ୱାଳାରେ ୨୦ରୁ ଊର୍ଦ୍ଧ୍ୱ ଗାଁ

ଯାଜପୁର ଅଫିସ,୯ା୫: କଳିଙ୍ଗନଗର ଶିଳ୍ପାଞ୍ଚଳର କେତେକ କାରଖାନା ଏବଂ ସୁକିନ୍ଦା ଖଣି ଅଞ୍ଚଳରୁ ନିଷ୍କାସିତ ବର୍ଜ୍ୟଜଳ ବ୍ରାହ୍ମଣୀ ଓ ଏହାର ଉପନଦୀ ଖରସ୍ରୋତାରେ ମିଶୁଛି। ଏହି ନଦୀ ଜଳରେ ମାରାତ୍ମକ ସାୟନାଇଡ୍‌ ଓ ଫେନୋଲିକ କମ୍ପାଉଣ୍ଡ (କୋଇଲାଯୁକ୍ତ ପଦାର୍ଥ) ପରିମାଣ ଚିନ୍ତାଜନକ ଥିବା ପୂର୍ବରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ପକ୍ଷରୁ ହୋଇଥିବା ନମୁନା ଯାଞ୍ଚରୁ ଜଣାପଡ଼ିଛି। କାରଖାନାରୁ ଯେଉଁ ବାଟ ଦେଇ ଏହି ବର୍ଜ୍ୟଜଳ ପ୍ରବାହିତ ହେଉଛି ସେହି ଅଞ୍ଚଳରେ ଜୀବନଯାପନ ପ୍ରଭାବିତ ହେବା ସହିତ ଚାଷ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଆସୁଛି। ଏସ୍‌ପିସିବି ବେଳେବେଳେ ଜଳ ନମୁନା ପରୀକ୍ଷା କରି କାରଖାନାର ବର୍ଜ୍ୟଜଳ ସେତେଟା ବିଷାକ୍ତ ନୁହେଁ ବୋଲି ପ୍ରମାଣିତ କରୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଲା, ଷ୍ଟିଲ ହବ୍‌ ଭାବେ ପରିଚିତ କଳିଙ୍ଗନଗରରେ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍‌ ଉତ୍ପାଦନକ୍ଷମ ହେବା ପରେ ପ୍ରଦୂଷଣ ଘାତକ ହେବାରେ ଲାଗିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ଶିଳ୍ପସଂସ୍ଥାଗୁଡ଼ିକର ହାତବାରିସି ସାଜିଥିବାରୁ ପ୍ରଦୂଷଣ ବିପଜ୍ଜନକ ହେଉଥିବା ସେମାନେ କହୁଛନ୍ତି।
କଳିଙ୍ଗନଗର ଶିଳ୍ପାଞ୍ଚଳ ଅରାସାହି ବାସିନ୍ଦା ରାମରାୟ ଲାଗୁରି କୁହନ୍ତି, ତାଙ୍କ ସାହି ନିକଟ ଦେଇ ଏକ ପ୍ରାକୃତିକ ନାଳ ବୋହୁଛି। ସେହି ନାଳରେ ପୂର୍ବରୁ ଗାଧୋଇବା ସହ ଧାନ ଓ ପନିପରିବା ଚାଷ ହେଉଥିଲା। ବର୍ତ୍ତମାନ ସେହି ନାଳରେ କାରଖାନାର ବର୍ଜ୍ୟଜଳ ଛଡ଼ାଯିବା ଯୋଗୁ ବ୍ୟବହାର ଅନୁପଯୋଗୀ ହୋଇଛି। ସେହି ପାଣିରେ ସାବୁନରୁ ଫେଣ ବାହାରୁ ନାହିଁ। ପାଣି ଦେହରେ ଲାଗିଲେ କୁଣ୍ଡେଇ ହେଉଛି। କାଛୁ କୁଣ୍ଡିଆ ରୋଗରେ ପିଲାମାନେ ଆକ୍ରାନ୍ତ ହେଉଛନ୍ତି। ଯେକୌଣସି ଚାଷ କଲେ ଗଛ ମରିଯାଉଛି। କୁଡୁମୀସାହି ବାସିନ୍ଦା ମୌନାବତୀ ପାତ୍ର କୁହନ୍ତି, କୁଡୁମୀସାହି, କଚେରି ଗାଁ ଟାଙ୍ଗରସାହି ଶିଳ୍ପ କାରଖାନା ପାଚେରି କଡ଼ରେ ରହିଛି। କାରଖାନାର ଧୂଳିଧୂଆଁ ଯୋଗୁ ଶିଶୁ ଓ ବୃଦ୍ଧାବୃଦ୍ଧ ଥଣ୍ଡା, କାଶ, ଜଣ୍ଡିସ, ଚର୍ମରୋଗ ସମେତ ଅଣନିଃଶ୍ୱାସୀ ଲାଗିବା ଭଳି ରୋଗ ହେଉଛି। ତୁରନ୍ତ ଏହାର ପ୍ରତିକାର ବ୍ୟବସ୍ଥା କରା ନ ଗଲେ ଜୀବନହାନି ଆଶଙ୍କା ରହୁଛି। ଟାଙ୍ଗରସାହି ଗ୍ରାମର ପାଣ୍ଡବ ବଦରା କୁହନ୍ତି, ନିକଟସ୍ଥ କାରଖାନାରୁ ବର୍ଜ୍ୟପାଣି ଓ ଦୂଷିତ ବାୟୁ ବାହାରୁଛି। ଗ୍ରାମବାସୀ ପ୍ରଦୂଷଣରେ ଜର୍ଜରିତ ହେଉଛନ୍ତି। ଏନେଇ ବାରମ୍ବାର ଅଭିଯୋଗ କଲେ ବି କିଛି ସୁଫଳ ମିଳିପାରୁନାହିଁ।
୨୦୧୭ରୁ କଳିଙ୍ଗନଗର ଶିଳ୍ପାଞ୍ଚଳ, ମାନପୁର ଓ ଯଖପୁରା ନିକଟରେ ପ୍ରତିଷ୍ଠିତ କାରଖାନାଗୁଡ଼ିକ ପ୍ରଦୂଷଣ ନୀତିନିୟମ ମାନୁନାହାନ୍ତି। ଫଳରେ ଶିଳ୍ପାଞ୍ଚଳର ପ୍ରାୟ ୫୦ ହଜାର ଲୋକ ବାୟୁ ଓ ଜଳବାହିତ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ୨୦୦ରୁ ଊର୍ଦ୍ଧ୍ୱ ଲୋକ କିଡ୍‌ନୀଜନିତ ରୋଗରେ ପ୍ରାଣ ହରାଇଛନ୍ତି। କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ବାୟୁ ଓ ଜଳ ପ୍ରଦୂଷଣକୁ ନେଇ ହୋଇଥିବା ଅଭିଯୋଗ ଆଧାରରେ ଏନ୍‌ଜିଟିରେ ମାମଲା (୧୯/୨୦୧୯) ରୁଜୁ ହୋଇଛି। ସେହିପରି ବ୍ୟକ୍ତିଗତ ଭାବେ ଅଞ୍ଚଳବାସୀଙ୍କ ପକ୍ଷରୁ କେତେକ ଅଭିଯୋଗ ଇତିମଧ୍ୟରେ ଏନ୍‌ଜିଟିରେ ହୋଇଛି। ସୂଚନାଥାଉ କି, ଏନ୍‌ଜିଟିରେ ମାମଲା ରୁଜୁ ହେବା ଏବଂ ଜନସାଧାରଣଙ୍କ ଅଭିଯୋଗକୁ ଭିତ୍ତିକରି ଯାଜପୁର ଜିଲାପାଳ ୭ା୧୧ା୨୦୧୯ରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଓ ପ୍ରତିକାର ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଏସ୍‌ପିସିବିର ଆଞ୍ଚଳିକ ଅଧିକାରୀଙ୍କୁ ନିର୍ଦ୍ଦେଶ (ପତ୍ର ସଂଖ୍ୟା ୯୪୩୨) ଦେଇଥିଲେ। ଏହାକୁ ଅତି ଗୁରୁତର ଭାବେ ଗ୍ରହଣ କରି ଶିଳ୍ପ କାରଖାନାଗୁଡ଼ିକ ଗାଇଡ୍‌ଲାଇନ୍‌ ଅନୁସାରେ ପ୍ରଦୂଷଣ ନିୟନ୍ତ୍ରଣ ଯନ୍ତ୍ରପାତି ସ୍ଥାପନ କରିଛନ୍ତି କି ନାହିଁ ସେ ନେଇ ନିୟମିତ ଭାବେ କ୍ଷେତ୍ର ପରିଦର୍ଶନ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ନିର୍ଦ୍ଧାରିତ ପରିବେଶ ମାନଦଣ୍ଡକୁ ମାନୁ ନ ଥିବା କାରଖାନାଗୁଡ଼ିକ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତାଙ୍କ ପତ୍ରରେ ଦର୍ଶାଇଥିଲେ। କିନ୍ତୁ ଏ ସବୁ ସତ୍ତ୍ୱେ ପ୍ରଦୂଷଣ ନିୟନ୍ତ୍ରଣ ହୋଇପାରୁନାହିଁ।
ବାୟୁ ପ୍ରଦୂଷଣ ନିରୀକ୍ଷଣ କେନ୍ଦ୍ର ପକ୍ଷରୁ ୨୦୧୫ରୁ ୨୦୧୭ ମଧ୍ୟରେ ସଂଗୃହୀତ ତଥ୍ୟ ଅନୁସାରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ବାୟୁ ଗୁଣାତ୍ମକ ମାନ ପ୍ରତି ଘନମିଟର ପିଛା ୧୧୩ ମାଇକ୍ରୋଗ୍ରାମ ରହିଥିଲା। ତେବେ ଏହି ୨ ବର୍ଷ ମଧ୍ୟରେ ଘନମିଟର ପିଛା ମାଇକ୍ରୋଗ୍ରାମ ପରିମାଣ ବହୁଗୁଣରେ ବୃଦ୍ଧି ହୋଇଥିବା ଅନୁମାନ କରାଯାଉଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି)ଦ୍ୱାରା ନିର୍ଦ୍ଧାରିତ ବାର୍ଷିକ ବାୟୁ ଗୁଣାମତ୍କ ମାନ ଘନମିଟର ପିଛା ୬୦ ମାଇକ୍ରୋଗ୍ରାମ କଣିକା ରହିବା କଥା। ଅନ୍ତର୍ଜାତୀୟସ୍ତରରେ ୨୦୧୧ ମସିହାଠାରୁ ଭାରତର ବାୟୁ ପ୍ରଦୂଷଣ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। କଳିଙ୍ଗନଗର ବ୍ୟତୀତ ଓଡ଼ିଶାର ଅନୁଗୋଳ, ସମ୍ବଲପୁର, ବାଲେଶ୍ୱର, ପାରାଦୀପ, ଭୁବନେଶ୍ୱର, କଟକ, ରାଉରକେଲା ଏବଂ ତାଳଚେର ସହର ଅତି ପ୍ରଦୂଷଣ ତାଲିକାରେ ରହିଛି। କଳିଙ୍ଗନଗରରେ ଗୋଟିଏ ପରେ ଗୋଟିଏ ଅତି ପ୍ରଦୂଷଣକାରୀ କାରଖାନା ପ୍ରତିଷ୍ଠା ହେବା ଜିଲାବାସୀଙ୍କ ପାଇଁ ସାଂଘାତିକ ହେବାରେ ଲାଗିଛି। ଏହି ପ୍ରଦୂଷଣ ଆଗାମୀ ଦିନରେ ସାରା ଜିଲାକୁ ଗ୍ରାସ କରିବ ବୋଲି ମତପ୍ରକାଶ ପାଇଛି। ବେଳହୁଁ ପାୱାର ପ୍ଲାଣ୍ଟ, କ୍ରଶର, ଚିମିନି ଭାଟି, ରେଳ ସାଇଡିଂ, ଯାନବାହନ ପ୍ରଦୂଷଣ ଆଦିକୁ ନିୟନ୍ତ୍ରଣ କରା ନ ଗଲେ ଲୋକଙ୍କ ଜୀବନ ଦୁର୍ବିଷହ ହେବା ନିଶ୍ଚିତ ବୋଲି କୁହାଯାଉଛି।
ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, କଳିଙ୍ଗନଗର ଶିଳ୍ପାଞ୍ଚଳ ପାଇଁ ଏକ ସମନ୍ବିତ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତି ଚାଲିଛି। ବାୟୁ ଓ ଜଳ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରାଯାଉଛି। ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ବିଭାଗ ସର୍ବଦା ତପତ୍ର ରହିଛି ବୋଲି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri