Posted inଜାତୀୟ

ଅଭ୍ୟାସଗତ ମଦ୍ୟପ ପୋଲିସକୁ ସେୱଚ୍ଛାକୃତ ଅବସର : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା…

ଗୁଆହାଟୀ,୧।୫ : ଆସାମ ସରକାର ବର୍ତ୍ତମାନ ମଦ୍ୟପ ପୋଲିସ ପାଇଁ ଏକ ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହା ଅନ୍ତର୍ଗତ ଅଭ୍ୟାସଗତ ମଦ୍ୟପ ପୋଲିସ କର୍ମଚାରୀ ଏବଂ ଅଧିକାରୀଙ୍କୁ ସରକାର ସେୱଚ୍ଛାକୃତ ଅବସର ଦେବେ। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି, ଅଭ୍ୟାସଗତ ମଦ୍ୟପ ପୋଲିସଙ୍କୁ ଭିଆରଏସ ଦିଆଯିବ ଏବଂ ସେମାନଙ୍କ ସ୍ଥାନରେ ନୂତନ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।

ଉଲ୍ଲେଖନୀୟ ଆସାମର ମୁଖ୍ୟମନ୍ତ୍ରୀ ଗୃହ ମନ୍ତ୍ରଣାଳୟକୁ ମଧ୍ୟ ନିଜ ପାଖରେ ରଖିଛନ୍ତି। ସେ କହିଛନ୍ତି, ପ୍ରାୟ ୩୦୦ ଅଧିକାରୀ ଏବଂ ଯବାନମାନେ ଅଭ୍ୟାସଗତ ମଦ୍ୟପ। ସେମାନଙ୍କ ଶରୀର ଅତ୍ୟଧିକ ମଦ୍ୟପାନ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି। ସରକାର ସେମାନଙ୍କ ଭିଆରଏସ ପାଇଁ ଏକ ପ୍ରସ୍ତାବ ଆଣିଛନ୍ତି। ଆସନ୍ତା ମେ’ ୧୦ ତାରିଖ ଆସାମରେ ହିମନ୍ତ ସରକାର ଦୁଇ ବର୍ଷ ପୂରଣ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରଶାସନରେ ଏହି ପରିବର୍ତ୍ତନକୁ କାର୍ଯ୍ୟକାରୀ କରିବା ପାଇଁ ଯୋଜନା କରିଛନ୍ତି।

ପୋଲିସ ଫୋର୍ସକୁ ଫିଟ ରଖିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ପୋଲିସ ବିଭାଗ ପାଇଁ ଏହିପରି ଯୋଜନା ଅନ୍ୟ କେତେକ ରାଜ୍ୟରେ ମଧ୍ୟ ରହିଛି। ତେବେ ଆସାମରେ ଏହା ପ୍ରଥମ ଥର ପାଇଁ କରାଯାଉଛି। ଏହା ଏକ ପୁରୁଣା ନିୟମ, କିନ୍ତୁ ଆମେ ଏହା ପୂର୍ବରୁ କାର୍ଯ୍ୟକାରୀ କରିନାହୁଁ। ଭିଆରଏସ ନେବା ପରେ ମଧ୍ୟ ଏହି ଅଭ୍ୟାସଗତ ମଦ୍ୟପ ଯବାନମାନେ ପୂର୍ଣ୍ଣ ଦରମା ପାଇବେ। କେବଳ ନୂତନ ଯବାନ ସେମାନଙ୍କ ସ୍ଥାନ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ହରିୟାଣାର ଭାଜପା ସରକାର, ସମର୍ଥନ ପ୍ରତ୍ୟାହାର କରିନେଲେ… 

ଚଣ୍ଡିଗଡ଼,୭।୫: ହରିୟାଣାରେ ଭାଜପା ସରକାର ଉପରେ ସଙ୍କଟ ଦେଖାଦେଇଛି। ଭାଜପା ସରକାରକୁ ସମର୍ଥନ କରୁଥିବା ତିନି ଜଣ ସ୍ବାଧୀନ ବିଧାୟକ ବାହାରିଛନ୍ତି। ସେମାନେ ସମର୍ଥନ ଫେରାଇ...

ଭାଜପାରେ ସାମିଲ ହେଲେ ଶେଖର ସୁମନ, କହିଲେ ସାଧାରଣ ନାଗରିକ, ହିରାମଣ୍ଡିର ନବାବ ନୁହେଁ

ମୁମ୍ବାଇ,୭।୫: ବଲିଉଡ ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଦୀର୍ଘ ସମୟ ଧରି ଲାଇମଲାଇଟ ଠାରୁ ଦୂରରେ ରହିବା ପରେ ଶେଖର...

ତିହାର ଜେଲରେ ରହିବେ କେଜରିଓ୍ବାଲ, ପରବର୍ତ୍ତି ଶୁଣାଣି…

ନୂଆଦିଲ୍ଲୀ,୭।୫: ଦିଲ୍ଲୀ ଲିକର ପଲିସି ସହ ଜଡିତ ଏହି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଅର୍ଥାତ୍‌ ୭ ମେ’ ୨୦୨୪ ରେ...

ରାହୁଲ ଗାନ୍ଧୀ ନେଲେ ବଡ଼ ନିଷ୍ପତ୍ତି, ବଢିପାରେ ଭାଜପାର ମୁସ୍କିଲ

ନୂଆଦିଲ୍ଲୀ,୭।୫: ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ରାହୁଲ ଗାନ୍ଧୀ କନ୍ନୌଜରେ ପ୍ରଚାର କରିବେ। ସମାଜବାଦୀ...

କେଜରିଓ୍ବାଲ ପ୍ରଚାର ନ କଲେ ଆକାଶ ଛିଣ୍ଡି ପଡିବନି

ନୂଆଦିଲ୍ଲୀ,୭।୫: ଦିଲ୍ଲୀର ଏକ୍ସାଇଜ ପଲିସି ଜାଲିଆତି ଅଭିଯୋଗରେ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆବେଦନର ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ, ତାଙ୍କ...

ଅଜିତ ପାଓ୍ବାରଙ୍କ ଘରେ ପହଞ୍ଚିଲେ ସୁପ୍ରିୟା ସୁଲେ

ବାରାମତି,୭।୫: ଲୋକ ସଭା ନିର୍ବାଚନ ୦୨୪ର ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ବାରାମତି ଆସନରେ ମଧ୍ୟ ମତଦାନ ଚାଲିଛି। ଏହି ଆସନ ଜାତୀୟ ସ୍ତରରେ ଆଲୋଚନାର ବିଷୟ...

୧୦୦ରୁ ୧୧୦୦ କୋଟି କେମିତି ହେଲା? କେଜ୍‌ରିୱାଲଙ୍କ ଆବେଦନ ଉପରେ ଇଡିକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୭।୫: ଦିଲ୍ଲୀ ଏକ୍ସାଇଜ ପଲିସି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଇଡିକୁ...

ଉତ୍ତରରୁ ଦକ୍ଷିଣ, କ’ଣ ୪୦୦ ପାରର ଗଣିତ, ମୋଦି କହିଲେ ଭିତିରି କଥା

ନୂଆଦିଲ୍ଲୀ,୭।୫: ଏଥର ଭାଜପା ଲୋକ ସଭା ନିର୍ବାଚନ ପାଇଁ ୪୦୦ପ୍ଲସ ସିଟ ସ୍ଲୋଗାନ ଦେଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ୨୦୨୪ରେ ଭାଜପାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri