ଜଳସେଚନ ପାଇଁ କ୍ଷେତ ପୋଖରୀ, ଗଭୀର କୂଅ

ସୁନ୍ଦରଗଡ଼, ୨୩।୪: (ଡି.ଏନ.ଏ.) ଚାଷଜମିକୁ ଜଳ, ଚାଷୀଙ୍କୁ ବଳ। ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜନଜାତି ବର୍ଗର ଚାଷୀଙ୍କ ଜମିକୁ ଜଳସେଚନ ସୁବିଧା ଲାଗି କ୍ଷେତ ପୋଖରୀ ଏବଂ ଗଭୀର କୂଅ ଖୋଳିବା ଲାଗି ପ୍ରୋତ୍ସାହନ ଦିଆଯାଉଛି। ସୁନ୍ଦରଗଡ଼ ଜିଲାରେ ଭଲ ଫସଲ ଅମଳ ପାଇଁ ଜଳସେଚନର ଆବଶ୍ୟକତା ରହିଥିବାରୁ ଚାଷୀଙ୍କ ଜମିରେ କ୍ଷେତ ପୋଖରୀ ଏବଂ ଗଭୀର କୂଅ ଖୋଳାଯାଉଛି। ଏହା ସୁନ୍ଦରଗଡ଼ ଆଇଟିଡିଏ ଅଧୀନରେ ଥିବା ସମସ୍ତ ୯ଟି ବ୍ଳକରେ କାର୍ଯ୍ୟକାରୀ କରାଯାଉଛି। ଏହା ଦ୍ୱାରା ଚାଷ ଜମିକୁ ନିରନ୍ତର ଭାବେ ଜଳସେଚନର ସୁବିଧା ମିଳିପାରୁଛି। ‘ଆଦିବାସୀ ବର୍ଗର ଚାଷୀମାନଙ୍କ ସୁବିଧା ଲାଗି ଆଇଟିଡିଏ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସେଥିମଧ୍ୟରୁ ଜଳସେଚନ ହେଉଛି ଏକ ପ୍ରମୁଖ କାର୍ଯ୍ୟକ୍ରମ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ହିତାଧିକାରୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଜମିରେ କ୍ଷେତ ପୋଖରୀ ଏବଂ ଗଭୀର କୂଅ ଖୋଳାଯାଉଛି। ଏଥିରେ ସ୍ଥାନୀୟ ଶ୍ରମଜୀବୀମାନଙ୍କୁ ଯୋଡ଼ି ସେମାନଙ୍କୁ ଜୀବିକା ଦିଆଯାଉଛି ବୋଲି ସୁନ୍ଦରଗଡ଼ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ କହିଛନ୍ତି। ୨୦୨୦-୨୧ ବର୍ଷରୁ ୨୦୨୨-୨୩ ଭିତରେ ମୋଟ ୪୭ଟି କ୍ଷେତ ପୋଖରୀ ଖୋଳା ଯାଇଛି। ସେହିପରି ୮୫ଟି ଗଭୀର କୂଅ ଖୋଳାଯାଇଛି। ଏହି କ୍ଷେତ ପୋଖରୀ ଏବଂ ଗଭୀର କୂଅ ଖୋଳିବା ଲାଗି ଚାଷୀମାନେ ଗ୍ରାମସଭା ଜରିଆରେ ଆବେଦନ କରୁଛନ୍ତି। ଗ୍ରାମସଭାରେ ଏହା ପାରିତ ହେବା ପରେ ଆଇଟିଡିଏର ଅଧିକାରୀ କ୍ଷେତ୍ର ଅନୁଧ୍ୟାନ କରି ଯୋଗ୍ୟ ହିତାଧିକାରୀ ଚିହ୍ନଟ କରୁଛନ୍ତି।
‘ଆଗରୁ ଚାଷ କାମ ଲାଗି ବର୍ଷା ଜଳ ଏକମାତ୍ର ଭରସା ଥିଲା। ହେଲେ ଏବେ ମୋ’ ଜମିରେ କ୍ଷେତ ପୋଖରୀ ଖୋଳାଯାଇଛି। ଚାଷ କାମରେ ଆଉ ଅସୁବିଧା ହେଉନାହିଁ। ପୋଖରୀରୁ ପାଣି ଉଠାଇ ବିଭିନ୍ନ ପ୍ରକାରର ପନିପରିବା ଚାଷ କରୁଛି। ଅମଳ ହେଉଥିବା ପନିପରିବାକୁ ପାଖ ବଜାରରେ ବିକ୍ରି କରି ଭଲ ଦି’ପଇସା ରୋଜଗାର କରୁଛି ବୋଲି ଲେଫ୍ରିପଡ଼ା ବ୍ଲକ ମଗରକୁଣ୍ଡା ଗ୍ରାମର ଜଣେ ଚାଷୀ ଡିଲେଶ୍ୱର ପ୍ରଧାନ କହିଛନ୍ତି। ‘ଆଇଟିଡିଏର ପ୍ରୋତ୍ସାହନ ଫଳରେ ମୋ’ ଜମିରେ ଗୋଟିଏ କୂଅ ଖୋଳିଛି। ଏଥିରୁ ମୁଁ ମୋ’ ଚାଷଜମିକୁ ସୁବିଧାରେ ପାଣି ମଡ଼ାଇ ପାରୁଛି। ଜଳସେଚନ ଲାଗି ଆଗରୁ ଯେଉଁ ଅସୁବିଧା ଥିଲା ତାହା ଦୂର ହୋଇପାରିଛି ବୋଲି କହନ୍ତି ସବଡେଗା ବ୍ଲକ ଭଗପାଲି ଗ୍ରାମର ଜଣେ ମହିଳା ଚାଷୀ ଚୁମକି ନାଏକ। ଜିଲାର ଚାଷୀମାନଙ୍କ ଜୀବିକାକୁ ଏକ ନୂଆ ଦିଗ ଦେଖାଇବାରେ ଏହି ଜଳସେଚନ ପ୍ରକଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରିଛି। ତା’ଛଡ଼ା ଭୂତଳ ଜଳସ୍ତର ହ୍ରାସକୁ ନିୟନ୍ତ୍ରଣ କରିବା ସହିତ ମୃତ୍ତିକା ସଂରକ୍ଷଣ ଆଦି ଦିଗରେ ମଧ୍ୟ ଏହା ବିଶେଷ ସହାୟକ ହେଉଛି। ସୁନ୍ଦରଗଡ଼ରେ କ୍ଷେତ ପୋଖରୀ ଏବଂ କୂଅ ଖୋଳାଯିବା ଫଳରେ ଚାଷଜମି ଆଉ ଆଗଭଳି ପଡ଼ିଆ ପଡୁନାହିଁ। ବର୍ଷ ସାରା ଜମିରେ ବିଭିନ୍ନ ପ୍ରକାରର ଫସଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri