ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି?
ଉ- ଛାତ୍ରୀଛାତ୍ର ଏବଂ ସେମାନଙ୍କ ଜୀବନଯାତ୍ରା ସହ ଗଭୀର ଭାବରେ ଜଡ଼ିତ ଥିବାରୁ ମୁଁ ଭାବୁଛି, ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ସନ୍ତୁଳନ ରକ୍ଷା କରିବା। ଆମେ ଶିକ୍ଷାର ମୂଳ ଉଦ୍ଦେଶ୍ୟକୁ ଭୁଲିଯିବା ଉଚିତ ନୁହେଁ। ଶିକ୍ଷାର ମୂଳ ଉଦ୍ଦେଶ୍ୟ କେବଳ ଭଲ ନମ୍ୱର ଓ ବଡ଼ ସଫଳତା ଆଣିବା ନୁହେଁ, ବରଂ ଭଲ ମଣିଷ ତିଆରି କରିବା।
ପ୍ର-ଡିଜିଟାଲ ବିପ୍ଳବ ଆସିଯାଇଥିବାବେଳେ ଶିକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ପ୍ରଭାବ କିପରି ରହିବ?
ଉ- କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏକ ଶକ୍ତିଶାଳୀ ଉପକରଣ। ଅନ୍ୟ ଉପକରଣ ଭଳି ଏଆଇର ବ୍ୟବହାର ଉପରେ ଏହାର ପ୍ରଭାବ ନିର୍ଭରକରେ। ମୁଁ ଏଆଇକୁ ଏକ ସହାୟକ ଭାବେ ଦେଖୁଛି। ଏହା ପିଲାମାନଙ୍କ ଦୁର୍ୱଳତା ଚିହ୍ନଟ କରିପାରେ ଏବଂ ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କୁ ଏପରି ସହାୟତା ଦେଇପାରେ, ଯାହା ପୂର୍ୱରୁ କଳ୍ପନା କରାଯାଇ ନ ଥିଲା। ମାତ୍ର ଜଣେ ମା’ ଭାବରେ ମୁଁ ଗୋଟିଏ କଥା ଖୁବ୍‌ ଦୃଢ଼ଭାବରେ ଅନୁଭବ କରୁଛି, କେବେ ବି ମାନବୀୟ ସମ୍ପର୍କର ସ୍ଥାନ ନେଇପାରିବ ନାହିଁ। ପିଲାମାନେ କେବଳ ଜ୍ଞାନ ବା ତଥ୍ୟ ଆବଶ୍ୟକ ରଖନ୍ତି ନାହିଁ, ସେମାନଙ୍କୁ ପ୍ରୋତ୍ସାହନ, ସମବେଦନା ଏବଂ ମାର୍ଗଦର୍ଶନ ମଧ୍ୟ ଦରକାର। ତେଣୁ ଆମେ ଶିକ୍ଷାରେ ଏଆଇକୁ ସ୍ୱାଗତ କରୁଛୁ। ହେଲେ ଆମେ ନିଶ୍ଚିତ ହେବା ଉଚିତ ଯେ, ଏହା ଶିକ୍ଷକଙ୍କ ପାଇଁ ପରିପୂରକ ହେଉ, କିନ୍ତୁ ଶିକ୍ଷକଙ୍କ ଉପସ୍ଥିତିର ମହତ୍ତ୍ୱକୁ ବଦଳାଇ ନ ଦେଉ। ଶିକ୍ଷାର ହୃଦୟ ସବୁବେଳେ ମାନବୀୟ ହୋଇ ରହିବା ଉଚିତ।
ପ୍ର. ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଚିନ୍ତନ, ସୃଜନଶୀଳତା ଏବଂ ବ୍ୟବହାରିକ ଜ୍ଞାନ ଅପେକ୍ଷା ଘୋଷା ପାଠ ଏବଂ ପରୀକ୍ଷା ଫଳାଫଳ ଉପରେ ଅଧିକ ଗୁରୁତ୍ୱ ଦିଆଯାଏ ବୋଲି ଅନେକେ ସମାଲୋଚନା କରନ୍ତି। ଛାତ୍ରୀଛାତ୍ରଙ୍କୁ କିପରି ପ୍ରସ୍ତୁତ କରାଯିବା ଉଚିତ?
ଉ- ଏହା ଏପରି ଏକ ବିଷୟ ଯାହାକୁ ମୁଁ ଗଭୀର ଭାବେ ଅନୁଭବକରେ। ଶିକ୍ଷା କେବେ ବି ବୋଝ ଭଳି ଲାଗିବା ଉଚିତ ନୁହେଁ, ଏହା ଆବିଷ୍କାର ଭଳି ଅନୁଭବ ହେବା ଉଚିତ। ଶ୍ରେଣୀଗୃହରେ ପିଲାମାନେ ନିର୍ଭୟରେ ଚିନ୍ତାଧାରା ପ୍ରକାଶ କରିବା, ପ୍ରଶ୍ନ ପଚାରିବା ଏବଂ ଅଭିଜ୍ଞତା ମାଧ୍ୟମରେ ଶିଖିବା ଉଚିତ। ବ୍ୟବହାରିକ ଶିକ୍ଷା, ପ୍ରକଳ୍ପ ଆଧାରିତ କାର୍ଯ୍ୟକଳାପ, କଳା, କ୍ରୀଡ଼ା ଏବଂ ବାସ୍ତବ ଜୀବନର ସମସ୍ୟା ସମାଧାନ ସହ ପରିଚିତ ହେବା ଅତ୍ୟନ୍ତ ଜରୁରୀ। ଶିକ୍ଷକମାନଙ୍କୁ ମଧ୍ୟ ଅଧିକ ଶିଶୁ କୈନ୍ଦ୍ରିକ ପଦ୍ଧତି ଗ୍ରହଣ କରିବା ପାଇଁ ସଶକ୍ତ ଏବଂ ପ୍ରଶିକ୍ଷିତ କରାଯିବା ଆବଶ୍ୟକ। ଅଭିଭାବକ ଏବଂ ଶିକ୍ଷକ ଭାବରେ ଆମକୁ ମଧ୍ୟ ନିଜର ମାନସିକତା ବଦଳାଇବାକୁ ହେବ ଯେ, ମାର୍କ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ତାହା ହିଁ ସବୁକିଛି ନୁହେଁ। ଆତ୍ମବିଶ୍ୱାସ, କୌତୂହଳ ଏବଂ ଚରିତ୍ର ଗଠନ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ।
ପ୍ର-ଏ ପର୍ଯ୍ୟନ୍ତ ଆପଣଙ୍କ ଯାତ୍ରା କିପରି ରହିଛି? ଇଣ୍ଡିଆନ୍‌ ପବ୍ଲିକ୍‌ ସ୍କୁଲ ଛାତ୍ରମାନଙ୍କ ପାଇଁ କାହିଁକି ଏକ ପସନ୍ଦର ସ୍ଥାନ?
ଉ- ଇଣ୍ଡିଆନ୍‌ ପବ୍ଲିକ୍‌ ସ୍କୁଲ ନିର୍ମାଣ ମୋ ପାଇଁ କେବଳ ଏକ ବୃତ୍ତିଗତ ଯାତ୍ରା ନୁହେଁ, ଏହା ଏକ ଶିଶୁର ଲାଳନପାଳନ କରିବା ଭଳି ଯାତ୍ରା। ପ୍ରତ୍ୟେକ ଚ୍ୟାଲେଞ୍ଜ ମୋତେ କିଛି ନା କିିଛି ଶିଖାଇଛି ଏବଂ ପ୍ରତ୍ୟେକ ସଫଳତା ଆମର ଛାତ୍ରୀଛାତ୍ର, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସାମୂହିକ ପ୍ରୟାସ ଦ୍ୱାରା ସମ୍ଭବ ହୋଇଛି। ମୁଁ ବିଶ୍ୱାସକରେ ଯେ ଆମେ ସୃଷ୍ଟିକରିଥିବା ପରିବେଶ ‘ଆଇପିଏସ୍‌’କୁ ସ୍ୱତନ୍ତ୍ର କରାଏ। ଆମେ କେବଳ ଶିକ୍ଷା ଉପରେ ଧ୍ୟାନଦେଉନାହୁଁ, ବରଂ ପ୍ରତ୍ୟେକ ପିଲାଙ୍କ ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦେଉଛୁ। ଏକ ଆବାସିକ ବିଦ୍ୟାଳୟ ଭାବରେ ଆମେ ଏକ ଘର ଭଳି ପରିବେଶ ମଧ୍ୟ ପ୍ରଦାନ କରୁ, ଯେଉଁଠାରେ ପିଲାମାନେ ସର୍ୱଦା ଯତ୍ନବାନ୍‌ ଓ ସ୍ୱାଧୀନତା ଅନୁଭବ କରନ୍ତି।
ପ୍ର. ଆପଣଙ୍କ ଦୂରଦୃଷ୍ଟି ଏବଂ ନିଷ୍ଠା ଏହି ଅନୁଷ୍ଠାନକୁ ନୂତନ ଉଚ୍ଚତାରେ ପହଞ୍ଚାଇଛି। ଏହି କ୍ଷେତ୍ରରେ କ୍ୟାରିୟର ଆରମ୍ଭ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଆପଣ କି ପରାମର୍ଶ ଦେବେ?
ଉ- ଶିକ୍ଷା କେବଳ ଏକ ବୃତ୍ତି ନୁହେଁ, ଏହା ଏକ ଦାୟିତ୍ୱ ଏବଂ ଏକ ଆହ୍ୱାନ। ଏହି କ୍ଷେତ୍ରରେ ଆସୁଥିବା ଯେକୌଣସି ବ୍ୟକ୍ତିଙ୍କୁ ମୋର ପରାମର୍ଶ, ହୃଦୟର ସହ ନେତୃତ୍ୱ ନିଅନ୍ତୁ। ଯଦି ଜଣେ ପ୍ରକୃତରେ ପିଲାମାନଙ୍କ ଯତ୍ନ ନେଉଛନ୍ତି, ତେବେ ସେ ସର୍ୱଦା ଠିକ୍‌ ବାଟ ପାଇବେ। ଧୈର୍ଯ୍ୟବାନ୍‌ ହୁଅନ୍ତୁ, କାରଣ ଶିକ୍ଷାର ଫଳାଫଳ ତୁରନ୍ତ ମିଳେନାହିଁ। ପରିବର୍ତ୍ତନ ପାଇଁ ପ୍ରସ୍ତୁତ ରୁହନ୍ତୁ, କାରଣ ଦୁନିଆ ବଦଳୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିଜର ମୂଲ୍ୟବୋଧ ସହ ଯୋଡ଼ିହୋଇ ରୁହନ୍ତୁ, କାରଣ ଏହା ହିଁ ଭବିଷ୍ୟତ ପିଢ଼ିକୁ ଗଢ଼ିଥାଏ। କେବଳ ଏକ ଅନୁଷ୍ଠାନ ଗଢ଼ିବାକୁ ଲକ୍ଷ୍ୟ ରଖନ୍ତୁ ନାହିଁ, ଏପରି ଏକ ସ୍ଥାନ ଗଢ଼ିବାକୁ ଲକ୍ଷ୍ୟରଖନ୍ତୁ, ଯେଉଁଠାରେ ପିଲାମାନେ ପ୍ରେରଣା, ସମ୍ମାନ ଏବଂ ଶ୍ରଦ୍ଧା ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଣିଲାନି ପ୍ରଶାସନ: ସରକାରୀ ବସକୁ ଅଟକ ରଖିଲେ ଶତାଧିକ ମହିଳା

ଦାରିଙ୍ଗବାଡି,୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲିଠାରେ ମଙ୍ଗଳବାର ସକାଳ ୬ଟାରେ ସରକାରୀ ବସକୁ ଗ୍ରାମବାସୀ ଅଟକାଇ ରଖିଛନ୍ତି। ବ୍ଲକ ହେଡ଼ କ୍ୱାର୍ଟରଠାରୁ ପଞ୍ଚାୟତ ହେଡକ୍ୱାର୍ଟର…

ହୋମଷ୍ଟେ ଆବେଦନକାରୀଙ୍କୁ ଭୁବନେଶ୍ୱର ଡାକରା: ମିଳିଲା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର

ଦାରିଙ୍ଗବାଡ଼ି, ୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଦେଶ ଓ ବିଦେଶରୁ…

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।…

କେନ୍ଦ୍ର-ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୬ଷ୍ଠ ଶ୍ରେଣୀ ପିଲାଙ୍କୁ ୩ ଭାଷା ନୀତିରୁ…

ନୂଆଦିଲ୍ଲୀ,୨୯।୯(ପି.ଟି.): କେନ୍ଦ୍ର ସରକାରଙ୍କ ୩ ଭାଷା ନୀତିରୁ ୭ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ବାଦ୍‌ ଦିଆଯାଇଥିବାବେଳେ ବର୍ତ୍ତମାନର ୬ଷ୍ଠ ଶ୍ରେଣୀ ପିଲାଙ୍କୁ ମଧ୍ୟ ଉକ୍ତ ନୀତିରୁ ବାଦ୍‌ ଦେବା…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

ଅକ୍ଟୋବରଠୁ ୩ ରାଶିଙ୍କୁ କଲବଲ କରିବେ କେତୁ! ଦେଖାଯିବ ଆର୍ଥିକ ସଙ୍କଟ, ଯାହା ଇନ୍‌କମ କରିବେ ସବୁ ଚାଲିଯିବ…

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ମାସରେ କେତୁଙ୍କ ଚଳନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୩ ଅକ୍ଟୋବର ୨୦୨୬ରେ କେତୁ ମଘା ନକ୍ଷତ୍ରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?