Posted inଜାତୀୟ

ଡରୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ

ଛଣ୍ଡିଗଡ଼,୧୪।୪: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ଅଡୁଆ ବଢିବାରେ ଲାଗିଛି। ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ରାଜ୍ୟ ଭିଜିଲାନ୍ସ ଟିମ ଶୁକ୍ରବାର ତାଙ୍କୁ ହାଜର ହେବାକୁ କହିଛନ୍ତି। ଏବେ ଏହାକୁ ନେଇ ଚନ୍ନି ପ୍ରତିକ୍ରିୟା ଦେଇଛନ୍ତି। ଚନ୍ନି କହିଛନ୍ତି ଭିଜିଲାନ୍ସ ଟିମ ମୋତେ ୨୦ ତାରିଖରେ ଡାକିବାର ଥିଲା ହେଲେ ମୋତେ ଆଜି ବା ଶୁକ୍ରବାର ୧୪ ତାରିଖରେ ଡାକିଛନ୍ତି। ଯେଉଁଦିନ ସମସ୍ତ ଅଫିସ ବନ୍ଦ ରହିଛି। ମୋତେ ଚିନ୍ତାରେ ପକାଇବାକୁ ବିଶେଷ ଭାବେ ୧୪ ତାରିଖରେ ପଞ୍ଜାବ ସରକାର ଅଫିସ ଖୋଲା ରଖିଛନ୍ତି। ମୁଁ ସେଠାକୁ ଏକେଲା ଯିବି, ଆପଣ ଚାହିଁଲେ ମୋତେ ସେଠାରେ ବସାଇ ମାଡ ମାରିପାରନ୍ତି, ସେମାନେ ମୋତେ ଗୋଟିଏ ଦିନ ଜୀବନରୁ ମାରିଦେବେ ବୋଲି ଚନ୍ନି କହିଛନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଭଗଓ୍ବନ୍ତ ମାନ ସରକାରଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି କି ସେ ପ୍ରେସ କନଫରେନ୍ସରେ ସତ କହିବାରୁ ସରକାର ହଡବଡେଇ ଯାଇଛନ୍ତି ଓ ଶୁକ୍ରବାର ତାଙ୍କୁ ଭିଜିଲାନ୍ସ ଟିମ ଡାକି ଦେଇଛନ୍ତି। ସେ ସରକାରଙ୍କ ଅତ୍ୟାଚାର ସହିବାକୁ ପ୍ରସ୍ତୁତ। ଚନ୍ନି କହିଛନ୍ତି ପଞ୍ଜାବ ସରକାର ଏକ ନୂଆ କଲଚର ତିଆରି କରିଛନ୍ତି। ପୁରୁଣା ପତ୍ନୀ ଛାଡ ନୂଆ ଆଣ। ଗରିବର ପୁଅ ୩ ମାସ ପର୍ଯ୍ୟନ୍ତ କେମିତି ମୁଖ୍ୟମନ୍ତ୍ରୀ ହେଲେ ଏହା ସେମାନେ ବରଦାସ୍ତ କରିପାରୁ ନାହାନ୍ତି। ଚନ୍ନି କହିଛନ୍ତି, ତାଙ୍କ ସମ୍ପର୍କୀୟଙ୍କୁ କୁହାଯାଉଛି କି ଆମ ଆଦେମୀ ପାର୍ଟିରେ ଯୋଗ ଦିଅନ୍ତୁ, ମୋତେ ସବୁଦିନ ନୋଟିସ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫ଟି ଷ୍ଟ୍ରେସ୍‌ ଫ୍ରି ଚାକିରି, ଚାପ କମ୍‌ ଦରମା ଅଧିକ

ସମ୍ପ୍ରତି, କର୍ପୋରେଟ ଜଗତରେ “Quiet Quitting” ଧାରା ଭାଇରାଲ ହୋଇଥିଲା। ଏଥିରେ କର୍ମଚାରୀମାନେ କେବଳ ସେମାନଙ୍କ ଚାକିରି ବର୍ଣ୍ଣନାରେ ର୍ନିଦ୍ଦିଷ୍ଟ କାର୍ଯ୍ୟଗୁଡ଼ିକ କରୁଥିଲେ ଏବଂ ଅତିରିକ୍ତ...

ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...

ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ: ୭ ଦିନରେ ଦାବି…

ଭୁବନେଶ୍ୱର,୧୦।୧୨: ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ସହ...

ସ୍କୁଲ ପରିସରରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ନବମ ଶ୍ରେଣୀ ଛାତ୍ରୀ, ମା’ କହିଲେ ଏହି କାରଣ ପାଇଁ…

ଗଜପତି, ୧୦।୧୨(ଗିରିଧାରୀ ପରିଛା): ଗଜପତି ଜିଲା କାଶୀନାଗର ବ୍ଲକ କାଶୀନାଗର ବାରଣାସୀ ହାଇ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀ ସ୍କୁଲ ପରିସରରେ ମୂଷା ମରା...

ପ୍ରବଳ ଶୀତ ଯୋଗୁ ଘୋଷଣା ହେଲା ସ୍କୁଲ ଛୁଟି, ଡିସେମ୍ୱର ୧୪ ଯାଏ…

ନୂଆଦିଲ୍ଲୀ,୧୦।୧୨: ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଶୀତ ଲହରୀ, ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଡିସେମ୍ୱର ଦ୍ୱିତୀୟ ସପ୍ତାହ ପାଇଁ ସ୍କୁଲଗୁଡ଼ିକୁ ବନ୍ଦ ଘୋଷଣା...

ପୋଲିସକୁ ଦେଖି ହାଇସ୍ପିଡ୍‌ରେ ନେଉଥିଲେ ଗାଡ଼ି, ସିଧା ଯାଇ ଇଲେକ୍ଟ୍ରି ଖୁଣ୍ଟରେ…

ବଲାଙ୍ଗୀର,୧୦।୧୨(ସୁନିଲ ମହାନ୍ତି): ମଙ୍ଗଳବାର ବିଳମ୍ବିତ ରାତିରେ ଟାଉନଥାନା ପୋଲିସ ପାଟ୍ରୋଲିଂ ସମୟରେ ରେଲୱେ ଷ୍ଟେଶନ ସାଲେପାଲି ଛକ ନିକଟରେ କାରରେଆସି କିଛି ଯୁବକ  ରାସ୍ତାରେ ଯାଉଥିବା...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

Youtubeରେ ଗୋଲ୍ଟ ବଟନ୍ ମିଳିଲେ ମାସକୁ ମିଳେ କେତେ ଟଙ୍କା ?

ନୂଆଦିଲ୍‌ଲୀ,୧୦।୧୨: ତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri