Posted inଜାତୀୟ

ପ୍ରିୟଙ୍କା ହୋଇ ପାରନ୍ତି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ପ୍ରମୋଦ କ୍ରିଷ୍ଣମ୍‌

ପ୍ରୟାଗରାଜ,୮।୪ : ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଉତ୍ତରପ୍ରଦେଶର ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍‌ କହିଛନ୍ତି। ପ୍ରୟାଗରାଜଠାରେ ଶନିବାର ଖବରଦାତାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ ସେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି,ଉତ୍ତରପ୍ରଦେଶରେ ଶାହା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ, ମୁଁ ତାଙ୍କ ବିରୋଧରେ ଲଢେଇ କରିବାକୁ ପ୍ରସ୍ତୁତ ଅଛି। ରାହୁଲ ଗାନ୍ଧୀଙ୍କ ଏମ୍‌ପି ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ପ୍ରମୋଦ କ୍ରିଷ୍ଣମ୍‌ କହିଛନ୍ତି, ଲୋକ ସଭା ସଦସ୍ୟତା ଶେଷ ହେବାର ଅର୍ଥ ନୁହେଁ ଯେ ରାଜନୀତି ସମାପ୍ତ ହୋଇଛି। ରାହୁଲ ଲୋକସଭା ଆସନ ହରାଇଛନ୍ତି, କିନ୍ତୁ ଦେଶର ଲୋକଙ୍କ ହୃଦୟରେ ସ୍ଥାନ ପାଇଛନ୍ତି। ଯାହାକୁ ଜନସାଧାରଣ ଚାହାଁନ୍ତି, ସେ କ୍ଷମତାର ସିଂହାସନରେ ପହଞ୍ଚିଥାନ୍ତି। ରାହୁଲ ୨୦୨୪ରେ ଆମେଠିରୁ ଲୋକସଭା ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ରାହୁଲ ଏବଂ ଗାନ୍ଧୀ ପରିବାର ଏହି ନିଷ୍ପତ୍ତି ନେବେ। ୨୦୧୯ରେ ରାହୁଲ ୱାୟନାଡ୍‌ରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ପ୍ରସଙ୍ଗରେ ସେ କହିଛନ୍ତି ୱାୟନାଡ୍‌ ମଧ୍ୟ ଭାରତରେ ଅଛି। ଯଦି ଆସନ ବଦଳାଇ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତାକୁ ଗୁରୁତର ସହ ନିଆଯାଏ, ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ବାହାରେ ବାରାଣାସୀରୁ ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ ନୁହେଁ।
ଅପରପକ୍ଷେ ପ୍ରିୟଙ୍କା କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ପ୍ରମୋଦ କହିଛନ୍ତି। ୨୦୨୪ ମସିହାରେ ବିରୋଧୀ ଏକତାର ପ୍ରୟାସ ସତ୍ତ୍ୱେ କୌଣସି ଦଳ କଂଗ୍ରେସକୁ ଗ୍ରହଣ ନ କରିବା ପ୍ରଶ୍ନରେ ସେ କହିଛନ୍ତି, ଯଦି ଆମେ ଜାତୀୟ ରାଜନୈତିକ ଦୃଷ୍ଟିକୋଣକୁ ଦେଖିବା ତେବେ ଜାତୀୟ ସ୍ତରରେ କଂଗ୍ରେସ ହେଉଛି ଏଭଳି ଏକ ଦଳ ଯାହା କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ବିରୋଧରେ ଲଢ଼େଇ କରୁଛି। ଯେତେବେଳେ ମିଳିତ ମେଣ୍ଟର ପ୍ରଶ୍ନ ଆସୁଛି ସେତେବେଳେ କଂଗ୍ରେସ ନୁହେଁ ଆଞ୍ଚଳିକ ଦଳଙ୍କୁ ଏହି ନିଷ୍ପତ୍ତି ନେବାକୁ ପଡିବ। ବର୍ତ୍ତମାନ ଆଞ୍ଚଳିକ ଦଳଗୁଡିକ ନିଷ୍ପତ୍ତି ନେବେ ଯେ ସେମାନେ ଭାଜପା କିମ୍ବା କଂଗ୍ରେସ କାହା ସହିତ ରହିବେ। ୨୦୨୪ ଲୋକସଭା ନିର୍ବାଚନ ଦୁଇଟି ମତବାଦ ମଧ୍ୟରେ ହେବ। ଗୋଟିଏ ହେଉଛି କଂଗ୍ରେସର ଆଦର୍ଶ ଏବଂ ଅନ୍ୟଟି ଆରଏସଏସର ଆଦର୍ଶ। ତ୍ରିରଙ୍ଗାକୁ ସମର୍ଥନ କରିବାକୁ ସମସ୍ତ ଦଳର ନେତାମାନଙ୍କୁ ନିବେଦନ କରାଯାଇଛି। କଂଗ୍ରେସକୁ ସମର୍ଥନ କରିବାକୁ ସେ ମମତା ବାନାର୍ଜୀ, ନୀତୀଶ କୁମାର, ଅରବିନ୍ଦ କେଜରିୱାଲ, କେସିଆର ଏବଂ ଶରଦ ପାୱାରଙ୍କୁ ଅନୁରୋଧ କରିଛନ୍ତି। ରାହୁଲଙ୍କ ସଦସ୍ୟତା ଉପରେ ଆଇନଗତ ସଙ୍କଟ ଦେଖାଦେଇଛି। ଦଳ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀଙ୍କୁ ଆଗକୁ ନିଆଯାଉଛି। ଲୋକ ଚାହୁଁଛନ୍ତି ପ୍ରିୟଙ୍କା ପ୍ରଧାନମନ୍ତ୍ରୀ ହୁଅନ୍ତୁ। ତେଣୁ ସେ ବିରୋଧୀ ଦଳର ମିଳିତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଆବଶ୍ୟକ ବୋଲି ପ୍ରମୋଦ କ୍ରିଷ୍ଣମ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri