ମାନବ ସମ୍ବଳକୁ ମୂଲ୍ୟଯୁକ୍ତ କରାଯିବା ଗୁରୁତ୍ୱପୂର୍ଣ୍ଣ: ମନ୍ତ୍ରୀ

ଭୁବନେଶ୍ବର, ୮ା୪(ବ୍ୟୁରୋ): ପ୍ରତ୍ୟେକ ଜିନିଷକୁ ମୂଲ୍ୟଯୁକ୍ତ କରିବା ହେଉଛି ବର୍ତ୍ତମାନ ସମୟର ଆବଶ୍ୟକତା। ଏହି କ୍ରମରେ ନୂତନ ଭାରତର ଅଭିବୃଦ୍ଧି ନିମନ୍ତେ ମାନବ ସମ୍ବଳକୁ ମୂଲ୍ୟଯୁକ୍ତ କରାଯିବା ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ କହିଛନ୍ତି ା ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଆନୁକୂଲ୍ୟରେ ଚଳିତ ମାସ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଓଡ଼ିଶା ସ୍କିଲ୍‌ କନ୍‌କ୍ଲେଭ-୨୦୨୩କୁ ନେଇ ଗୁରୁବାର ନୂଆଦିଲ୍ଲୀଠାରେ କର୍ଟେନ ରେଜର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯୋଗଦେଇ ମନ୍ତ୍ରୀ ଘଡ଼େଇ କହିଛନ୍ତି, ରାଜ୍ୟରେ ଓଡ଼ିଶା ସ୍କିଲ୍‌ କନ୍‌କ୍ଲେଭ ଆୟୋଜନ କରି ଆମେ ଆନନ୍ଦିତ। ଏହି କନ୍‌କ୍ଲେଭର ଉଦ୍ଦେଶ୍ୟ ହେଉଛି ଯୁବପିଢ଼ିଙ୍କ ଆତ୍ମବିଶ୍ୱାସକୁ ଉତ୍ସାହିତ କରିବା। ସେମାନଙ୍କ ଭବିଷ୍ୟତକୁ ଆଗକୁ ନେବାରେ ସାହାଯ୍ୟ କରିବା। ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀ କହିଛନ୍ତି, ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍‌ଏସ୍‌ଡିସି) ନିକଟରେ ଆମେ କୃତଜ୍ଞ, ଯାହା ଆମକୁ ଓଡ଼ିଶାରୁ କୁଶଳୀ ଶ୍ରମିକଙ୍କ ଅପାର ସମ୍ଭାବନା ପ୍ରଦର୍ଶନ କରିବାରେ ସାହାଯ୍ୟ କରିଛି। ଓଡ଼ିଶାରେ ସ୍କିଲ୍‌ ଇକୋସିଷ୍ଟମ୍‌ ପ୍ରତି ଜାତୀୟ ତଥା ଅନ୍ତର୍ଜାତୀୟ ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଦକ୍ଷତା ସୃଷ୍ଟି ହୋଇଛି। ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି, କୁଶଳୀ ଶ୍ରମିକମାନଙ୍କ ପାଇଁ ଏକ ବିଶ୍ୱସ୍ତରୀୟ ଚାହିଦା ରହିଛି ଏବଂ ଆମେ କର୍ମଜୀବୀ ଗଠନ ଦିଗରେ କାର୍ଯ୍ୟ କରୁଛୁ ଯାହା କ୍ଷେତ୍ରଗୁଡ଼ିକରେ ଥିବା ଚାହିଦାକୁ ପୂରଣ କରିପାରିବ। ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ସଚିବ ଅତୁଲ ତିୱାରୀ କହିଛନ୍ତି, ସମଗ୍ର ବିଶ୍ୱରେ ଦକ୍ଷତା ଉପରେ ଧ୍ୟାନ ଦିଆଯାଉଛି। ଓଡ଼ିଶା ସ୍କିଲ୍‌ କନ୍‌କ୍ଲେଭ ଏକ ଗୁରୁତ୍ୱପୂର୍ଣ୍ଣ ଅବସର, ଯାହା ରାଜ୍ୟର ସଫଳତା ପାଇଁ ଏକ ମାଇଲଖୁଣ୍ଟ ସଦୃଶ। କାର୍ଯ୍ୟକ୍ରମରେ ଓଡ଼ିଶାର ୱାର୍ଲଡ ସ୍କିଲ୍‌ଡ ସେଣ୍ଟରର ଏକ ଭିଡିଓ ପ୍ରଦର୍ଶିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ପାରଦ ତଳ ମୁହାଁ ଯୋଗୁ ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାରପାତ

ଜି.ଉଦୟଗିରି, ୧୨/୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ବିଗତ ଦୁଇ ସପ୍ତାହ ହେବ ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ଶୁକ୍ରବାର...

ବଳଦକୁ ମାରି ଖାଇବା ରାଗରେ କଲରାପତରିଆକୁ ଦେଇଦେଲେ ବିଷ!

ବଣାଇ,୧୨।୧୨(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡ ଅନ୍ତର୍ଗତ ତାମରା ବନାଞ୍ଚଳର କୁସୁମଡ଼ିହି ଖେସାରା ଜଙ୍ଗଲରେ ଏକ ପ୍ରାୟ ୧୨ ବର୍ଷ ବୟସ୍କ ମାଈ କଲରାପତରିଆ ବାଘର ମୃତ୍ୟୁ...

IRCTC ଆଣୁଛି ନୂଆ ନିୟମ, ମିଳିବ ଏହି ସବୁ ସୁବିଧା

ନୂଆଦିଲ୍ଲୀ,୧୨।୧୨:  ଟ୍ରେନରେ ଯାତ୍ରା କରିବା ସମୟରେ ଆଉ ଖାଇବା ସମସ୍ୟା ଭୋଗିବାକୁ ପଡିବ ନାହିଁ । ଏଣିକି ଫ୍ଲାଇଟ ଭଳି ଖାଦ୍ୟର ମଜା ଟ୍ରେନରେ ମଧ୍ୟ...

ଭାରତକୁ ବଡ଼ ଝଟକା ଦେଲା ମେକ୍ସିକୋ, ୫୦% ଟାରିଫ୍‌ ଲଗାଇବା ପରେ ଏସବୁ ଜିନିଷର ବଢିଯିବ ଦାମ୍‌

ନୂଆଦିଲ୍ଲୀ, ୧୨ା୧୨: ମେକ୍ସିକୋ ସିନେଟ୍‌ରେ ବୁଧବାର ନୂଆ ଟାରିଫ୍‌ ରିଜାଇମ୍‌ ସମ୍ପର୍କିତ ଏକ ବିଲ୍‌ ପାରିତ ହୋଇଛି। ବିଧେୟକ ସପକ୍ଷରେ ୭୬ ଓ ବିରୋଧରେ ୫...

ସତ୍ୟବିହାର ସ୍ଥିତ ଏକ ବାର୍‌ରେ ଅଗ୍ନିକାଣ୍ଡ: ପାଖରେ ଥିବା ଫର୍ଣ୍ଣିଚର୍‌ ଦୋକାନକୁ ବ୍ୟାପିଲା ନିଆଁ, ଦେଖନ୍ତୁ ଭିଡିଓ…

ଭୁବନେଶ୍ୱର,୧୨।୧୨: ଭୁବନେଶ୍ୱରର ସତ୍ୟବିହାର ସ୍ଥିତ ଏକ ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ନିଆଁକୁ ଆୟତ୍ତ କରୁଛି ଅଗ୍ନିଶମ ବାହିନୀ।...

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଶୋଚନୀୟ ପରାଜୟ, ଏଥିପାଇଁ ଦୋଷୀ କିଏ? ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ,୧୨।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟି-୨୦ ଜିତି ନେତୃତ୍ୱ ନେଇଥିବା ଟିମ ଇଣ୍ଡିଆ ଦ୍ୱିତୀୟ ମ୍ୟାଚରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା। ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରରେ...

ଖଡ଼ିଆଳରେ ବୃଦ୍ଧି ପାଉଛି ଚୋରି: କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ଖଡ଼ିଆଳ,୧୨।୧୨(ସୁଜିତ କୁମାର ପ୍ରଧାନ ): ନୂଆପଡା ଜିଲା ଖଡ଼ିଆଳ ସହରରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଉଛି । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri