ଦୁର୍ନୀତି ପାଇଁ ଶିକ୍ଷକଙ୍କ ଜମାଖାତାରେ ଟଙ୍କା

ସମ୍ବଲପୁର,୭ା୪(ବ୍ୟୁରୋ): ସ୍କୁଲ ପିଲାଙ୍କ ପାଇଁ ବ୍ୟାଗ କିଣା ଟଙ୍କାକୁ ହରିଲୁଟ କରିବାକୁ ଯୋଜନା କରାଯାଉଛି। ଧନକଉଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଅଭିଯୋଗ କରିବା ପରେ ଏହି ଘଟଣା ପଦାକୁ ଆସିଛି। କେବଳ ଧନକଉଡା ନୁହେଁ ଜିଲାର ଅଧିକାଂଶ ବ୍ଲକରେ ଏଭଳି ଘଟଣା ନେଇ ଅଭିଯୋଗ ହେଉଛି। ଆର୍ଥିକ ବର୍ଷ ୨୦୨୧-୨୨ରେ ସରକାର ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ସ୍କୁଲ ବ୍ୟାଗ୍‌ ଦେବାକୁ ଯୋଜନା କରିଥିଲେ। ଜିଲାର ୯ ଗୋଟି ବ୍ଲକରେ ମୋଟ ୨୦ ହଜାର ୭୦୬ ଛାତ୍ରୀଛାତ୍ର ଏହି ଯୋଜନାରେ ସାମିଲ ହୋଇଥିଲେ। ଗୋଟିଏ ବ୍ୟାଗ ମୂଲ୍ୟ ୧୨୯ ଟଙ୍କା ୬୦ ପଇସା ରହିଥିବା ବେଳେ ସରକାର ବ୍ୟାଗ୍‌ କିଣିବାକୁ ହାରାହାରି ୨୬ ଲକ୍ଷ ଟଙ୍କା ଦେଇଥିଲେ। ନିୟମ ରହିଥିଲା ଯେ, ପ୍ରତି ଛାତ୍ରୀଛାତ୍ର କିମ୍ବା ଅଭିଭାବକଙ୍କ ଜମା ଖାତାରେ ଟଙ୍କା ଦିଆଯିବ। ସେମାନେ ତାଙ୍କ ପସନ୍ଦ ଅନୁସାରେ ବ୍ୟାଗ କିଣିବେ। ହେଲେ ଟଙ୍କା ଦିଆଗଲା ନାହିଁ। ଜିଲା ଶିକ୍ଷା ବିଭାଗ ପକ୍ଷରୁ ବ୍ଲକ ଶିକ୍ଷା ବିଭାଗକୁ ଜମାଖାତାର ବିବରଣୀ ମଧ୍ୟ ମଗାଯାଇଥିଲା। ଏଭଳି ଭାବେ ଯୋଜନାକୁ ଦୁଇବର୍ଷ ବିତିଯାଇଥିଲେ ମଧ୍ୟ ବ୍ୟାଗ୍‌ କିଣା ଟଙ୍କା ପିଲାଙ୍କ ପାଖରେ ପହଞ୍ଚତ୍ଲା ନାହିଁ। ପରେ ଘୋଷଣା କରାଯାଇଥିବା ବେଳେ ସ୍କୁଲ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ବ୍ୟକ୍ତିଗତ ଜମା ଖାତାରେ ଟଙ୍କା ଦିଆଯାଇଛି। ବ୍ୟାଗ କିଣାରେ ଦୁର୍ନୀତି କରିବାକୁ ଏଭଳି କରାଯାଇଥିବା ଅଭିଯୋଗ ହେଉଛି। ଅନ୍ୟପଟେ ଦ୍ୱିତୀୟ ଶ୍ରେଣୀ ପିଲା ତୃତୀୟକୁ ଉନ୍ନୀତ ହୋଇଛନ୍ତି। କେତେକ ପିଲା ଟିସି ନେଇ ଅନ୍ୟ ସରକାରୀ କିମ୍ବା ଘରୋଇ ସ୍କୁଲକୁ ଚାଲିଯାଇଛନ୍ତି। ତାଙ୍କ ନାମରେ ଆସିଥିବା ଟଙ୍କା ମଧ୍ୟ ଆତ୍ମସାତ୍‌ କରାଯିବ। ବ୍ୟକ୍ତିଗତ ଜମା ଖାତାରେ ଟଙ୍କା ଦେବାରୁ ସେମାନେ ମନଇଚ୍ଛା ଟଙ୍କା ଉଠାଇ ପାରିବେ। ସମଗ୍ର ଜିଲାରେ ଏଭଳି ସ୍ଥିତି ରହିଥିବାବେଳେ ଧନକଉଡା ବିଇଓ ସୁରେନ୍ଦ୍ର ସାହୁଙ୍କ ନାମରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।
ସଂଘ କର୍ମକର୍ତ୍ତା ଅଭିଯୋଗ କରିଛନ୍ତି, ବିଇଓ ସାହୁ ଶିକ୍ଷକମାନଙ୍କ ଜମାଖାତାରେ ଟଙ୍କା ଦେଇଛନ୍ତି। ଏବେ ଉକ୍ତ ବ୍ୟାଗ ବାବଦକୁ ଦେଇଥିବା ଟଙ୍କା ବ୍ୟକ୍ତିଗତ ଜମା ଖାତାରେ ଦେଇ ଦୁର୍ନୀତି କରିବାକୁ ପ୍ରଶ୍ରୟ ଦେଉଛନ୍ତି। ପ୍ରତ୍ୟେକ ବିଦ୍ୟାଳୟରେ ୩ ଗୋଟି ଲେଖାଏ ଜଏଣ୍ଟ ଆକାଉଣ୍ଟ ରହିଛି। ଉକ୍ତ ଖାତାକୁ କାହିଁକି ଟଙ୍କା ଦିଆଗଲା ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏବେ ପିଲାମାନେ ବ୍ୟାଗ ପାଇଛନ୍ତି କି ନାହିଁ, ବ୍ୟାଗ ନ କିଣି ୟୁସି ଦିଆଯାଇଛି କି ନାହିଁ ସେ ନେଇ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଧନକଉଡା ବିଇଓ ସାହୁ କହିଛନ୍ତି, ପିଲା ଓ ଅଭିଭାବକ ଜମା ଖାତା ଦେବାରେ ବିଳମ୍ବ କରିଥିଲେ। କେତେକ କ୍ଷେତ୍ରରେ ଜମାଖାତା ଚାଲୁ ନ ଥିଲା। ତେଣୁ ପ୍ରଧାନଶିକ୍ଷକମାନଙ୍କ ଜମାଖାତାକୁ ଟଙ୍କା ଦିଆଯାଇଛି। ସ୍କୁଲ ପରିଚାଳନା କମିଟି ଓ ଶିକ୍ଷକମାନଙ୍କ ଏଥିରେ ସ୍ବୀକୃତି ରହିଛି ବୋଲି ସେ କହିଥିଲେ। ଅନ୍ୟପଟେ ଜିଲା ଶିକ୍ଷା ଅଧିକାରୀ ମୀନାରାଣି ମଣ୍ଡଳଙ୍କୁ ଫୋନରେ ଯୋଗାଯୋଗ ସମ୍ଭବ ନ ହେବାରୁ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ମୁରଲୀଧର ବେହେରା କହିଛନ୍ତି, ଟଙ୍କା ଜିଲା ପ୍ରକଳ୍ପ ସଂଯୋଜକ (ଡିପିସି) ଅଫିସରୁ ଦିଆଯାଇଛି। କାହିକିଁ ଏଭଳି କରାଯାଇଛି ଜାଣିନାହିଁ କହି ସେ ପ୍ରସଙ୍ଗକୁ ଏଡାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri