ସହର ରାସ୍ତାରେ ଡ୍ରେନ ପାଣି, ଆବର୍ଜନା

ରାୟଗଡ଼ା,୭ା୪(ସ୍ବ.ପ୍ର.): ଅସରାଏ ବର୍ଷାରେ ଶୋଚନୀୟ ହୋଇପଡ଼ୁଛି ରାୟଗଡ଼ା ଜିଲା ସଦର ମହକୁମାର ପରିମଳ ବ୍ୟବସ୍ଥା। ଡ୍ରେନ ପାଣି ଏବଂ ଅଳିଆ ଆବର୍ଜନା ରାସ୍ତା ଉପରେ ଲହଡ଼ି ମାରୁଛି। ଏ ନେଇ ସହର ବାସିନ୍ଦା ଓ ବିଭିନ୍ନ ରାଜନୈତିକ ଦଳ ବାରମ୍ବାର ପୌର କର୍ତ୍ତୃୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏବେ ସହରର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜନସାଧାରଣ। ତୁରନ୍ତ ଏହାର ସମାଧାନ ପାଇଁ ସାଧାରଣରେ ଦାବି ହୋଇଛି।
ବୁଧବାର ସନ୍ଧ୍ୟାରେ କାଳବୈଶାଖୀ ବର୍ଷା ଯୋଗୁ ସ୍ଥିତି ବେହାଲ ହୋଇପଡ଼ିଥିଲା। ସହରର ଭିଆଇପି ରୋଡ଼, ଜିଲାପାଳ ଓ ଜିଲା ପରିଷଦ କାର୍ଯ୍ୟାଳୟରୁ ଆରମ୍ଭ କରି ମୁଖ୍ୟ ବଜାର, ଷ୍ଟେଟ ବ୍ୟାଙ୍କ ବଜାର ଶାଖା, ରିଙ୍ଗ ରୋଡ଼ ସ୍ଥିତ ୟୁଜିଏମ୍‌ଆଇଟି ନିକଟ ଅଞ୍ଚଳ ଏବଂ ଜିସିଡି ହାଇସ୍କୁଲ ରାସ୍ତା ଉପରେ ବର୍ଷାଜଳ ସହ ଡ୍ରେନର ଅସନା ପାଣି ଓ କୁଢ଼ କୁଢ଼ ଆବର୍ଜନା ଦେଖିବାକୁ ମିଳିଥିଲା। ସହରର ଏସବୁ ମୁଖ୍ୟ ରାସ୍ତାରେ ଲୋକେ ଯା’ ଆସ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ୩ ଥର ଉନ୍ନତ ସହରର ପୁରସ୍କାର ପାଇଥିବା ପୌରପରିଷଦ ବର୍ତ୍ତମାନ ଠିକାଦାରଙ୍କ ଦୟାରେ ଚାଲିଛି। ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣରୂପେ ସେମାନଙ୍କ ନିୟନ୍ତ୍ରଣରେ ରହିବା ଯୋଗୁ ସାମାନ୍ୟ ବର୍ଷା ହେଲେ ସ୍ଥିତି ବେହାଲ ହେଉଛି। ସହରର ବିଭିନ୍ନ ଡ୍ରେନଗୁଡ଼ିକରେ ଅଳିଆ ଆବର୍ଜନା ପଡ଼ି ରହି ତାହା ଜାମ ହେଉଛି। ନିୟମିତ ତାହାକୁ ସଫା କରାଯାଉନାହିଁ। ପ୍ରତିଦିନ ସକାଳୁ କେବଳ ସଫେଇ ଗାଡ଼ି ଆସି ଘରମାନଙ୍କରୁ ଅଳିଆ ଆବର୍ଜନା ସଂଗ୍ରହ କରୁଥିବା ବେଳେ ଡ୍ରେନରୁ ଅଳିଆ ଆବର୍ଜନା ସଫା ହେଉନଥିବାରୁ ବାରମ୍ବାର ଏଭଳି ସମସ୍ୟା ଉପୁଜୁଛି। ସହରକୁ ସ୍ବଚ୍ଛ ଓ ନିର୍ମଳ ରଖିବା ପାଇଁ ପୂର୍ବରୁ ଦିଆଯାଇଥିବା ଠିକା ସଂସ୍ଥାଗୁଡିକ କେଉଁଭଳି କାର୍ଯ୍ୟ କରିଛନ୍ତି ତାହାର ତର୍ଜମା କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଛି। ରାୟଗଡ଼ା ପୌରାଞ୍ଚଳରେ ୨୪ୱାର୍ଡ ଥିବାବେଳେ କୌଣସି ଗୋଟିଏ ୱାର୍ଡ ମଧ୍ୟ ସମ୍ପୂର୍ଣ୍ଣ ସ୍ବଚ୍ଛ ରହୁନାହିଁ। ସୂଚନାଯୋଗ୍ୟ, ୧୯୭୧ରେ ରାୟଗଡ଼ା ଏକ ସ୍ବତନ୍ତ୍ର ପୌରପରିଷଦ ଭାବେ ଗଠନ ହୋଇଥିଲା। ପୂର୍ବତନ ପୌରାଧ୍ୟକ୍ଷ ସ୍ବର୍ଗତଃ କୃଷ୍ଣ ଚନ୍ଦ୍ର ବକ୍ସିପାତ୍ର ସହରର ରୂପରେଖ ବଦଳାଇଥିଲେ। କିନ୍ତୁ ଏବେ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁ ପରିମଳ ବ୍ୟବସ୍ଥା ଶୋଚନୀୟ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri