Posted inଖେଳ

ନିର୍ବାଚିତ ସଂସ୍ଥା କ୍ରିକେଟ ପରିଚାଳନା କରିବା ଉଚିତ: ନରସିହ୍ମା

ନୂଆଦିଲ୍ଲୀ,୧୬।୫(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିର୍ବାଚିତ ସଂସ୍ଥା ବା ବ୍ୟକ୍ତିମାନଙ୍କ ଦ୍ୱାରା ପରିଚାଳିତ ହେବା ଉଚିତ୍‌ ବୋଲି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ପି.ଏସ. ନରସିହ୍ମା କହିଛନ୍ତି। କୋର୍ଟ କିମ୍ବା ତାଙ୍କ ଦ୍ୱାର ନିଯୁକ୍ତି ପାଇଥିବା ସଂସ୍ଥା କ୍ରିକେଟ ପରିଚାଳନା ଦାୟିତ୍ୱରେ ରହିବା ଉଚିତ୍‌ ନୁହଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଖୁବ୍‌ଶ୍ରୀଘ୍ର ଏକ ନିର୍ବାଚିତ ସଂସ୍ଥା ଦେଶର କ୍ରିକେଟ ପରିଚାଳନା ଦାୟିତ୍ୱ ହାତକୁ ନେବ ବୋଲି ସେ ବିଶ୍ୱାସ ପ୍ରକଟ କରିଛନ୍ତି।

କିଛିଦିନ ତଳେ ବିଭିନ୍ନ ରାଜ୍ୟ ଆସୋସିଏଶନର ପ୍ରତିନିଥି ଓ ଆସୋସିଏଶନ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିମାନଙ୍କ ସହ ସାକ୍ଷାତ କରି ନରସିହ୍ମା ସୁପ୍ରିମକୋର୍ଟଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରିଛନ୍ତି। ଜଷ୍ଟିସ୍‌ ଆର.ଏମ୍‌. ଲୋଧା କମିଟି ମାଣ୍ଡେଟ୍‌ରେ ୯ଜଣିଆ ଆପେକ୍ସ କାଉନସିଲ ଉଲ୍ଲେଖ ନ ଥିବା ସେ ସ୍ପଷ୍ଟ କରିଛନ୍ତି। ଶେଷରେ ଆୟୋଜକ ତଥା ଅଧିକାରୀମାନେ ହିଁ କ୍ରିକେଟ ପରିଚାଳନା ଦାୟିତ୍ୱରେ ରହିବା ଉଚିତ ହେବ। କ୍ରିକେଟ ପରିଚାଳନା କୋର୍ଟ କିମ୍ବା କୌଣସି ଆଇନଜୀବୀଙ୍କ ଦାୟିତ୍ୱ ନୁହଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ନିର୍ବାଚିତ ବ୍ୟକ୍ତିମାନେଙ୍କୁ ଖୁବ୍‌ଶୀଘ୍ର ଦାୟିତ୍ୱ ଦେବା ଉପରେ ସେ ଗୁରତ୍ୱ ଦେଇଛନ୍ତି। ବହୁଦିନ ପୂର୍ବରୁ କ୍ରିକେଟ ସଂସ୍କାର ପ୍ରକ୍ରିୟାର ଆରମ୍ଭ ହୋଇଛି। ଏବେ ଏହାକୁ ଲାଗୁ କରିବାର ସମୟ ଆସି ଉପନୀତ ହୋଇଛି ବୋଲି ସେ କହିଛନ୍ତି। ରାଜ୍ୟ ଆସୋସିଏଶନଗୁଡିକ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛି ଓ ଏହା ଫଳପ୍ରଦ ହୋଇଛି। ଖୁବଶୀଘ୍ର ଏହି ପ୍ରକ୍ରିୟାର ସୁଖଦ ଅନ୍ତ ଘଟିବାକୁ ଯାଉଛି। କ୍ରିକେଟ ପ୍ରାଶସକ କମିଟି (ସିଓଏ) ଗତ ଦୁଇ ବର୍ଷ ଧରି କ୍ରିକେଟ ପରିଚାଳନା ଦାୟିତ୍ୱରେ ରହିଛି। ସିଓଏ ଏହି ଦାୟିତ୍ୱରେ ଅଧିକ ସମୟ ରହିବା ଉଚିତ୍‌ କି ବୋଲି ପ୍ରଶ୍ନକୁ ସେ ନାପସନ୍ଦ କରିଛନ୍ତି। ଏବେ ସଂସ୍କାର ଲାଗୁ କରିବାର ସମୟ। ତେଣୁ ଏଭଳି ପ୍ରଶ୍ନର କୌଣସି ମୂଲ୍ୟ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ବୋର୍ଡ କିମ୍ବା ରାଜ୍ୟ ଆସୋସିଏଶନଗୁଡିକର ଯେକୌଣସି ଅଧିକାରୀଙ୍କ କାର୍ଯ୍ୟକାଳ ୧୮ ବର୍ଷ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ବିସିସିଆଇରେ ୯ ଓ ରାଜ୍ୟ ଆସୋସିଏଶନଗୁଡିକରେ ୯ ବର୍ଷ, ଅର୍ଥାତ୍‌ ମୋଟ ଉପରେ ୧୮ ବର୍ଷ ବୋଲି ସେ କହିଛନ୍ତି। ରାଜ୍ୟ ଆସୋସିଏଶନଗୁଡିକର ସମସ୍ୟାର ସମାଧାନ ଉପରେ ଓ ଆପେକ୍ସ କାଉନସିଲ ଗଠନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଥରେ ବିସିସିଆଇର ନିର୍ବାଚନ ହୋଇଗଲେ ରାଜ୍ୟ ଆସୋସିଏଶନଗୁଡିକ ମଧ୍ୟ ସେମାନଙ୍କ ନିର୍ବାଚନ ପ୍ରକ୍ରିୟାକୁ ଆଗକୁ ନେଇଯିବେ। ତେଣୁ ଖୁବଶୀଘ୍ର ଭାରତୀୟ କ୍ରିକେଟ ପ୍ରଶାସନରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ହେବ ବୋଲି ନରସିହ୍ମା ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲକ୍ଷ୍ନୌ ଜିତିବା ପରେ ପଏଣ୍ଟ ଟେବୁଲ୍‌ରେ ହେଲା ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛି

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଉଇକେଟରେ ପରାସ୍ତ କରିଛି। ଲକ୍ଷ୍ନୌର ଘରୋଇ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ...

ପାଣ୍ଡ୍ୟାଙ୍କ ଏହି ଭୁଲ ଯୋଗୁ ମୁମ୍ବାଇକୁ ପଡ଼ିଲା ଭାରି, ଅଧିନାୟକ ସମେତ ଖେଳାଳିଙ୍କ ଉପରେ ଲାଗିଲା ମୋଟା ଅଙ୍କର ଫାଇନ୍‌

ନୂଆଦିଲ୍ଲୀ,୧।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଡବଲ ଝଟକା ଲାଗିଛି। ଟୁର୍ନାମେଣ୍ଟର ୪୮ତମ ମ୍ୟାଚରେ ମୁମ୍ବାଇକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ୪ ଉଇକେଟ୍‌ରେ ହରାଇଛି। ଏହି...

ବିରାଟ କୋହଲି ଆମର ଜ୍ୱାଇଁ…କାହିଁକି ଏମିତି କହିଲେ ଶାହରୁଖ

କୋଲକାତା,୧।୫: ଆଇପିଏଲ ଦଳ କୋଲକାତା ନାଇଟ ରାଇଡର୍ସ ମାଲିକ ତଥା ବଲିଉଡ ଅଭିନେତା ଶାହାରୁଖ ଖାନ ବିରାଟ କୋହଲିଙ୍କ ଉପରେ ନିଜର ମତ ରଖିଛନ୍ତି। କୋହଲିଙ୍କୁ...

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ରୁ ବିଦା! ଜାଣନ୍ତୁ କ’ଣ ରହିଛି ସମୀକରଣ

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ସୁପର ଜଏଣ୍ଟସ ଏହି ମ୍ୟାଚ ସହଜରେ ଜିତିଲା।...

ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା: ଜାଣନ୍ତୁ ଦଳରେ କାହାକୁ ମିଳିଲା ସ୍ଥାନ

ସିଡନୀ,୧।୫: ଅଷ୍ଟ୍ରେଲିଆ ମଧ୍ୟ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ବିଶ୍ୱକପ୍‌ରେ ଦଳ ଅନ୍ତର୍ଜାତୀୟ ଟି-୨୦ ଅଧିନାୟକ ମିଚେଲ ମାର୍ଶଙ୍କ...

ଆଦିତ୍ୟଙ୍କ ମାଉଣ୍ଟ କୋଜିଓସ୍କୋ ଆରୋହଣ

ଭୁବନେଶ୍ୱର, ୧।୫ (ତପନ ସ୍ବାଇଁ): ଅଷ୍ଟ୍ରେଲିଆ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ କୋଜିଓସ୍କୋକୁ ସଫଳତାର ସହ ଆରୋହଣ କରିଛନ୍ତି ଯୁବ ପର୍ବତାରୋହୀ ଆଦିତ୍ୟ ପ୍ରସାଦ ଖାଡ଼ଙ୍ଗା।...

ଦକ୍ଷିଣ ଆଫ୍ରିକା ଦଳରେ ଦୁଇ ନୂଆ ମୁହଁ

ଜୋହାନ୍ସବର୍ଗ, ୧ା୫ : ଓ୍ବେଷ୍ଟଇଣ୍ଡିଜ ଓ ଆମେରିକାରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ମଙ୍ଗଳବାର ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଘୋଷଣା କରାଯାଇଛି। ଆଘାତଜନିତ...

ୟୁକେ’ରେ ନିର୍ବାଚନ ଲଢ଼ିବେ ପାନେସର

ଲଣ୍ଡନ, ୧ା୫: ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସର ରାଜନୀତିରେ ପ୍ରବେଶ କରିଛନ୍ତି। ୟୁନାଇଟେଡ କିଙ୍ଗଡମ୍‌ (ୟୁକେ) ନିର୍ବାଚନରେ ସେ ଜର୍ଜ ଗ୍ୟାଲୋଓ୍ବେଙ୍କ ଓ୍ବାର୍କର୍ସ ପାର୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri