ଅସହାୟଙ୍କ ବନ୍ଧୁ

ସୁନ୍ଦରଗଡ଼,୧ା୪(ଡି.ଏନ.ଏ.): ଗୁରୁବାର ଥିଲା ପବିତ୍ର ରାମନବମୀ । ଏହି ଉପଲକ୍ଷେ ସହର ଠାରୁ ଗ୍ରାମାଞ୍ଚଳ ହୋଇ ଉଠିଥିଲା ଉତ୍ସବମୁଖର । ବିଭିନ୍ନ ରାମମନ୍ଦିର, ହନୁମାନ ମନ୍ଦିର ଓ ଘରେ ଘରେ ପୂଜା ପାର୍ବଣର ମାହୋଲ ା କିନ୍ତୁ ଏସବୁକୁ ପଛ କରି ସୁନ୍ଦରଗଡ ଇବ୍‌ନଦୀ ସ୍ବର୍ଗଦ୍ବାର ଶ୍ମଶାନରେ ଜଣେ ଅପରିଚିତ ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ଟିମ୍‌ ଶ୍ମଶାନ ବନ୍ଧୁର ସଦସ୍ୟମାନେ ଆଗେଇ ଆସିଥିବା ଦେଖିବାକୁ ମିଳିଥିଲା। ଏହାକୁ ମିଶାଇ ଲଗାତାର ୩୧ ମାସ ଭିତରେ ୮୦୦ ମୃତକଙ୍କ ଅନ୍ତିମସଂସ୍କାର କରି ରେକର୍ଡ ସ୍ଥାପନ କରିଛି ସୁନ୍ଦରଗଡର ଟିମ୍‌ ଶ୍ମଶାନ ବନ୍ଧୁ। ଟିମ୍‌ ଶ୍ମଶାନ ବନ୍ଧୁର ମନୋବଳ ବଢାଇବା ଓ ଉତ୍ସାହିତ କରିବାକୁ ସ୍ବର୍ଗଦ୍ବାର ଶ୍ମଶାନଘାଟକୁ ଜିଲା ପରିଷଦ ଅଧ୍ୟକ୍ଷା କୁନ୍ତି ପ୍ରଧାନ, ଅତିରିକ୍ତ ଜିଲାପାଳ ଅଭିମନ୍ୟୁ ବେହେରା, ଉପଖଣ୍ଡ ପୋଲିସ ଅଧିକାରୀ ହିମାଂଶୁ ଶେଖର ବେହେରାଙ୍କ ସମେତ ଟାଉନ ଥାନା ଅଧିକାରୀ ସୁଶାନ୍ତ ପରିଡା ଉପସ୍ଥିତ ରହି ମୃତକଙ୍କୁ ସମ୍ମାନ ପ୍ରଦର୍ଶନ କରିବା ସହିତ ଟିମ୍‌ ଶ୍ମଶାନ ବନ୍ଧୁଙ୍କ ଏତାଦୃଶ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏହି ଟିମ୍‌ କୋଭିଡର ତିନୋଟି ଯାକ ଲହରରେ ମୋଟ ୪୩୫ ଜଣ କୋଭିଡ ସଂକ୍ରମିତ ମୃତକଙ୍କ ନିଃଶୁଳ୍କ ଶବସଂସ୍କାର କରିଥିବା ଜଣାଯାଇଛି ା ଏଥିସହିତ ଜିଲାର ବିଭିନ୍ନ ବୃଦ୍ଧାଶ୍ରମରେ ରହି ଆସୁଥିବା ଅନ୍ତେବାସୀଙ୍କ ସହିତ ଆସ୍ଥାଗୃହରେ ରହୁଥିବା ମାନସିକ ଅନଗ୍ରସର ମହିଳାମାନଙ୍କର ପରଲୋକ ଘଟିଲେ ତଥା ପୋଲିସ ଜବତ କରୁଥିବା ଅପରିଚିତ ମୃତ ବ୍ୟକ୍ତି, ଜିଆରପି ଟ୍ରେନ ଲାଇନରୁ ଉଦ୍ଧାର କରୁଥିବା ମୃତକ କିମ୍ବା ହସ୍ପିଟାଲରେ କେହି ଛାଡି ଚାଲି ଯାଇଥିବା ଅସହାୟ ମୃତବ୍ୟକ୍ତିମାନଙ୍କର ସମ୍ମାନର ସହିତ ଶେଷକୃତ୍ୟ କାର୍ଯ୍ୟ ଟିମ୍‌ ଶ୍ମଶାନ ବନ୍ଧୁ ବର୍ଷ ବର୍ଷ ଧରି କରି ଆସୁଛନ୍ତି। ଟିମ୍‌ ଶ୍ମଶାନ ବନ୍ଧୁ ରାଜଗାଙ୍ଗପୁର ରେଲବାଇ ପୋଲିସ ଦ୍ବାରା ଗତ ୫ ଦିନ ପୂର୍ବରୁ କାଂଶବାହାଲ ରାଜଗାଙ୍ଗପୁର ରେଳ ଲାଇନ ପାର୍ଶ୍ୱରୁ ଉଦ୍ଧାର କରାଯାଇଥିବା ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କର ଗୁରୁବାର ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ଏହି ବ୍ୟକ୍ତିଙ୍କର କେହି ଦାବିଦାର ନ ଆସିବାରୁ ନିୟମ ଅନୁଯାୟୀ ମୃତଦେହ ବ୍ୟବଚ୍ଛେଦ ପରେ ୯୬ ଘଣ୍ଟା ସଂରକ୍ଷିତ ରଖାଯାଇଥିଲା। ପରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଟିମ୍‌ ଶ୍ମଶାନ ବନ୍ଧୁଙ୍କୁ ଶବସଂସ୍କାର କରିବା ସକାଶେ ରେଳବାଇ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଥିଲା ା ସଦସ୍ୟମାନେ ମହାପ୍ରୟାଣ ଗାଡି ଯୋଗେ ସୁନ୍ଦରଗଡ ସ୍ବର୍ଗଦ୍ବାରକୁ ଆଣି ଶେଷକୃତ ସମ୍ପନ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...

ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...

ଚାଷୀ ମହଲରେ ଚାଞ୍ଚଲ୍ୟ, ଚର୍ଚ୍ଚାରେ ନିଷ୍ପତ୍ତି: କଟନୀଛଟନୀକୁ ସରକାରୀ ମୋହର୍‌!

ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ...

ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri