ବ୍ୟୟ ମଞ୍ଜୁରୀ ବିଲ୍‌ ପାରିତ

ଭୁବନେଶ୍ବର, ୧ା୪(ବ୍ୟୁରୋ): ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟୟମଞ୍ଜୁରୀ ବିଲ୍‌ ବିଧାନସଭାର ଅନୁମୋଦନ ଲାଭ କରିଛି। ଶୁକ୍ରବାର ଅପରାହ୍ନରେ କାର୍ଯ୍ୟକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିବାରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ୪ଟା ୧ ମିନିଟ୍‌ରୁ ବିଭିନ୍ନ ପର୍ଯ୍ୟାୟରେ ୫ଟା ୧୫ ମିନିଟ୍‌ ପର୍ଯ୍ୟନ୍ତ ମୁଲତବୀ କରିଥିଲେ। ଏହାପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଏବଂ ଭାଜପା ସଦସ୍ୟ ପୁଣି ହଟ୍ଟଗୋଳ କରିଥିଲେ।
ବିଲ୍‌କୁ ସମର୍ଥନ କରି ବିଜେଡି ସଦସ୍ୟ ଅରୁଣ କୁମାର ସାହୁ କହିଥିଲେ, ଜନସାଧାରଣଙ୍କ ଉନ୍ନତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ। ତେବେ ଓଡ଼ିଶା ସରକାରଙ୍କୁ କେନ୍ଦ୍ର ସରକାର କେତେ ସାହାଯ୍ୟ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ରରେ ଓଡ଼ିଶାକୁ ଅବହେଳା କରି ଆସୁଛନ୍ତି। ଚାଷୀକୁଳ ଉପରେ ଚାଉଳ ବୋଝ ସହ ସ୍ବାମୀନାଥନ୍‌ କମିଟିର ସୁପାରିସ ଅନୁଯାୟୀ କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଉନାହାନ୍ତି। ସେହିପରି ରାଜ୍ୟର ଚାଷୀଙ୍କୁ କେନ୍ଦ୍ର ଆବଶ୍ୟକ ସାର ଯୋଗାଇ ଦେଉ ନ ଥିବାବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ରେଲଓ୍ବେ କ୍ଷେତ୍ରରେ ଓଡ଼ିଶାର ହକ୍‌କୁ ଉପେକ୍ଷା କରାଯାଉଛି ବୋଲି ସେ କହିଛନ୍ତି। ଶାସକ ଦଳ ସଦସ୍ୟ ଶଶିଭୂଷଣ ବେହେରା କହିଛନ୍ତି, ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଏକ ନମ୍ବର ସ୍ଥାନ ଅଧିକାର କରିଛି। କେନ୍ଦ୍ର ସରକାର ରାଜ୍ୟକୁ ଆବଶ୍ୟକ ଅନୁଦାନ ନ ଦେଲେ ରାଜ୍ୟର ବିକାଶ ଜାରି ରହିବା ପାଇଁ ସରକାର ଷ୍ଟାବିଲାଇଜ୍‌ ପାଣ୍ଠିର ବ୍ୟବସ୍ଥା କରିଛନ୍ତି। ଧାନକିଣାରେ କେନ୍ଦ୍ର ଓଡ଼ିଶାକୁ ଅବହେଳା କରୁଛି। ଏଥିପାଇଁ ଚଳିତ ବଜେଟରେ ରିଭଲଭିଂ ପାଣ୍ଠିର ବ୍ୟବସ୍ଥା କରାଯାଇଛି। ଏହି ବଜେଟ ପାରିତ ହେଲେ ଓଡ଼ିଶାବାସୀଙ୍କ ସ୍ବାର୍ଥ ସାଧନ ହେବ ବୋଲି ସେ କହିଛନ୍ତି। ବ୍ୟୟ ମଞ୍ଜୁରୀ ବିଲ୍‌କୁ ବିରୋଧ କରି ଭାଜପା ଓ କଂଗ୍ରେସ ସଦସ୍ୟମାନେ କକ୍ଷ ଛାଡ଼ି ବାହାରକୁ ଚାଲିଯାଇଥିଲେ। ଆଲୋଚନାର ଉତ୍ତର ରଖି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ବଜେଟ୍‌ରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ର ଓ ମୋ ସରକାରର ସଫଳ ରୂପାୟନ ପାଇଁ ଆବଶ୍ୟକ ଅର୍ଥ ବ୍ୟବସ୍ଥା ହୋଇଛି। ମହାଲେଖାକାରଙ୍କଠାରୁ ମିଳିଥିବା ହିସାବ ଅନୁଯାୟୀ ୨୦୨୩ ଫେବୃୟାରୀ ସୁଦ୍ଧା ରାଜ୍ୟର ଋଣଭାର ରାଜ୍ୟ ଜିଡିପିର ୧୧.୨୫% ରହିଛି। ୨୦୦୫-୦୬ ପରଠାରୁ ଆମେ କ୍ରମାଗତ ଭାବେ ରାଜସ୍ବ ବଳକା ସ୍ଥିତି ବଜାୟ ରଖିଛୁ ଏବଂ ସମସ୍ତ ଋଣ ପୁଞ୍ଜି ଖର୍ଚ୍ଚ ପାଇଁ ବ୍ୟବହୃତ ହେଉଛି ବୋଲି ମନ୍ତ୍ରୀ କହିଥିଲେ। ଏହାପରେ ବିଲ୍‌କୁ ଗୃହର ଅନୁମୋଦନ ମିଳିଥିଲା।
ଏହାପରେ ବାଚସ୍ପତି ୧୦ଟି କମିଟି ସଦସ୍ୟ ଏବଂ ଅଧ୍ୟକ୍ଷଙ୍କ ନଁା ଘୋଷଣା କରିଥିଲେ।a ସେହିପରି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ବିଭିନ୍ନ କମିଟି ସମ୍ପର୍କରେ ଘୋଷଣା କରାଯାଇଥିଲା। ପୋଲାଭରମ୍‌ ପ୍ରକଳ୍ପ ଲାଗି ଓଡ଼ିଶାର ବହୁ କ୍ଷତି ହୋଇଥିବାବେଳେ ଏନେଇ ଏକ କମିଟି ଗଠନ ହୋଇଛି। ଉକ୍ତ କମିଟି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ୍‌ କରିବାକୁ ପ୍ରସ୍ତାବ ପାରିତ ହୋଇଛି। ସେହିପରି ସୀମା ସମସ୍ୟା ନେଇ ମଧ୍ୟ ଏକ କମିଟି ଗଠନ ହୋଇଛି। ଏମ୍‌ଏସ୍‌ପି ବୃଦ୍ଧି ପ୍ରସଙ୍ଗରେ ଗଠିତ କମିଟିର ସଦସ୍ୟମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଲାଗି ଆଲୋଚନା କରିବେ। ଏହାପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ସବୁ ଦଳର ସଦସ୍ୟ ଦେଢ଼ମାସ ହେବ ନିଜ ନିର୍ବାଚନମଣ୍ଡଳୀକୁ ଯାଇପାରୁ ନ ଥିବାବେଳେ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ସରିଥିବାରୁ ଏବଂ ବଜେଟ୍‌କୁ ମଞ୍ଜୁରୀ ମିଳିସାରିଥିବାରୁ ଗୃହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରିବାକୁ ପ୍ରସ୍ତାବ ଦେଇଥିଲେ। ପଦ୍ମନାଭ ବେହେରା, ଶଶିଭୂଷଣ ବେହେରା, ଭୂପିନ୍ଦର ସିଂହ, ଦେବୀ ପ୍ରସାଦ ମିଶ୍ର, ଅରୁଣ ସାହୁ, ନିରଞ୍ଜନ ପୂଜାରୀ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ଏହାପରେ ବିରୋଧୀ ସଦସ୍ୟଙ୍କୁ ବୁଝାଇ ଗୃହକୁ ଆଣିବା ଲାଗି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଏବଂ ସରକାରୀ ଦଳ ମୁଖ୍ୟ ସଚେତକଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। କଂଗ୍ରେସ ସଦସ୍ୟମାନେ ଗୃହକୁ ଫେରିଥିବାବେଳେ ଭାଜପା ସଦସ୍ୟମାନେ ରାଜି ହୋଇ ନ ଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଜେଟ ଅଧିବେଶନ ସୁରୁଖୁରୁରେ ଚାଲିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ଯୋଗୁ ଧନ୍ୟବାଦ ଦେଇଥିଲେ। ଏହାପରେ ଗୃହରେ ସବୁ ସଦସ୍ୟ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ସମୟ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଷୟରେ ଆଲୋଚନା ନ କରି ଏବଂ ୩ଟି ବିଲ୍‌ ପ୍ରତ୍ୟାହାର କରିନିଆଯିବାକୁ ବିରୋଧ କରି ବିଧାନସଭା ଗାନ୍ଧୀମୂର୍ତ୍ତି ତଳେ ୧୫ ମିନିଟ୍‌ ଲାଗି ଭାଜପା ବିଧାୟକମାନେ ଧାରଣାରେ ବସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri