ରାହୁଲଙ୍କ ପରିବାର ସ୍ବତନ୍ତ୍ର ନ୍ୟାୟପାଳିକା ଚାହୁଁଛନ୍ତି: ଧର୍ମେନ୍ଦ୍ର

ଭୁବନେଶ୍ବର, ୨୫ା୩(ବ୍ୟୁରୋ): କଂଗ୍ରେସ ଦଳ ବିଶେଷ ଭାବେ ରାହୁଲ ଗାନ୍ଧୀଙ୍କ ପରିବାର ସ୍ବତନ୍ତ୍ର ଆଇପିସି ଓ ନ୍ୟାୟପାଳିକା ଚାହୁଁଛନ୍ତି। ପଛୁଆବର୍ଗଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିବା ଏବଂ ବଞ୍ଚିତ ବର୍ଗଙ୍କୁ ନୀଚ ଦୃଷ୍ଟିରେ ଦେଖିବା କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ସାମନ୍ତବାଦୀ ମାନସିକତାର ପ୍ରତିଫଳନ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ନୂଆଦିଲ୍ଲୀଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଧର୍ମେନ୍ଦ୍ର କହିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ସାର୍ବଜନୀନ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଙ୍ଗିଆକୁ ନେଇ ଅପଶବ୍ଦ ପ୍ରୟୋଗ କଲେ। ଜାତିଆଣ ଆକ୍ଷେପ କରିବା ସହ ଖରାପ ଭାଷା ବ୍ୟବହାର କଲେ। ଏହାକୁ ନେଇ ତାଙ୍କ ବିରୋଧରେ ଦାୟର ହୋଇଥିବା ମାନହାନି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି କଂଗ୍ରେସ ନେତାଙ୍କ ବିରୋଧରେ ସୁରଟ କୋର୍ଟ ଯେଉଁ ନିଷ୍ପତ୍ତି ନେଇଛନ୍ତି, ଏଥରୁ ସତ୍ୟାସତ୍ୟ ହେଉଛି ଯେ ଦେଶର ଆଇନ ବ୍ୟବସ୍ଥା ଏବଂ ଗଣତାନ୍ତ୍ରିକ ପଦ୍ଧତିରୁ ଊର୍ଦ୍ଧ୍ୱରେ କେହି ନୁହନ୍ତି। ଭାରତର ଜନପ୍ରତିନିଧି ଆଇନ-୧୯୫୧ ଅନୁସାରେ କୌଣସି ସଦସ୍ୟଙ୍କୁ ଦଣ୍ଡ ହେଲେ ତାଙ୍କର ସଦସ୍ୟତା ଚାଲିଯାଏ। ଏହା ପ୍ରଥମ ଥର ପାଇଁ ନୁହେଁ ବରଂ ଅନେକ ଜନପ୍ରତିନିଧିଙ୍କ ସଦସ୍ୟତା ଯାଇଛି। ୨୦୧୩ରେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ସମୟରେ ଏହି ଆଇନକୁ ସଂଶୋଧନ କରିବା ପାଇଁ ସେ ନିଷ୍ପତ୍ତି ନେଇଥିଲେ। ମାତ୍ର ସେହି ଅଧ୍ୟାଦେଶକୁ ନନ୍‌ସେନ୍ସ କହି ଚିରିଥିବା ଲୋକମାନେ ଉକ୍ତ ଆଇନ ପରିଧିରେ ଆସିବା ପରେ ସେମାନଙ୍କୁ କଷ୍ଟ ହେଉଛି। ଯଦି ତାଙ୍କ ପାର୍ଟି ସଦସ୍ୟତା ହରାଇବା ନେଇ କଂଗ୍ରେସ ଚିନ୍ତିତ ଥିଲା ତେବେ ଗତ ୨୪ ଘଣ୍ଟା ମଧ୍ୟରେ ସେ କାହିଁକି ଉପର କୋର୍ଟକୁ ଗଲେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କହିଛନ୍ତି। ଓବିସି ଓ ଜନଜାତି ସମାଜ ପ୍ରଧାନମନ୍ତ୍ରୀଙ୍କ ସହ ସବୁବେଳେ ଅଛନ୍ତି। ମାତ୍ର ବିଭିନ୍ନ ସମୟରେ କଂଗ୍ରେସ ନେତାମାନେ ଏହି ବର୍ଗଙ୍କ ପ୍ରତି କଟୁ ମନ୍ତବ୍ୟ ପ୍ରୟୋଗ କରିବା ସହ ସମାଜକୁ ନୀଚ ଦୃଷ୍ଟିରେ ଦେଖିବା ଭଳି କାମ କରୁଛନ୍ତି। ସେମାନେ ବୁଝିବା ପାଇଁ ଅସମର୍ଥ ଯେ ଗଣତନ୍ତ୍ରରେ ଆଇନ ସମସ୍ତଙ୍କ ପାଇଁ ସମାନ। ଆମେ ଗୋଟିଏ ପରିବାରରୁ ଆସିଛୁ ଓ ଆମେ ଆଇନର ଊର୍ଦ୍ଧ୍ୱରେ ମାନସିକତା ରଖୁଥିବା କଂଗ୍ରେସ ନେତାଙ୍କ ଜାତିଆଣ ଆକ୍ଷେପ ମନ୍ତବ୍ୟକୁ ଦଳ ନିନ୍ଦା କରୁଥିବା ଧର୍ମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri