ବାନ୍ଧବୀଙ୍କ ସମେତ ୩ ଯୁବତୀ ଖୋଲିଥିଲେ ହ୍ବାଟ୍ସଆପ୍‌ ଗ୍ରୁପ୍‌

ଭୁବନେଶ୍ୱର,୨୫।୩(ବ୍ୟୁରୋ): ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାର ମହାରଣାଙ୍କ ଆତ୍ମହତ୍ୟା ଘଟଣାକୁ ଶୁକ୍ରବାର ସପ୍ତାହେ ପୂରିଛି। ଏହି ମାମଲାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବାବେଳେ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ତେବେ ବାନ୍ଧବୀ ଜିଜ୍ଞାସାଙ୍କ ସମେତ ୩ ଯୁବତୀ ଆଜେକ୍ସ ପାଇଁ ଏକ ହ୍ବାଟ୍‌ସଆପ୍‌ ଖୋଲିଥିଲେ ବୋଲି ଶୁକ୍ରବାର ଚର୍ଚ୍ଚା ହେଉଛି। ଅନ୍ୟ ୨ ଯୁବତୀ ମଧ୍ୟ ଆଜେକ୍ସଙ୍କ ବାନ୍ଧବୀ ଥିଲେ। ଆଜେକ୍ସ ସମସ୍ତଙ୍କ ସହ ସମ୍ପର୍କ ରଖିଥିବା ଜାଣିବା ପରେ ସେମାନେ ପରସ୍ପର କଥାହୋଇ ଏକ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ ଖୋଲିଥିଲେ। ଉକ୍ତ ଗ୍ରୁପ୍‌ରେ ଆଜେକ୍ସଙ୍କ ସମ୍ପର୍କରେ ସେମାନେ ଆଲୋଚନା କରୁଥିଲେ ବୋଲି ସାଇବର ଟିମ୍‌ ଜାଣିବାକୁ ପାଇଛି। ହେଲେ ଏହାକୁ ଆଜେକ୍ସଙ୍କ ମା’ ଲକ୍ଷ୍ମୀପ୍ରିୟା ମିଥ୍ୟା ବୋଲି କହିଛନ୍ତି। ଆଜେକ୍ସ କେବଳ ଜିଜ୍ଞାସାଙ୍କୁ ଭଲ ପାଉଥିଲେ ଏବଂ ତାଙ୍କ ପାଇଁ ସେ ଆତ୍ମହତ୍ୟା କରିଥିଲେ। ପୋଲିସ ଠିକ୍‌ ଭାବେ ତଦନ୍ତ କରି ସତ୍ୟତା ପଦାକୁ ଆଣୁ ବୋଲି ଲକ୍ଷ୍ମୀପ୍ରିୟା କହିଛନ୍ତି। ଏନେଇ ଥାନାଧିକାରୀ ରଜନୀକାନ୍ତ ପ୍ରଧାନ କହିଛନ୍ତି, ହ୍ବାଟ୍‌ସଆପ୍‌ ଗ୍ରୁପ୍‌ ନେଇ ଆମ ପାଖରେ କୌଣସି ତଥ୍ୟ ନାହିଁ। ଏହି ମାମଲାରେ ଡିଜିଟାଲ ପ୍ରମାଣକୁ ନେଇ ସାଇବର ଟିମ୍‌ ଅଧିକ ତଦନ୍ତ କରୁଛି। ଉକ୍ତ ଟେକ୍ନିକାଲ ଟିମ୍‌ ରିପୋର୍ଟ ଦେବା ପରେ ଅଧିକ କିିଛି ସୂଚନା ମିଳିପାରିବ। ଉକ୍ତ ରିପୋର୍ଟକୁ ଆଧାର କରି ଆଗାମୀ ଦିନରେ ଆଉ କେତେଜଣଙ୍କୁ ପଚରାଉଚରା କରାଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ମାର୍ଚ୍ଚ ୧୮ ରାତିରେ ଖାରବେଳନଗର ଥାନା ଅନ୍ତର୍ଗତ ଇଣ୍ଡଷ୍ଟ୍ରିଆଲ୍‌ କଲୋନୀସ୍ଥିତ ବାସଭବନରେ ଆଜେକ୍ସ ଫ୍ୟାନ୍‌ରେ ବେଡ୍‌ଶିଟ୍‌ ଦ୍ୱାରା ଝୁଲି ଆତ୍ମହତ୍ୟା କରିଥିଲେ। ତେବେ ଏହାପଛରେ ବାନ୍ଧବୀ ଜିଜ୍ଞାସା ଏବଂ ତାଙ୍କ ନୂଆ ପୁରୁଷବନ୍ଧୁଙ୍କୁ ପରିବାର ଲୋକ ଦାୟୀ କରିଥିଲେ। ପୋଲିସ ଏନେଇ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଆଇପିସି ଦଫା ୩୦୬ରେ ଏକ ମାମଲା (ନଂ.୧୨୧/୨୦୨୩) ରୁଜୁ କରି ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

ପୋଷ୍ଟରରେ ନିଜ ଫଟୋ ନଥିବାରୁ ଗର୍ଜିଲେ ପ୍ରଦୀପ ପୁରୋହିତ, ମନଦୁଃଖ କରନ୍ତୁ ନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ

ଝାରସୁଗୁଡା, ୨୧/୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା କୋଲାବିରା ବ୍ଳକ ଠାରେ ରବିବାର ଚାଲିଥିବା କୃଷକ ସମାବେଶରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବ୍ୟାନରରେ...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଭକ୍ତ କହିଲେ..

ଭୁବନେଶ୍ୱର,୨୧।୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri