ଘରଠୁ ହୋଟେଲ ସବୁଠି ପଖାଳର ବାସ୍ନା

ପୁରୀ ଅଫିସ,୨୦ା୩: ପଖାଳ ହେଉଛି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ। ଓଡ଼ିଶା, ଓଡ଼ିଆ ଏବଂ ପଖାଳ ପରସ୍ପରର ସମ୍ପର୍କ ଅତି ନିବିଡି। ଖାଲି ଓଡ଼ିଆ କାହିଁକି ଓଡ଼ିଆ ଜାତିର ମଉଡ଼ମଣି ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ପ୍ରତ୍ୟେକ ଦିନ ମହାପ୍ରଭୁଙ୍କ ଶୟନ ପୂର୍ବରୁ ବଡ଼ସିଂହାର ବେଶରେ ତାଙ୍କ ନିକଟରେ ଦହି ପଖାଳ ଭୋଗ ହୋଇଥାଏ। ପଖାଳ ଓଡ଼ିଆଙ୍କ ସଂସ୍କୃତି ସହ ଓତପ୍ରୋତଃ ଭାବେ ଜଡ଼ିତ। ଓଡିଆ ଜାତିର ପ୍ରିୟ ଖାଦ୍ୟ ପଖାଳକୁ ସ୍ମରଣ ରଖିବା ପାଇଁ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାୁଛି। କେବଳ ଓଡ଼ିଶା ନୁହେଁ, ଦେଶ ବିଦେଶରେ ଥିବା ଓଡ଼ିଆମାନେ ମଧ୍ୟ ପଖାଳ ଦିବସ ପାଳନ କରିଥାନ୍ତି। ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ ପ୍ରତି ସେମାନଙ୍କର ଆକର୍ଷଣ ରହିଛି। ସେଥିପାଇଁ କଥାରେ ଅଛି, ଝୁରି ହେଉଛି ଦିନକାଳ, ମନ ଖୋଜୁଛି ସେକାଳ ପଖାଳ। ଓଡ଼ିଆ ଜନଜୀବନ ସହ ପଖାଳର ସମ୍ପର୍କ ବହୁ ପୁରୁଣା। ଗାଁଠୁ ସହର ପର୍ଯ୍ୟନ୍ତ ପ୍ରତି ଘରେ ଲୋକଙ୍କ ଜୀବନ ଶୈଳୀରେ ପଖାଳ ଏକ ନିତିଦିନିଆ ଖାଦ୍ୟ। ସମ୍ପ୍ରତି ଛୋଟ ବଡ଼ ହୋଟେଲରେ ବିଭିନ୍ନ ରକମର ପଖାଳ ଦେଖିବାକୁ ମିଳୁଛି। ତାରକା ହେଟେଲ ସମେତ ବିଭିନ୍ନ ସଙ୍ଗଠନ ତରଫରୁ ପଖାଳ ଦିବସ ପାଳନ କରାଯାଉଛି। ସହର ଚାକଚକ୍ୟ ଏବଂ ଦେଶୀ, ବିଦେଶୀ ଖାଦ୍ୟପେୟ ଭିତରେ ବି ଲୋକେ ପଖାଳ ଖୋଜୁଛନ୍ତି। ତେବେ ଆଳୁଭଜା ଠାରୁ ଆରମ୍ଭ କରି ବଡିଚୁରା, ମାଛଭଜା ପ୍ରଭୃତି ସହ ପଖାଳ ଖାଇବାକୁ ଭଲ ଲାଗେ ତ ପୁଣି କେତେବେଳେ ଶାଗ, ପିଆଜ, ଲଙ୍କା ସହ ପଖାଳ ଖାଇବାକୁ ଇଚ୍ଛା ହୁଏ। ଦିନକୁ ଦିନ ଆଧୁନିକ ସଭ୍ୟତାରେ ଛନ୍ଦି ହୋଇ ଯୁବପିଢ଼ିି ପଖାଳକୁ ଛାଡି ପାଶ୍ଚାତ୍ୟ ଖାଦ୍ୟ ପ୍ରତି ଆକୃଷ୍ଟ ହେଉଥିଲେ ମଧ୍ୟ ଗ୍ରୀଷ୍ମଦିନେ ଖରାର ପ୍ରକୋପ ପୁଣି ସେମାନଙ୍କୁ ପଖାଳ କଂସା ପ୍ରତି ଧିରେ ଧିରେ ଆକୃଷ୍ଟ କରାଉଛି। ଯୁବପିଢିଙ୍କୁ ସେହି ଓଡ଼ିଶା ସଂସ୍କୃତିର ମହକ ସ୍ବରୂପ ପଖାଳ କଂସା ପ୍ରତି ଆକୃଷ୍ଟ କରିବା ପାଇଁ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି। ପଖାଳ ଦିବସ ସମ୍ପର୍କରେ ପୁରୀ ହରିହର ଛକ ନିକଟରେ ରେଷ୍ଟ ଇନ୍‌ ଫ୍ୟାମିଲି ଏସି ରେଷ୍ଟୁ୍ରରାଣ୍ଟ କରିଥିବା ଉମା ଶଙ୍କର ମହାନ୍ତି କହିଛନ୍ତି, ଖରା ଦିନେ ପଖାଳର ଚାହିଦା ଅଧିକ ରହିଥାଏ। ପୁରୀକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକ ଏବଂ ପୁରୀବାସୀ ତାଙ୍କ ହୋଟଲକୁ ଆସି ପଖାଳ ଖାଇଥାନ୍ତି। ଅନେକ ବର୍ଷରୁ ସେ ପଖାଳ କରି ଆସୁଛନ୍ତି। ମୁଖ୍ୟତଃ ଲୋକଙ୍କ ଚାହିଦାକୁ ଦେଖି ପଖାଳ ପ୍ରସ୍ତୁତ କରିଥାନ୍ତି। ଦହି ପଖାଳ ଅଧିକ ଖୋଜାପଡ଼େ। ନିରାମିଷାଶୀଙ୍କ ପାଇଁ ଦହି ପଖାଳ ସହ ବିଭିନ୍ନ ପ୍ରକାର ଭଜା, ଆଳୁ ଭର୍ତ୍ତା, ଶାଗ, ଆଳୁ କଲରା ଚିସ୍ପ୍‌ ଏବଂ ବଡ଼ିଚୁରା ରହିଥାଏ। ଯାହାର ମୂଲ୍ୟ ୧୦୦ ଟଙ୍କା। ସେହିପରି ଆମିଷାଶୀଙ୍କ ପାଇଁ ଦହିପଖାଳ ସହ ଚୁଡୁଙ୍ଗି ଭଜା, ମାଛଭଜା, ଚୁଡୁଙ୍ଗୀ ଚଟଣୀ, ମହୁରାଳି ମାଛ ଭଜା, ଆଳୁ ଭଜା, ବଡ଼ିଚୁରା, ପାମ୍ପଡ , ଆଚାର ଆଦି ରହିଥାଏ, ଯାହାର ମୂଲ୍ୟ ୧୪୦ ଟଙ୍କା। ସେହିପରି ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକିଟରେ ହୋଟେଲ କରିଥିବା ଲୋକନାଥ ମହାରଣା କହିଛନ୍ତି, ଶ୍ରୀମନ୍ଦିର ନିକଟରେ ହୋଟେଲ ହୋଇଥିବାରୁ ନିରାମିଷ ରୋଷେଇ ପ୍ରସ୍ତୁତ କରିଥାଏ। ତେବେ ଖରାଦିନେ ଗ୍ରାହକ ପଖାଳ ପସନ୍ଦ କରିଥାନ୍ତି। ପଖାଳ ଭଲ ବ୍ୟବସାୟ ହୁଏ। ଭାତ ରାନ୍ଧି ସେଥିରେ ପାଣି ମିଶାଯାଏ। ପରେ ସେଥିରେ ଦହି ପକାଯାଇ ଭୃଶୁଙ୍ଗାପତ୍ର, ଲଙ୍କା, ଫୁଟଣ ଆଦିରେ ଛୁଙ୍କ କରାଯାଇ ଉକ୍ତ ଭାତ କଂସାରେ ଦିଆଯାଏ। ପଖାଳ ସହ ବିଭିନ୍ନ ଭଜା, ପାମ୍ପଡ଼, ଖଟା, ବଡ଼ିଚୁରା ଆଦି ଦିଆଯାଏ। ୬୦ରୁ ୭୦ ଟଙ୍କା ପଖାଳ ବେଲା ରହିଥାଏ। ଅନ୍ୟପକ୍ଷରେ ମହାପ୍ରଭୁଙ୍କ ନିକଟରେ ପଖାଳ ଭୋଗ ହେଉଥିବା ସମ୍ପର୍କରେ ସୂଚନା ଦେଇ ଚୁନରା ସେବକ ଡ. ଶରତ କୁମାର ମହାନ୍ତି କହିଛନ୍ତି, ପଖାଳ ପ୍ରତି ଓଡ଼ିଆ ତଥା ଓଡ଼ିଶାର ପରିଚୟ। କୋଟି ଓଡିଆଙ୍କ ମଉଡ଼ମଣି କାଳିଆ ଠାକୁରଙ୍କ ୬୫ ପ୍ରକାର ଭୋଗ ମଧ୍ୟ ପଖାଳ ଅନ୍ତର୍ଭୁକ୍ତ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ୯ ପ୍ରକାର ପଖାଳ ଭୋଗ ହୋଇଥାଏ। ମହାପ୍ରଭୁଙ୍କୁ ପ୍ରତ୍ୟେକ ଦିନ ସନ୍ଧ୍ୟାଧୂପରେ ପଖାଳ ଭୋଗ କରାଯାଇଥାଏ। ଯଥା ମଲିଫୁଲିଆ ପଖାଳ, ଦହି ପଖାଳ, ଟଭା ପଖାଳ, ଘିଅ ପଖାଳ, ଚୁପୁଡା ପଖାଳ ପ୍ରଭୃତି। କେବଳ ଶ୍ରୀଗୁଣ୍ଡିଚା ଯାତ୍ରା ବ୍ୟତୀତ ଅନ୍ୟ ଦିନରେ ମହାପ୍ରଭୁଙ୍କୁ ପଖାଳ ଭୋଗ ହୋଇଥାଏ। ପଖାଳ ଓଳିରେ ପଖାଳ ନୈବେଦ୍ୟ କରାଯାଇଥାଏ। ତାହା ସହ କଦଳୀ ଭଜା ମଧ୍ୟ ଦିଆଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri