୫୦ରୁ ଅଧିକ ଗାଁ ପାଉଁଶମୟ

କଣିହଁା, ୧୯।୩ (ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ବିଦ୍ୟୁତ୍‌ ପ୍ରକଳ୍ପ ଠିକ୍‌ ଭାବେ ପାଉଁଶ ପରିଚାଳନା କରୁ ନ ଥିବାରୁ ଏହାର ସିଧାସଳଖ ପ୍ରଭାବ ଅଞ୍ଚଳବାସୀଙ୍କୁ ଭୋଗିବାକୁ ପଡ଼ୁଥିବା ଅଭିଯୋଗ ହେଉଛି। ପଶ୍ଚିମା ଝଡ଼ ପ୍ରଭାବରେ ଶନିବାର ଅପରାହ୍ନରେ ଜୋର୍‌ଦାର ପବନ ହେବାରୁ ପ୍ରବଳ ମାତ୍ରାରେ ପାଉଁଶ ଉଡ଼ି ୫୦ରୁ ଅଧିକ ଗଁା ପରିବେଶକୁ ପାଉଁଶମୟ କରିଦେଇଥିଲା। ୨ ଘଣ୍ଟାରୁ ଅଧିକ ସମୟ ଧରି ଏହି ପାଉଁଶ ଉଡିବାରୁ ଅଞ୍ଚଳ କୁହୁଡ଼ି ତଳେ ଥିବା ଭଳି ଦୃଶ୍ୟମାନ ହୋଇଥିଲା। ଫଳରେ ଘର, ବଜାର, ସ୍ବାସ୍ଥ୍ୟକେନ୍ଦ୍ର, ବିଭିନ୍ନ କାର୍ଯ୍ୟାଳୟରେ ମୋଟା ଆସ୍ତରଣର ପାଉଁଶ ଜମିଯାଇଥିଲା। ତେବେ ସାରେ ପବନ ଥମିବା ଓ ସାମାନ୍ୟ ବର୍ଷା ଯୋଗୁ ପାଉଁଶରୁ ନିସ୍ତାର ମିଳିଥିଲା।
ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, କଣିହାଁ ବ୍ଲକରେ ରହିଥିବା ବିଭିନ୍ନ ବିଦ୍ୟୁତ୍‌ ପ୍ରକଳ୍ପରେ ଉପଯୁକ୍ତ ଭାବେ ପାଉଁଶ ପରିଚାଳନା କରାଯାଉ ନାହିଁ। ପରିବହନ ନାମରେ ବେଆଇନ ପାଉଁଶ ଗଦା, ପାଉଁଶ ପୋଖରୀରେ ଅବ୍ୟବସ୍ଥା ସହିତ ମାଟି ଘୋଡାଇବା ଆଦି କରାଯାଉ ନ ଥିବାରୁ ପ୍ରାୟ ସମୟରେ ପାଉଁଶ ଉଡ଼ୁଛି। ସେହିପରି କଣିହଁା କୋଇଲା ଖଣିରୁ ମଧ୍ୟ କୋଇଲା ଗୁଣ୍ଡ ଉଡ଼ୁଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରୁ ନ ଥିବା ଓ ବଳିଷ୍ଠ ପଦକ୍ଷେପ ନେଉ ନ ଥିବା ପ୍ରତିବାଦ କରି ଅଞ୍ଚଳବାସୀ କଣିହାଁ ବରଛକଠାରେ ସାରେ ରାସ୍ତା ଅବରୋଧ କରିଥିଲେ। ଏଥିଯୋଗୁ ଏହି ରାସ୍ତା ଦେଇ ଯାତାୟାତ କରୁଥିବା କୋଇଲା ଓ ପାଉଁଶ ପରିବହନ ଗାଡ଼ିଗୁଡ଼ିକ ଖବର ଲେଖାହେବା ବେଳଯାଏ ଅଟକି ରହିଛି। ଏ ନେଇ ତହସିଲଦାର ଡାନିଏଲ ଏକ୍କା କହିଛନ୍ତି, ଅଞ୍ଚଳବାସୀ କିପରି ପାଉଁଶ ସମସ୍ୟାର ସମ୍ମୁଖୀନ ନ ହେବେ ସେ ନେଇ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସମେତ ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri