ଟାଇମ୍‌ ମାଗାଜିନ୍‌ରେ ମୟୂରଭଞ୍ଜ

ନ୍ୟୁୟର୍କ,୧୮ା୩: ଆମେରିକାର ନ୍ୟୁୟର୍କ ସହରରୁ ପ୍ରକାଶ ପାଉଥିବା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ‘ଟାଇମ୍‌’ ପତ୍ରିକାରେ ଓଡ଼ିଶାର ମୟୂରଭଞ୍ଜ ଜିଲାକୁ ସ୍ଥାନିତ କରାଯାଇଛି। ୨୦୨୩ରେ ବିଶ୍ୱର ସବୁଠୁ ୫୦ ଅସାଧାରଣ ଗନ୍ତବ୍ୟସ୍ଥଳ ତାଲିକାରେ ମୟୂରଭଞ୍ଜ ସ୍ଥାନ ପାଇଛି। ଗୁରୁବାର ପ୍ରକାଶିତ ଏହି ତାଲିକାରେ ଭାରତର ଦ୍ୱିତୀୟ ଆକର୍ଷଣୀୟ ଡେଷ୍ଟିନେଶନ୍‌ ଭାବେ ଲଦାଖକୁ ମାନ୍ୟତା ମିଳିଛି।
ଟାଇମ୍‌ ଏହାର ‘ଓ୍ବାଲର୍‌ଡସ୍‌ ଗ୍ରେଟେଷ୍ଟ ପ୍ଲେସେସ୍‌ ଅଫ୍‌ ୨୦୨୩’ରେ ମୟୂରଭଞ୍ଜର ଶିମିଳିପାଳ ଜାତୀୟ ଉଦ୍ୟାନ ସମ୍ପର୍କରେ ଉଲ୍ଲେଖ କରିଛି। ବିରଳ କଳାବାଘ ଦେଖିବା ଲାଗି ଏହାକୁ ପର୍ଯ୍ୟଟକମାନଙ୍କ ପାଇଁ ବିଶ୍ୱର ଏକମାତ୍ର ସ୍ଥାନ ରୂପେ ଅଭିହିତ କରାଯାଇଛି। ଗତ ନଭେମ୍ବରରେ କଡ଼ା ନିର୍ଦ୍ଦେଶାବଳୀ ସହ ଶିମିଳିପାଳକୁ ଖୋଲାଯାଇଥିବାବେଳେ ଜୈବ ବିବିଧତାର ସୁରକ୍ଷା ନିମନ୍ତେ ଦୈନିକ ୬୦ରୁ ଅଧିକ ଯାନବାହନର ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଏସୀୟ ହାତୀ ଓ ବେଙ୍ଗାଲ ଟାଇଗର ସମେତ ୪୦ରୁ ଊର୍ଦ୍ଧ୍ୱ ପ୍ରଜାତିର ସରୀସୃପଙ୍କ ବାସସ୍ଥାନ ହେଉଛି ଏହି ଚିତ୍ତାକର୍ଷକ ଜାତୀୟ ଉଦ୍ୟାନ।
ଟାଇମ୍‌ ମାଗାଜିନ୍‌ରେ …
ପର୍ଯ୍ୟଟକମାନେ ସଫାରିରେ ବୁଲି ଏହାର ମନୋମୁଗ୍ଧକାରୀ ଆକର୍ଷଣୀୟ ପ୍ରାକୃତିକ ଶୋଭାରାଜିକୁ ଉପଭୋଗ କରିପାରିବେ। ମୟୂରଭଞ୍ଜକୁ ଅନେକ ବିରଳ ବାଘ ଓ ପ୍ରାଚୀନ ମନ୍ଦିରର ସ୍ଥାନ ଭାବେ ଅଭିହିତ କରି ଟାଇମ୍‌ ଆହୁରି ଲେଖିଛି, ସହରରେ ପର୍ଯ୍ୟଟକଙ୍କ ପାଇଁ ଆହୁରି ଅନେକ କିଛି କରିବାର ସୁବିଧା ସୁଯୋଗ ରହିଛି। ୟୁନେସ୍କୋର ‘ଇନ୍‌ଟାଞ୍ଜିବୁଲ୍‌ କଲ୍ଚରାଲ ହେରିଟେଜ୍‌’ ତାଲିକାରେ ସ୍ଥାନିତ ହୋଇଥିବା ମୟୂରଭଞ୍ଜର ଛଉନୃତ୍ୟର ମଜା ଆସନ୍ତା ଏପ୍ରିଲରୁ ନେଇପାରିବେ, ଯାହାର ବଡ଼ଧରଣର ଆୟୋଜନ ପୂର୍ବରୁ କୋଭିଡ୍‌ ମହାମାରୀ ଯୋଗୁ ବନ୍ଦ ରହିଥିଲା। ପ୍ରାଚୀନ କଳା ଓ ଲୋକନୃତ୍ୟର ସମାହାରରେ ଛଉ ପ୍ରଦର୍ଶନ ବେଲଗାଡ଼ିଆ ପ୍ୟାଲେସ୍‌ରେ ଦେଖିବାକୁ ମିଳିବ। ଉକ୍ତ ରାଜପ୍ରାସାଦ ଏବେ ୧୧ ଶୟନକକ୍ଷ ବିଶିଷ୍ଟ ଏକ ହୋଟେଲରେ ପରିଣତ ହୋଇଛି। ପର୍ଯ୍ୟଟକମାନେ ଜିଲାର ମହିଳାମାନଙ୍କ ହସ୍ତତନ୍ତ ଓ ଅନ୍ୟ କଳାକୃତିକୁ ମନଭରି ଦେଖିବା ସହ ସେଗୁଡ଼ିକୁ କିଣିପାରିବେ। ବାରିପଦାରେ ଥିବା ବେଲଗାଡ଼ିଆ ପ୍ୟାଲେସ୍‌ ଡାଇରେକ୍ଟର ଅକ୍ଷିତା ଭଞ୍ଜଦେଓ ଟାଇମ୍‌ ମାଗାଜିନ୍‌ର ଏହି ସ୍ବୀକୃତିକୁ ସମସ୍ତ ଓଡ଼ିଆଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି। ଛଉ ନୃତ୍ୟଗୁରୁ ତ୍ରିିଲୋଚନ ମହାନ୍ତ କୁହନ୍ତି, ବିଶ୍ୱ ଦରବାରରେ ଛଉନୃତ୍ୟ ଯେଭଳି ପ୍ରସିଦ୍ଧି ଲାଭ କରିଛି ସେହିଭଳି ମୟୂରଭଞ୍ଜ ମହାରାଜାଙ୍କ ବେଲଗଡ଼ିଆସ୍ଥିତ ପ୍ୟାଲେସ ଖ୍ୟାତି ଅର୍ଜନ କରି ପରିଛି। ଆଗାମୀ ଦିନରେ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ ଜମିବା ସହ ବହୁ କଳାକାରଙ୍କ ଜୀବନ ଜୀବିକାରେ ଉନ୍ନତି ଆସିପାରିବ। ତେବେ ଉକ୍ତ ତାଲିକାରେ ଡୋମିନିକା, ବାର୍ସିଲୋନା, ଟୋରେସ୍‌ ଡେଲ୍‌ ପାଇନ୍‌ ନ୍ୟାଶନାଲ ପାର୍କ, ଚିଲି, ମାନିଟୋବାର ଚର୍ଚିଲକୁ ମଧ୍ୟ ସ୍ଥାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri