ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରୁଛି ମଣ୍ଡାସରୁ ଇକୋ ଟୁରିଜମ୍‌

ରାଇକିଆ,୧୭ା୩: କନ୍ଧମାଳ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ରାଇକିଆର ମଣ୍ଡାସରୁ ପ୍ରକୃତି ପ୍ରେମୀଙ୍କୁ ଆକୃଷ୍ଟ କରୁଛି। ଗତ କିଛିବର୍ଷ ମଧ୍ୟରେ ପ୍ରାକୃତିକ ସୋନ୍ଦର୍ଯ୍ୟ ସାଙ୍ଗକୁ ଏହାର ପୁନରୁଦ୍ଧାର ଯୋଗୁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ଏହି ଇକୋ ଟୁରିଜମ୍‌ କେନ୍ଦ୍ର। ବ୍ୟସ୍ତତା ଭିତରୁ ବାହାରି ଶାନ୍ତ, ସବୁଜ ଓ ଜଙ୍ଗଲ ପାହାଡ଼ ଘେରା ପରିବେଶର ମଜା ସାଙ୍ଗକୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ରାଜ୍ୟ ତଥା ବାହାରୁ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ରାଇକିଆ ସହରଠାରୁ ୧୦ କି.ମି. ଦୂରରେ ଥିବା ମଣ୍ଡାସରୁ ଇକୋ ଟୁରିଜମ୍‌ ସେଣ୍ଟର ମଧ୍ୟ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ। ଏଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ, ଜଳ ପ୍ରପାତ, କାଠରେ ତିଆରି ବଙ୍ଗଳା ଇତ୍ୟାଦି ରହିଥିବା ବେଳେ ରହିବା ଖାଇବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ ଥିବା ଯୋଗୁ ବର୍ଷତମାମ ପର୍ଯ୍ୟଟକ ଆସିଥାନ୍ତି। ବିଶେଷ କରି ଶୀତ ଋତୁରେ ଅଧିକ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ। ପୂର୍ବରୁ ଚାରୋଟି କାଠ ବଙ୍ଗଳାରେ ରହିବା ସୁବିଧା ଥିବା ବେଳେ ବର୍ତ୍ତମାନ ଆଉ ଦୁଇଟି କାଠ ବଙ୍ଗଳା ନିର୍ମାଣ କରାଯାଇଛି। ଏହି ପର୍ଯ୍ୟଟନସ୍ଥଳୀ ରାଜ୍ୟର ପ୍ରଥମ ଜୈବ ବିବିଧତା ଐତିହ୍ୟ ସ୍ଥଳୀ ଭାବରେ ମାନ୍ୟତା ପାଇଛି। ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ପରିଚାଳିତ ଏହି ଇକୋ ଟୁରିଜମ୍‌କୁ ଅଧିକ ଆକର୍ଷିତ କରିବା ପାଇଁ ସାଜସଜ୍ଜା ମଧ୍ୟ କରାଯାଉଛି। ଏହା ନିକଟରେ ରହିଛି ଜଳ ପ୍ରପାତ। ୧୫୦ ଫୁଟ ଉଚ୍ଚରୁ ପାଣି ପଡୁଥିବାରୁ ସେଥିପ୍ରତି ମଧ୍ୟ ପର୍ଯ୍ୟଟକ ଆକର୍ଷିତ ହେଉଛନ୍ତି। ପୂର୍ବରୁ ଜଳ ପ୍ରପାତକୁ ରାସ୍ତା ନ ଥିବାରୁ ଏହା ଲୋକଲୋଚନକୁ ଆସି ପାରିନଥିଲା। ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଏଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯିବା ସହ ରାସ୍ତା ନିର୍ମାଣ କରଯାଇଥିଲା। ଏହା ନିକଟରେ ଜଳ ପ୍ରପାତ ଦୃଶ୍ୟମାନ ପାଇଁ ଏକ ୱାଚ ଭିୟୁ ପଏଣ୍ଟ ମଧ୍ୟ ନିର୍ମାଣ କରାଯାଇଛି। ଗତ ଡିସେମ୍ବର ଓ ଜାନୁୟାରୀରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥିବା ବେଳେ ଏହି ଜଳ ପ୍ରପାତ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ସ୍ଥାନ ବୁଲିବା ସହ ହିଲ ଟ୍ରେକିଂର ମଜା ମଧ୍ୟ ନେଉଛନ୍ତି ପର୍ଯ୍ୟଟକ। ଅନ୍ୟପକ୍ଷରେ ପିକ୍‌ନିକ୍‌ ପାଇଁ ମଧ୍ୟ ସମସ୍ତ ସୁବିଧା ଥିବାରୁ ଭିଡ଼ ଜମୁଛି। ରାଜ୍ୟ ସମେତ ବାହାରର ପର୍ଯ୍ୟଟକ ଏଠାକୁ ନିୟମିତ ଆସୁଥିବାରୁ କନ୍ଧମାଳ ପର୍ଯ୍ୟଟନ ଶିଳ୍ପକୁ ଏହା ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି।

ପ୍ରଦୀପ କୁମାର ବେହେରା


Enter your email to get our daily news in your inbox.

All Right Reserved By Dharitri.Com

Lionel Messi India Tour: ଭାରତ ଗସ୍ତର ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ଫୁଟବଲ କିମ୍ବଦନ୍ତୀ ମେସି

ନୂଆଦିଲ୍ଲୀ,୧୫।୧୨: ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳିଙ୍କ ମଧ୍ୟରୁ ଜଣେ ଭାବରେ ବିବେଚିତ ଲିଓନେଲ ମେସି (GOAT Tour of India 2025), ସୋମବାର ଦିଲ୍ଲୀରେ ଅନେକ...

ଝିଅ ସୋଫିଆଙ୍କୁ ନେଇ ବାପା ମୋକିମ କହିଲେ ବିଧାୟିକା ଭାବେ ସେ…

ଭୁବନେଶ୍ୱର,୧୫ା୧୨: କଂଗ୍ରେସ ବିଧାୟିକା ତଥା ନିଜ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ମଧ୍ୟ ମୁହଁ ଖୋଲିଲେ କଂଗ୍ରେସରୁ ବହିଷ୍କୃତ ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ସେ...

କଂଗ୍ରେସରୁ ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ, କହିଲେ ମୋ’ ବିଚାରଧାରାକୁ କେହି…

ଭୁବନେଶ୍ୱର,୧୫ା୧୨: କଂଗ୍ରେସରୁ ବହିଷ୍କୃତ ପରେ ମୁହଁ ଖୋଲିଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ସେ କହିଛନ୍ତି, ମୋ’ ଚିଠିକୁ ଗୁରୁତର ସହ ନେଇଥିବାରୁ ମିଡିଆକୁ ଧନ୍ୟବାଦ...

ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଥର ରନ ଆଉଟ ହୋଇଥିବା ୫ ଜଣ ବ୍ୟାଟସମ୍ୟାନ: ଏହି ଭାରତୀୟ ଖେଳାଳି ୫୩ ଥର ହୋଇଛନ୍ତି ରନ ଆଉଟ

ନୂଆଦିଲ୍ଲୀ,୧୫।୧୨: ରନ ଆଉଟ ହେବା କ୍ରିକେଟର ସବୁଠାରୁ ହତାଶାଜନକ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ, ଏବଂ କେତେକ ସମୟରେ, ବ୍ୟାଟସମ୍ୟାନମାନେ ଗୋଟିଏ ବଲ ମଧ୍ୟ ନ ଖେଳି...

‘ସମସ୍ତେ ମୋ ପୁଅ ପରି ପୁଅ ଚାହିଁବେ’, ସିଡ଼ନୀ ଆକ୍ରମଣ ପରେ ଏମିତି କହିଲେ ଆତଙ୍କବାଦୀଙ୍କ ମା’

ସିଡ଼ନୀ,୧୫।୧୨: ଅଷ୍ଟ୍ରେଲିଆ ସିଡନୀର ବଣ୍ଡି ବିଚରେ ଏକ ଯିହୂଦୀ ଉତ୍ସବ ପାଇଁ ପ୍ରସ୍ତୁତି ସମୟରେ ଲୋକମାନଙ୍କୁ ଗୁଳି କରାଯାଇଥିଲା। ଏହି ଆକ୍ରମଣରେ ଅତି କମରେ ୧୫...

ମ୍ୟୁଜିକାଲ ଫାଉଣ୍ଟେନରେ ବଲିଉଡ୍‌ ଗୀତର ତାଳେ ତାଳେ ଝୁମିଲେ ପର୍ଯ୍ୟଟକ, ମଜା ନେଇ କହିଲେ…

ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଏବେ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ହଜାର ହଜାର ସଂଖ୍ୟାରେ ଆସିଥିବା ପର୍ଯ୍ୟଟକ ଦାରିଙ୍ଗବାଡ଼ି ହିଲଭିୟୁ ପାର୍କ ବୁଲିବା...

ବର୍ଷ ସରୁ ସରୁ ଇତିହାସ ରଚିଲା ଭାରତ, ଜିତିଲା ବିଶ୍ୱକପ

ନୂଆଦିଲ୍ଲୀ,୧୫।୧୨: ୨୦୨୫ ଶେଷ ହେବା ପୂର୍ବରୁ ଭାରତ କ୍ରୀଡ଼ା ଜଗତରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଭାରତୀୟ ସ୍କ୍ବାସ ଦଳ ୨୦୨୫ ସ୍କ୍ବାସ...

ଭଞ୍ଜନଗରରେ ୨୦ରୁ ଜିଲାସ୍ତରୀୟ ଶିଶୁ ଉତ୍ସବ

ଭଞ୍ଜନଗର,୧୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଆସନ୍ତା ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ଜିଲାସ୍ତରୀୟ ଶିଶୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri