Posted inଜାତୀୟ

ୟୁପିରେ ଗତ ୬ ବର୍ଷ ମଧ୍ୟରେ ହୋଇଛି ୧୦ ହଜାରରୁ ଅଧିକ ଏନକାଉଣ୍ଟର, ୬୩ ମୃତ, ୫୯୬୭ ଆରେଷ୍ଟ

ଲକ୍ଷ୍ନୌ,୧୭ ।୩: ଉତ୍ତର ପ୍ରଦେଶ ସରକାର ପୋଲିସ ଓ ଅପରାଧିଙ୍କ ମଧ୍ୟରେ ହୋଇଥିବା ସାମ୍ନା ସାମ୍ନିକୁ ନେଇ ଏକ ବଡ ସୂଚନା ଦେଇଛନ୍ତି । ଯୋଗି ଆଦିତ୍ୟନାଥ ସରକାର କହିଛନ୍ତି ଗତ ୬ବର୍ଷ ମଧ୍ୟରେ ରାଜ୍ୟରେ ପୋଲିସ ଓ ଅପରାଧିଙ୍କ ମଧ୍ୟରେ ୧୦,୦୦୦ରୁ ଅଧିକ ଏନକାଉଣ୍ଟର ହୋଇଛି । ଏଥିରେ ୬୩ ଜଣ ଅପରାଧିଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ବାହଦୂର ସିପାହି ବି ଶହୀଦ ହୋଇଛନ୍ତି ।
ରାଜ୍ୟରେ ହୋଇଥିବା ଏନକାଉଣ୍ଟର ସଂଖ୍ୟା ମାମଲାରେ ମେରଠ ୨୦୧୭ ପରେ ସବୁଠାରୁ ଅଧିକ ୩୧୫୨ ଏନକାଉଣ୍ଟର ସହ ଟପରେ ରହିଛି । ଏଠାରେ ଏନକାଉଣ୍ଟରରେ ୬୩ ଅପରାଧିଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭୦୮ ଅପରାଧି ଆହତ ହାଇଛନ୍ତି ।

ଏହି ଏନକାଉଣ୍ଟର ସମୟରେ ଜଣେ ପୋଲିସକର୍ମୀ ଶହୀଦ ହୋଇଥିବା ବେଳେ ୪୦୧ ପୋଲିସ ଆହତ ହୋଇଛନ୍ତି । ୟୁପି ପୋଲିସର କାର୍ଯ୍ୟାନୁଷ୍ଠାନ ସମୟରେ ମୋଟ ୫,୯୬୭ ଅପରାଧିଙ୍କୁ ଧରାଯାଇଛି । ସରକାରଙ୍କ ପକ୍ଷରୁ ଜାରି ସଂଖ୍ୟାରେ କୁହାଯାଇଛି କି ଉତ୍ତର ପ୍ରଦେଶ ପୋଲିସ ୨୦୧୭ ପରେ ୧୦୭୧୩ ଏନକାଉଣ୍ଟର କରିଛି, ଏଥିମଧ୍ୟରୁ ସବୁଠାରୁ ଅଧିକ ୩୧୫୨ ମେରଠ ପୋଲିସ ପକ୍ଷରୁ କରାଯାଇଛି ।
ଆଗ୍ରା ପୋଲିସ ପକ୍ଷରୁ ୧୮୪୪ ଏନକାଉଣ୍ଟର କରାଯାଇଛି । ଯେଉଁଥିରେ ୪୬୪୫ ଅପରାଧିଙ୍କୁ ଗିରଫ କରାଯାଇଛି, ଏମାନଙ୍କ ମଧ୍ୟରେ ଥିବା ୧୪ ମୋଷ୍ଟ ୱାଣ୍ଟେଡ ଅପରାଧିଙ୍କ ମୃତ୍ୟୁ ହୋଇଥିବା ବେଳେ ୫୫ ପୋଲିସ ଆହତ ହୋଇଛନ୍ତି । ଏହାପରେ ବରେଲିରେ ୧୪୯୭ ଏନକାଉଣ୍ଟର ହୋଇଛି । ଏଥିରେ ୩୪୧୦ ଅପରାଧିଙ୍କୁ ଗିରଫ କରାଯାଇଛି, ସେଥିରୁ ୭ ଜଣଙ୍କ ମୃତ୍ୟୁ ହୋଇଛି । ବରେଲିରେ ଏନକାଉଣ୍ଟର ସମୟରେ ୪୩୭ ଅପରାଧି ଆହତ ହୋଇଛନ୍ତି । ଏହି ଅଭିଯାନରେ ୨୯୬ ବାହାଦୂର ପୋଲିସ ଆହତ ହୋଇଛନ୍ତି ଓ ଜଣେ ଶହୀଦ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri